ଗାଁକୁ ଫେରିଲେ ବନ୍ଧକ ଥିବା ଦାଦନ ଶ୍ରମିକ

ଭବାନୀପାଟଣା/କୋକସରା,୬।୭(ସ୍ବ.ପ୍ର./ଡି.ଏନ.ଏ.):କଳାହାଣ୍ଡି ଓ ବଲାଙ୍ଗୀର ଜିଲାର ଦାଦନ ଶ୍ରମିକ ତେଲଙ୍ଗାନା ରାଜ୍ୟରେ ବନ୍ଧକ ପଡ଼ିବା ଘଟଣାର ଭିଡିଓ ଭାଇରାଲ ସହ ଗଣମାଧ୍ୟମରେ ଖବର ପ୍ରକାଶ ହୋଇଥିଲା। ଏହା ପରେ ଜିଲା ପ୍ରଶାସନର ଉଦ୍ୟମ କ୍ରମେ ବୁଧବାର ବନ୍ଧକ ଦାଦନ ଶ୍ରମିକ ଗାଁକୁ ଫେରିଛନ୍ତି। କଳାହାଣ୍ଡି ଜିଲା କୋକସରା ଓ ଧର୍ମଗଡ ବ୍ଲକର ୨ ଦାଦନ ଶ୍ରମିକଙ୍କ ସମେତ ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ଅଞ୍ଚଳର ଦାଦନ ଶ୍ରମିକ ପରିବାରଙ୍କୁ ବଲାଙ୍ଗୀର ଜିଲାର ବେଣୁ ଦାସ ଦାଦନ ସର୍ଦ୍ଦାର ତେଲଙ୍ଗାନା ରାଜ୍ୟର ରଙ୍ଗାରେଡି ଜିଲା କବାଡିପଲ୍ଲୀ ଗ୍ରାମର ଏକ ଇଟାଭାଟି ଠିକାଦାର ନିକଟରେ ବନ୍ଧକ ଭାବେ ଛାଡି ଦେଇଥିଲେ। ଦୀର୍ଘ ୭ ମାସ କାମ କରିବା ପରେ ମଧ୍ୟ କୌଣସି ପାରିଶ୍ରମିକ ନ ଦେଇ ଘରକୁ ମଧ୍ୟ ଛାଡି ନ ଥିଲେ। ପାରିଶ୍ରମିକ କିମ୍ବା ଘରକୁ ଯିବାକୁ କହିଲେ ଇଟାଭାଟି ମାଲିକ ନିଯାତନା ଦେଉଥିଲେ। ଏପରି ସ୍ଥିତିରେ ବନ୍ଧକ ପଡିଥିବା ଧର୍ମଗଡ ବ୍ଲକ ବେହେରାଗୁଡା ଗ୍ରାମର ଶ୍ରମିକ ସୁରେନ୍ଦ୍ର ନାଏକ ଓ କୋକସରା ବ୍ଲକ ଅନାଥ ପରାଭୋଇ ଏକ ଭିଡିଓରେ ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧିଙ୍କୁ ପଠାଇବା ପରେ ଘଟଣା ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇ ପ୍ରସାରଣ ହୋଇଥିଲା। ଧର୍ମଗଡ ଉପଜିଲାପାଳ ପାୱାର ସଚିନ ପ୍ରକାଶ ଜିଲା ଶ୍ରମ ବିଭାଗ ଅଧିକାରୀଙ୍କୁ ବନ୍ଧକ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଏହି ଘଟଣାକୁ ନେଇ ବରଗଡ଼ ଜିଲାର ଟୁଇଟର ଗାର୍ଲ ଭାବେ ପରିଚିତ ଦୀପା ବାରିକ ମଧ୍ୟ ନିଜ ଟୁଇଟରରେ ଧରିତ୍ରୀରେ ଖବର ପ୍ରକାଶିତ ହୋଇଥିବା ଖବରକୁ ପୋଷ୍ଟ କରିଥିଲେ। ଶେଷରେ ଜିଲା ଶ୍ରମ ବିଭାଗ ତେଲଙ୍ଗାନା ପ୍ରଶାସନଙ୍କ ସହ ଯୋଗାଯୋଗ କରି ସ୍ଥାନୀୟ ପୋଲିସ ସହାୟତାରେ ଉଦ୍ଧାର କରି ଏକ ଯାତ୍ରୀବାହୀ ବସରେ ଶ୍ରମିକମାନଙ୍କୁ ନିଜ ଭିଟାମାଟିକୁ ପଠାଇଛି। ବୁଧବାର ନିଜ ଭିଟାମାଟିକୁ ଫେରିବା ପରେ ଉଦ୍ଧାର ହୋଇଥିବା ଶ୍ରମିକ ଗଣମାଧ୍ୟମ ଓ ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri