ଦାଦନଙ୍କ ଗୋଡ଼, ହାତପାପୁଲି କାଟିଲେ ଦଲାଲ

ପାରଳାଖେମୁଣ୍ଡି,୪ା୧୦(ଡି.ଏନ୍‌.ଏ.):କିଛିବର୍ଷ ତଳେ କଳାହାଣ୍ଡି ଜିଲାର ଜଣେ ଦାଦନ ଶ୍ରମିକଙ୍କ ହାତ କାଟି ଦିଆଯାଇଥିଲା। ଗଜପତି ଜିଲା ଅଡ଼ବା ଥାନା କଲବା ଗାଁର ଶାଙ୍କ ମୁର୍ମୁଙ୍କ କ୍ଷେତ୍ରରେ ଏହାର ପୁନରାବୃତ୍ତି ହୋଇଛି। ଶାଙ୍କଙ୍କୁ ୪ ଜଣ ଦଲାଲ ଦାଦନ ଖଟିବାକୁ ଡାକି ନେଇ ପଇସା ନ ଦେଇ ଗୋଟିଏ ଗୋଡ଼ ଓ ହାତ ପାପୁଲି କାଟି ଦେଇଛନ୍ତି। ବର୍ବରତାର ସୀମା ଟପିଥିବା ଦଲାଲ ଶାଙ୍କଙ୍କୁ ତାଙ୍କ ଗାଁରେ ଛାଡ଼ି ଦେବା ସହ ଥାନାରେ ଜଣାଇଲେ ହତ୍ୟା କରିଦେବେ ବୋଲି ଧମକ ଦେଇଛନ୍ତି।
କଲବା ଗାଁର ଶାଙ୍କ ବହୁ ଅଭାବରେ ଚଳୁଥିଲେ ମଧ୍ୟ ଦାଦନ ଖଟିିବାକୁ ବାହାର ରାଜ୍ୟକୁ ଯିବାକୁ ଚାହୁଁ ନ ଥିଲେ। ୧୩ ତାରିଖରେ ନିକଟସ୍ଥ ଗାଁର ୪ ଯୁବକ ଆସି ତାଙ୍କୁ ଉତ୍ତରପ୍ରଦେଶର ଏକ କମ୍ପାନୀରେ କାମ କଲେ ମାସିକ ୨୦ ହଜାର ଟଙ୍କା ମିଳିବ ବୋଲି କହିଥିଲେ। ସେମାନେ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇବାରୁ ଶାଙ୍କ ଯିବାକୁ ରାଜି ହୋଇଥିଲେ। ଦଲାଲଙ୍କ କଥାରେ ଅନ୍ୟ କେତେଜଣ ଯୁବକଙ୍କ ସହ ଉତ୍ତରପ୍ରଦେଶ ଯାଇ ଏକ ସିମେଣ୍ଟ କମ୍ପାନୀରେ କାମ କଲେ। ୨ ଦିନ କାମ କରିବା ପରେ ନିଜେ ଚଳିବା ପାଇଁ ଦଲାଲଙ୍କୁ ତାଙ୍କ ପାରିଶ୍ରମିକ ମାଗିଥିଲେ। ଦଲାଲ ଟଙ୍କା ଦେବା ବଦଳରେ ଶାଙ୍କଙ୍କୁ ମାର୍‌ପିଟ କରିଥିଲେ। ଏପରିକି ତାଙ୍କର ବାମ ଗୋଡ଼ ଓ ଡାହାଣ ହାତପାପୁଲି କାଟି ଦେଇଥିଲେ। ଏହାପରେ ତାଙ୍କୁ ଝାନ୍‌ସିର ଏକ ମେଡିକାଲକୁ ନେଇଥିଲେ। ସେଠାରେ ୨ ଦିନ ପକାଇ ରଖିବା ପରେ ଗତ ୩୦ ତାରିଖରେ ଆଣି ଗାଁରେ ଛାଡ଼ି ଦେଇ ପଳାଇଛନ୍ତି। ଥାନାରେ କୌଣସି ଅଭିଯୋଗ ନ କରିବାକୁ ଦଲାଲ୍‌ ଧମକ ଦେଇଛନ୍ତି। ସେପଟେ ଚିକିତ୍ସା ପାଇଁ ଅର୍ଥ ଅଭାବରୁ କେଉଁଆଡ଼େ ନେଇ ନ ପାରି ସ୍ତ୍ରୀ ସୁଶୀଳା ଚେରମୂଳି ଔଷଧ ଆଣି ଦେଉଛନ୍ତି। ସ୍ବାମୀ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେବାରୁ ଆମ୍ବୁଲାନ୍ସ ଡକାଇ ତାଙ୍କୁ ମୋହନା ଡାକ୍ତରଖାନାକୁ ନେଇଛନ୍ତି। ସୁଶୀଳା କହିଛନ୍ତି ଯେ, ସ୍ବାମୀ ଫୋନ କରି ଘରକୁ ପ୍ରଥମେ ୧୦ ହଜାର ଟଙ୍କା ପଠାଇବେ ବୋଲି କହିଥିଲେ। ଏହା ପରଦିନ ତାଙ୍କ ହାତଗୋଡ଼ କଟି ଯାଇଥିବା ସ୍ବାମୀଙ୍କୁ ଗାଁରୁ ନେଇଥିବା ଲୋକ ଜଣକ ଫୋନରେ ଜଣାଇଥିଲେ। ଗାଁରେ ଛାଡିବା ବେଳେ ତାଙ୍କୁ ଏ ସମ୍ପର୍କରେ ପଚାରିବାରୁ ଶାଙ୍କ ଟ୍ରେନ ଲାଇନରେ କଟି ଗୋଡ ହରାଇଥିବା କହି ଦଲାଲ ଜଣକ ପଳାଇଥିଲେ ବୋଲି ସୁଶୀଳା କହିଛନ୍ତି। ତେବେ ଏ ନେଇ ପୋଲିସରେ ଅଭିଯୋଗ ହୋଇ ନ ଥିବା ଗଜପତି ଆରକ୍ଷୀ ଅଧୀକ୍ଷକ ଜୟରାମ ଶତପଥୀ କହିଛନ୍ତି। ସୂଚନାଯୋଗ୍ୟ, କିଛିବର୍ଷ ପୂର୍ବରୁ କାଶୀନଗର ଏବଂ ଆର. ଉଦୟଗିରି ବ୍ଲକର ଦାଦନ ଶ୍ରମିକ ରାଜ୍ୟ ବାହାରକୁ ଯାଇ ଦୁର୍ଘଟଣାରେ ପ୍ରାଣ ହରାଇଥିବା ନଜିର ରହିଛି। ଏପରିକି ୩ ନାବାଳକଙ୍କ ମଧ୍ୟ ଜୀବନ ଯାଇଛି। ସାମାଜିକ କର୍ମୀ ଓ ବୁଦ୍ଧିଜୀବୀମାନେ ଦଲାଲଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri