Posted inଜାତୀୟ

ହୋଟେଲ ରୁମରୁ ମିଳିଲା ସ୍ବାଧୀନ ଏମ୍‌ପିଙ୍କ ମୃତଦେହ

ମୁମ୍ବାଇ, ୨୨ା୨- ଦାଦର ଓ ନଗର ହାଭେଳିର ୭ ଥର ଏମ୍‌ପି ମୋହନ ଡେଲକରଙ୍କ ମୃତଦେହ ସୋମବାର ମୁମ୍ବାଇର ଏକ ହୋଟେଲ ରୁମରୁ ଉଦ୍ଧାର କରାଯାଇଛି। ସେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। କିଛି ରିପୋର୍ଟ ଅନୁଯାୟୀ, ହୋଟେଲ ରୁମ୍‌ରୁ ଜବତ ହୋଇଛି ସୁଇସାଇଡ୍‌ ନୋଟ।

ଗତରାତିରେ ଡେଲକର ହୋଟେଲରେ ଚେକ୍‌ ଇନ୍‌ କରିଥିଲେ। ବହୁବାର ତାଙ୍କ ରୁମ୍‌ ଖୋଲିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ପାଖ ରୁମ୍‌ରେ ରହୁଥିବା ଡ୍ରାଇଭର। ଏ ସମ୍ପର୍କରେ ଜଣାଇଥିଲେ ହୋଟେଲ କର୍ମଚାରୀଙ୍କୁ। ଅନ୍ୟ ବାଟ ଦେଇ ରୁମ୍‌ ଭିତରେ ପ୍ରବେଶ କରିବା ପରେ ଡେଲକରଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ ବୋଲି ପୋଲିସ ଅଧିକାରୀ କହିଛନ୍ତି।

ଉଲ୍ଲେଖଥାଉ କି, ୧୯୮୯ରୁ ୨୦୦୯ ପର୍ଯ୍ୟନ୍ତ କ୍ରମାଗତ ୬ ଥର ଲୋକସଭା ଆସନରୁ ଲଢ଼ି ବିଜୟୀ ହୋଇଥିଲେ ଡେଲକର। କିନ୍ତୁ ୨୦୦୯ ଓ ୨୦୧୪ ଲୋକସଭା ନିର୍ବାଚନରେ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହାପରେ ସ୍ବାଧୀନ ପାର୍ଥୀ ଭାବେ ୨୦୧୯ ନିର୍ବାଚନରେ ବିଜୟୀ ହୋଇଥିଲେ। ସେ ୧୯୮୯, ୧୯୯୧, ୧୯୯୬ରେ କଂଗ୍ରେସ ଟିକେଟରୁ ଲଢ଼ିଥିବାବେଳେ ୧୯୯୮ରେ ଭାଜପା ପକ୍ଷରୁ ମଇଦାନକୁ ଓହ୍ଲାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚେନ୍ନାଇରେ ଫିକିର ଜାତୀୟ କାର୍ଯ୍ୟକାରିଣୀ

ନୂଆଦିଲ୍ଲୀ,୩୦।୪:  ଫେଡେରେଶନ ଅଫ୍‌ ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କର୍ମସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଶନିବାର ଚେନ୍ନାଇଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ...

ପିଲାଟସ୍‌ ବିମାନ କିଣାରେ ୩୩୯ କୋଟି ଦୁର୍ନୀତି: ପ୍ରତିରକ୍ଷା ଅଧିକାରୀଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ,୨୩ା୬: ପ୍ରତିରକ୍ଷା ମନ୍ତ୍ରଣାଳୟ ୨୦୦୯ରେ ୭୫ଟି ପିଲାଟସ୍‌ ପ୍ରଶିକ୍ଷଣ ବିମାନ କିଣିଥିଲା, ଯେଉଁଥିରେ ଦୁର୍ନୀତି ଅଭିଯୋଗ ହୋଇଛି। ଏହି ଘଟଣାରେ ସିବିଆଇ ଭାରତୀୟ ବାୟୁସେନା ଏବଂ...

ଆଇନଜୀବୀଙ୍କ କୋର୍ଟରେ ହାଜର ହେବା ସହଜ ହେବ: ଜାନୁୟାରୀ ୨ରୁ ଅନଲାଇନ ମଡ୍ୟୁଲ…

ନୂଆଦିଲ୍ଲୀ,୩୧।୧୨ : ଆଇନଜୀବୀମାନଙ୍କ ପାଇଁ କୋର୍ଟରେ ହାଜର ହେବା ପ୍ରକ୍ରିୟାକୁ ସହଜ କରିବା ପାଇଁ ସୁପ୍ରିମକୋର୍ଟ ଏକ ଅନଲାଇନ ମଡ୍ୟୁଲ ପ୍ରସ୍ତୁତ କରିଛନ୍ତି। ୨୦୨୩ ଜାନୁଆରୀ...

ମୋ ସ୍ବାମୀଙ୍କ ଉପରେ ଘୃଣାଭାବ ରଖିଛନ୍ତି ଆନ୍ନାମଲାଇ: ସେନ୍ଥଲ ବାଲାଜୀଙ୍କ ସ୍ତ୍ରୀଙ୍କ ଅଭିଯୋଗ…

ଚେନ୍ନାଇ,୨୬।୬ : ତାମିଲନାଡୁର ଗିରଫ ହୋଇଥିବା ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀଙ୍କ ସ୍ତ୍ରୀ ମାଡ୍ରାସ ହାଇକୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛନ୍ତି। ସେ ଅଭିଯୋଗ କରିଛନ୍ତି...

ଶପଥ ଗ୍ରହଣ ପୂର୍ବରୁ ମହାତ୍ମା-ଅଟଳ-ଶହୀଦ୍‌ଙ୍କୁ ମୋଦି ଦେଲେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ, ୩୦।୫: ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ନରେନ୍ଦ୍ର ମୋଦି ଗୁରୁବାର ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ...

୧ ହଜାର କେଜି ଯୁଦ୍ଧାସ୍ତ୍ର ସହ ଶତ୍ରୁକୁ ଧ୍ୱଂସ କରିବ ମିସାଇଲ‘ପ୍ରଳୟ’

ନୂଆଦିଲ୍ଲୀ,୨୨।୧୨: ଭୁପୃଷ୍ଠରୁ ଭୁପୂଷ୍ଠକୁ ନିକ୍ଷେପ କରୁଥିବା ସ୍ବଳ୍ପ ଦୂରଗାମୀ ବାଲେଷ୍ଟିକ୍‌ ମିସାଇଲ ‘ପ୍ରଳୟ’ର ବୁଧବାର ସଫଳ ପରୀକ୍ଷଣ କରିଛି ଭାରତ। ଓଡ଼ିଶା ଉପକୂଳସ୍ଥିତ ବାଲେଶ୍ୱରର ଅବଦୁଲ...

କାନ୍ଦି କାନ୍ଦି ବେହୋଶ ହୋଇପଡିଲେ ଅର୍ପିତା: ହସ୍ପିଟାଲରେ ଭର୍ତ୍ତି

କୋଲକାତା,୨୯।୭: ପଶ୍ଚିମବଙ୍ଗରେ ସ୍କୁଲ ସେବା କମିଶନ(ଏସ୍‌ଏସ୍‌ସି) ନିଯୁକ୍ତି ଦୁର୍ନୀତି ମାମଲାରେ ଛନ୍ଦି ହୋଇପଡିଛନ୍ତି ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀ। ଇଡି ଜେରାର...

‘ଭାରତରେ ହିଜାବ ପିନ୍ଧିବାର ଆବଶ୍ୟକତା ନାହିଁ’

ଭୋପାଳ,୧୭।୨: ମୁସଲିମ ଛାତ୍ରୀଙ୍କୁ ହିଜାବ ପିନ୍ଧି କ୍ଲାସରେ ବସିବାକୁ ନ ଦିଆଯିବାରୁ କର୍ନାଟକର ଉଡୁପି ଜିଲାରୁ ଆରମ୍ଭ ହୋଇଥିବା ବିବାଦ ଏବେ ବିଭିନ୍ନ ରାଜ୍ୟକୁ ବ୍ୟାପିଛି।...

Advertisement
Archives

Model This Week