ବାଙ୍ଗାଲୁରୁରେ ଟ୍ରେନ୍‌ ଧକ୍କାରେ ଚାଲିଗଲା ଦାଦନ ଶ୍ରମିକଙ୍କ ଜୀବନ: ଗାଁକୁ ଫେରିଲା ମୃତଦେହ

କୋକସରା,୧୪।୫(ଡି.ଏନ.ଏ.): ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ବାଙ୍ଗାଲୁରୁକୁ ଦାଦନ ଖଟିବାକୁ ଯାଇଥିଲେ ଯୁବକ। ହେଲେ ଟ୍ରେନ୍‌ ଦୁର୍ଘଟଣାରେ ଆଖି ବୁଜିବା ଯୋଗୁ ଘରକୁ ଫେରିଲା ମୃତଦେହ। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତ ସିଉନି ଗ୍ରାମରେ।

ସୂଚନାନୁଯାୟୀ, ଗ୍ରାମର ଦ୍ୱାରୁ ନାଏକଙ୍କ ପୁଅ ଗଜେନ୍ଦ୍ର ନାଏକ (୨୫) ଗତ ଦେଢ଼ ମାସ ତଳେ ପରିବାରର ଆର୍ଥିକ ଅଭାବ ଯୋଗୁ ସାଥି ଶ୍ରମିକଙ୍କ ସହ ଦାଦନ ଖଟିବାକୁ ବାଙ୍ଗାଲୋର ଯାଇଥିଲେ। ବାଙ୍ଗାଲୋରର କୁମୁଳଗଡ ଗେରପାଲିଆର ଥିବା ଏକ ଠିକା ସଂସ୍ଥାରେ କାମ କରୁଥିଲେ। କାମକୁ ବାହାରିବା ସମୟରେ ଟ୍ରେନ ଧକ୍କା ଦେବା ଯୋଗୁ ଗଜେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ପରିବାରଲୋକଙ୍କ ନିକଟକୁ ଗୁରୁବାର ରାତିରେ ଖବର ପହଞ୍ଚିଥିଲା। ପରେ ତାଙ୍କ ମୃତଦେହ ଶୁକ୍ରବାର ରାତିରେ ଘରକୁ ଆସିବା ପରେ ଗ୍ରାମରେ ଶୋକାକୂଳ ପରିବେଷ ସୃଷ୍ଟି ହୋଇଥିଲା। ଶନିବାର ଶବ ସତ୍କାର କରାଯାଇଛି। ଅପରପକ୍ଷେ ରୋଜଗାରିଆ ଭେଣ୍ଡିଆ ପୁଅର ମୃତ୍ୟୁ ଖବର ପାଇ ବୃଦ୍ଧ ବାପାମା’ ଭାଙ୍ଗି ପଡିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାମଚନ୍ଦ୍ରପୁରରେ ଟ୍ରେନ ରହଣି ଦାବି

ଲାଞ୍ଜିଗଡ଼, ୧୨।୫ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲାର ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନପୁର ପଞ୍ଚାୟତର ରାମଚନ୍ଦ୍ରପୁର ପାସେଞ୍ଜର ହଲଟରେ ଟ୍ରେନ ରହଣି ଦାବି କରି ରେଳଯାତ୍ରୀ…

ମତୁଆଳି ଗ୍ରାମରେ ଦନ୍ତା ହାତୀର ଜଳକ୍ରୀଡା, ଆତଙ୍କିତ ଗ୍ରାମବାସୀ

ଦେବଗଡ,୧୨।୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲ୍ଲା ବାରକୋଟ ବ୍ଳକ ଦେବଗଡ ବନଖଣ୍ଡ ଦନ୍ତାରିବାହାଲ ଗ୍ରାମରେ ଦନ୍ତା ହାତୀଙ୍କ ଆତଙ୍କ ଦେଖିବାକୁ ମିଳିଛି । ଗାଁର ମତୁଆଳି ନାଳରେ…

ମନ୍ଦିରରୁ ବଡ଼ ଧରଣର ଚୋରି: ହୁଣ୍ଡି ଭାଙ୍ଗି ନେଇଗଲେ ଲକ୍ଷାଧିକ ଟଙ୍କା ସହ ଅଳଙ୍କାର

ରାୟଗଡ଼ା,୧୨।୫: ରାୟଗଡ଼ା ସାଇଲେଶ୍ୱର ମନ୍ଦିରରୁ ଏକ ବଡ଼ ଧରଣର ଚୋରି ହୋଇଛି। ଦୁର୍ବୃତ୍ତମାନେ ମନ୍ଦିର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଲୁଟି ନେଇଛନ୍ତି। ମିଳିଥିବର…

ଶହୀଦ ମାଧୋ ସିଂଙ୍କ ଜୀବନୀରେ ଭୁଲ ତଥ୍ୟକୁ ନେଇ ବିଜେଡିର ପ୍ରତିବାଦ, ସରକାରଙ୍କୁ ଦାବିପତ୍ର

ବରଗଡ଼, ୧୨।୫ (ପ୍ରେମାନନ୍ଦ ଖମାରୀ): ଭାରତର ସ୍ୱାଧୀନତା ସଂଗ୍ରାମରେ ବରଗଡ଼ ମାଟିର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଏହି ପରିପ୍ରେକ୍ଷିତରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ…

ବିଜୟ ମୁଖ୍ୟମନ୍ତ୍ରୀ ହେବେ ବୋଲି ଭବିଷ୍ୟବାଣୀ କରିଥିଲେ ଜ୍ୟୋତିଷ, TVK ସରକାରରେ ମିଳିଲା ବଡ଼ ପଦବୀ

ଚେନ୍ନାଇ,୧୨।୫: ତାମିଲନାଡୁର ନୂତନ ମୁଖ୍ୟମନ୍ତ୍ରୀ ପ୍ରଥମେ ତିନି ବର୍ଷ ପୂର୍ୱେ ପ୍ରତିଷ୍ଠିତ ତାଙ୍କ ଦଳ ସହିତ ନିର୍ୱାଚନରେ ଏକ ବଡ଼ ବିଜୟ ହାସଲ କରି ହଇଚଇ ସୃଷ୍ଟି…

ଇଟାଲୀ, ୟୁଏଇ, ସ୍ୱିଡେନ…ମୋଦିଙ୍କ ଏହି ୫ଟି ଦେଶ ଗସ୍ତ ସ୍ଥାନରେ ୫୦୦ ଭାରତୀୟ ଟଙ୍କାର ମୂଲ୍ୟ କେତେ?

ନୂଆଦିଲ୍ଲୀ,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୧୫ ରୁ ମେ ୨୦ ମଧ୍ୟରେ ପାଞ୍ଚଟି ଦେଶ ଗସ୍ତରେ ଯିବେ। ଏହି ଗସ୍ତ ସଂଯୁକ୍ତ ଆରବ ଏମିରେଟ୍ସ (UAE)…

NEET- UG ୨୦୨୬ ପରୀକ୍ଷା ବାତିଲ: ବର୍ଷିଲେ ରାହୁଲ, ମୋଦିଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୧୨।୫: NEET-UG ୨୦୨୬ ପରୀକ୍ଷା ବାତିଲକୁ ନେଇ ରାହୁଲ ଗାନ୍ଧୀ କେନ୍ଦ୍ର ସରକାର ଏବଂ ଭାଜପାକୁ କଡ଼ା ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ଭ୍ରଷ୍ଟ…

ପଞ୍ଚାୟତ,ପୌର ନିର୍ବାଚନ ପୂର୍ବରୁ ଭାଜପାର ରଣନୀତି : ନୀତିନ ନବୀନଙ୍କ ଗସ୍ତକୁ ନେଇ ମନମୋହନ କହିଲେ…

ଭୁବନେଶ୍ୱର, ୧୨/୫ : ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ୧୮ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ରାଜ୍ୟ ଭାଜପା ମୁଖ୍ୟାଳୟରେ ଆୟୋଜିତ ଜିଲାସ୍ତରୀୟ ପ୍ରଶିକ୍ଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri