Posted inRasifala

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ
ଗତକାଲିର ଟେନ୍‌ସନ ଆଜି କିିଛି ମାତ୍ରାରେ କମିଯିବ ଏବଂ ବନ୍ଧୁମିଳନରୁ ଉସତ୍ାହିତ ହେବେ। ଜମିଜମା କ୍ରୟ ବିକ୍ରୟ କ୍ଷେତ୍ରରେ ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇବେ ନାହିଁ। ଆଧ୍ୟାମତ୍ିକ ଭାବଧାରାରେ ଉଦ୍‌ବୁଦ୍ଧ ହେବେ ଓ ଏକ ପ୍ରକାର ମନୋବଳ ବୃଦ୍ଧି ପାଇବ। ପ୍ରତ୍ୟେକ କ୍ଷେତ୍ରରେ ଆଜି ଯୁକ୍ତିତର୍କଠାରୁ ଦୂରେଇ ରହିବା ଭଲ।
ବୃଷ
ବୃଷ
ଆଜି ଆପଣ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ। ଗତକାଲିଠାରୁ ମନରେ ଭାବୁଥିବା କାମଟି ଆଜି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ। ପରିବହନ, ବ୍ୟବସାୟ,ବାଣିଜ୍ୟ,ଶିଳ୍ପ ଓ ଏଜେନ୍ସି ପରୁ ଖୁସି ରହିବେ। ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ ନ କଲେ ସମସ୍ୟା ଭିତରକୁ ଟାଣି ହୋଇଯିବାକୁ ପଡ଼ିପାରେ ।
ମିଥୁନ
ମିଥୁନ
ଆର୍ଥିକ ଅଭିବୃଦ୍ଧି ଘଟିଲେ ମଧ୍ୟ ଆବଶ୍ୟକତା ପୂର୍ଣ୍ଣତା ଲାଭ କରିପାରିବନାହିଁ। ବ୍ୟବସାୟରେ ଉନ୍ନତି କଲେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟ ଦେଇ ଚଳିବାକୁ ପଡ଼ିବ । ମିଠାକଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇବାରେ ସମର୍ଥ ହେବେ । ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ।
କର୍କଟ
କର୍କଟ
ଅପୂରଣୀୟ ଅଭିଳାଷଜନିତ ଅଧିକାଂଶ ସମୟ ମାନସିକ ଅସ୍ଥିରତା ମଧ୍ୟରେ କଟାଇବେ। କର୍ମକ୍ଷେତ୍ରରେ କଠୋର ପରିଶ୍ରମଜନିତ ସ୍ବାସ୍ଥ୍ୟହାନି ଘଟିପାରେ । ଆଜିର ଆଲୋଚନା ସମୟରେ ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇନେଇପାରନ୍ତି। ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ ଏବଂ ଆନୁଷ୍ଠାନିକ କାମରୁ ପ୍ରଶଂସିତ ହେବେ।
ସି˚ହ
ସି˚ହ
ଆର୍ଥିକ ସ୍ବଚ୍ଛଳତା ରହିବା କାରଣରୁ ମାନସିକ ସ୍ଥିରତା କେତେକାଂଶରେ ଆସିବ। ତଥାପି ପ୍ରତ୍ୟେକ କ୍ଷେତ୍ରରେ ଜଗି ରଖି ନ ଚଳିଲେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ବନ୍ଧୁଙ୍କ ପ୍ରରୋଚନାରେ ବିଳାସବ୍ୟସନ ଦିଗକୁ ମୁହଁାଇପାରନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଗ୍ରଣୀ ଭୂମିକା ଗ୍ରହଣକରି ପ୍ରଶଂସିତ ହେବେ।
କନ୍ୟା
ସମସ୍ୟାଗୁଡ଼ିକ ନିୟନ୍ତ୍ରଣାଧୀନ ରହିଥିଲେ ମଧ୍ୟ କେତେକ କାରଣରୁ ମନରେ ସରସତା ରହିବ ନାହିଁ। ପାରିବାରିକ ଜୀବନରେ ଉଚିତ ବୁଝାମଣା ହେବା ଏକପ୍ରକାର ପରିସ୍ଥିତିକୁ ନିୟନ୍ତ୍ରଣ ମଧ୍ୟରେ ରଖିବ । ନିକଟସ୍ଥ ବନ୍ଧୁମାନେ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ, କିନ୍ତୁ କେବଳ ତାହା କଥାରେ ହିଁ ସୀମିତ ରହିଯାଇପାରେ ।
ତୁଳା
ତୁଳା
ଆଜି ଇଚ୍ଛା ନ ଥିଲେ ମଧ୍ୟ ହାତରୁ ଖାଇ ପର ପାଇଁ ଖଟିବାକୁ ପଡ଼ିପାରେ । ପରିବହନ, ବ୍ୟବସାୟ ତଥା ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିବ। ଅତ୍ୟଧିକ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ। ପରିବାରର ଆବଶ୍ୟକତା ଉପଲବ୍ଧ କରି ନୂତନ ବସ୍ତ୍ରାଳଙ୍କାର ପାଇଁ ମନ ବଳାଇବେ।
ବିଛା
ବିଛା
ସଂଯମ ଅଭାବରୁ ସମସ୍ତ ପ୍ରକାର ସୁବିଧା ଥିଲେ ମଧ୍ୟ ହାତମୁଠାରୁ ସୁ୍‌ଯୋଗ ଖସିଯାଇପାରେ। ଶିଳ୍ପ ଓ ବାଣିଜ୍ୟରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି। ନିଜ ପରିସରରେ ସମ୍ପର୍କୀୟଙ୍କ ଦ୍ୱାରା ଅସମ୍ମାନିତ ହେବାକୁ ପଡ଼ିବ । ଆବଶ୍ୟକତା ପୂରଣ କରିବା ପାଇଁ ଧାର ସୂତ୍ରରେ ଅର୍ଥ ଆଣିବାକୁ ପଡ଼ିପାରେ।
ଧନୁ
ଧନୁ
ଅର୍ଥ ସଂଗ୍ରହରେ ତପତ୍ରତା ପ୍ରକାଶ କରିବେ ଏବଂ ଚେଷ୍ଟା ମଧ୍ୟ ବେକାର ଯିବ ନାହିଁ। ପାରିବାରିିକ ଜଞ୍ଜାଳ ବୃଦ୍ଧି କାରଣରୁ ମାନସିକ ଅସ୍ଥିରତା ବୃଦ୍ଧି ପାଇବ। ସଙ୍ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପାରିବାରିକ କ୍ଷେତ୍ରରେ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହୋଇପାରନ୍ତି।
ମକର
ମକର
କୌଣସି ଭୁଲ୍‌ ଖବରକୁ ସତ୍ୟ ମନେକରି ଉତ୍‌କ୍ଷିପ୍ତ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଥିବାର ଅନୁଭବ କରିବେ। ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ। ପରିବାରରେ ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗି ରହିବ।
କୁମ୍ଭ
କୁମ୍ଭ
ଆଜି ଯେଉଁ କାମରେ ହାତ ଦେବେ ଅବଶ୍ୟ ସେଥିରେ ସଫଳତା ଅବଶ୍ୟମ୍ଭାବୀ। ସାହିତ୍ୟ,କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ। ଅତିରିକ୍ତ ଭ୍ରମଣ ହେତୁକ ସନ୍ଧ୍ୟାରେ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ପାରିବାରିକ କ୍ଷେତ୍ରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହୋଇପାରନ୍ତି।
ମୀନମୀନ
ଆଜିର କର୍ମକ୍ଷେତ୍ରରେ ଦୃଢ଼ ପଦକ୍ଷେପ ନେଇ ପ୍ରଶଂସିତ ହେବେ। ଅଫିସ୍‌ କାମରେ ବିଳମ୍ବ ପାଇଁ କୈଫିୟତ୍‌ ଦେବାକୁ ପଡ଼ିପାରେ। କାନକୁହା କଥାକୁ ବିଶ୍ୱାସକରି ପାରିବାରିକ ଜୀବନରେ ଝଡ଼ ସୃଷ୍ଟିହେବା ଆଶଙ୍କା ରହିଛି। ବନ୍ଧୁଙ୍କ ସହାୟତାରେ ହଜିଯାଇଥିବା ଜିନିଷର ଖୋଜ ଖବର ପାଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri