ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ପାଇଁ ‘ଦାଦନ’ ମନୋନୀତ

ଭୁବନେଶ୍ୱର, ୪।୪ (ବ୍ୟୁରୋ):ହାର୍‌ମୋନୀ ଫିଲ୍ମସ୍‌ ବ୍ୟାନରରେ ନିର୍ମିତ ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ଦାଦନ’ (ଏକ ଆତ୍ମକାହାଣୀ) ଚମ୍ବଲ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ପାଇଁ ମନୋନୀତ ହୋଇଛି। ଆସନ୍ତା ୧୬ ଓ ୧୭ ତାରିଖରେ ରାଜସ୍ଥାନ କୋଟ ସହରର ୟୁଆଟି ଅଡିଟୋରିୟମଠାରେ ଏହି ମହୋତ୍ସବ ଅନୁଷ୍ଠିତ ହେବ। ଏଥିରେ ପ୍ରାୟ ୪୦ ଦେଶ ଓ ଭାରତର ବିଭିନ୍ନ ଭାଷାର ପ୍ରାୟ ୪୭୦ ଚଳଚ୍ଚିତ୍ର, କ୍ଷୁଦ୍ର ଚଳଚ୍ଚିତ୍ର, ପ୍ରାମାଣିକ ଚଳଚ୍ଚିତ୍ର, ମ୍ୟୁଜିକ୍‌ ଭିଡିଓ ଆଦି ପ୍ରଦର୍ଶିତ ହେବ।
ଦୂର କରିବା ସହ କରଜ ଶୁଝିବା ଆଶାରେ ପରିବାର ଧରି ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଚାଲିଯାଏ। ସେଠାରେ ୨୩ମାସ କାମ କରିବା ପରେ ହଠାତ୍‌ କରୋନା ମହାମାରୀ ପାଇଁ ଲକ୍‌ଡାଉନ ହୁଏ। ସମସ୍ତ କଳକାରଖାନା ବନ୍ଦ ହୋଇଯିବା ପରେ ରୋଜଗାର ହରାଇବସେ। କରଜ ଶୁଝିବା ଦୂରର କଥା ସ୍ତ୍ରୀ ଛୁଆଙ୍କୁ ଖାଇବାକୁ ଦେଇ ପାରେନି। ସବୁଆଡୁ ହତାଶ ହୋଇ ଶେଷରେ ନିଜ ଭିଟାମାଟିକୁ ଫେରିବାକୁ ନିଷ୍ପତ୍ତି ନିଏ। ଅନ୍ୟ ଶ୍ରମିକଙ୍କ ପରି ଭୋକ ଉପାସରେ ଗାଁକୁ ଫେରିବା ବାଟରେ ସ୍ତ୍ରୀ ଓ ଛୁଆକୁ ହରାଇ ବସେ। ଶେଷରେ କରୋନାର ଭୟ ଓ ଭୋକର ତାଡନା ତା’ ଜୀବନର ଗତି ପଥକୁ ବଦଳାଇ ଦିଏ। ଏଭଳି ଏକ ହୃଦୟସ୍ପର୍ଶୀ କାହାଣୀକୁ ନେଇ ୩୦ ମିନିଟ ୫୮ ସେକେଣ୍ଡର କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ଜି. ଅଶୋକ କୁମାର। ଚଳଚ୍ଚିତ୍ରର ସଂଳାପଗୁଡିକୁ ସୁନ୍ଦର ଭାବେ ସଜାଇଛନ୍ତି ସଂଳାପକାର ବିଜୟ ରାଉଳ। ପ୍ରଭାତ ନଳିନୀଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରର ପରିକଳ୍ପନା, ଗୀତ ରଚନା, ସଂଗୀତ ନିର୍ଦ୍ଦେଶନା, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ନିଜେ ଜି. ଅଶୋକ କୁମାର କରିଛନ୍ତି। ବନମାଳୀ, ଦ୍ୱିଷ୍ଟା, ସୁଧାଂଶୁ, କାଞ୍ଚନ, ଦେବବ୍ରତ, ବିସ୍ମୟ ଓ ମଧୁ ଏଥିରେ ଖୁବ୍‌ ସୁନ୍ଦର ଅଭିନୟ କରିଛନ୍ତି। ଚଳଚ୍ଚିତ୍ରର ଟାଇଟଲ୍‌ ଗୀତ ‘ଦାଦନ’ ଅତ୍ୟନ୍ତ ମର୍ମସ୍ପର୍ଶୀ ହୋଇପାରିଛି। ଆଗାମୀ ଦିନରେ ଚଳଚ୍ଚିତ୍ର ଅନ୍ୟ କେତେକ ମହୋତ୍ସବରେ ଭାଗ ନେବା ପାଇଁ ପ୍ରଯୋଜନା ସଂସ୍ଥା ଆଶା ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

‘ଶିକ୍ଷକଙ୍କ ହାତରେ ରହିଛି ଉତ୍ତମ ଶିଶୁ ଗଠନର ଦାୟିତ୍ୱ’

ଭୁବନେଶ୍ୱର,୫ା୯: ବାଲିପୁଟର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେଣ୍ଟ୍‌ ଜାଭିଅର କିଡ୍ସରେ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି ଗୁରୁଦିବସ। ବିଦ୍ୟାଳୟର ପ୍ରାର୍ଥନା ପର୍ବ ପରେ ପୂର୍ବତନ ରାଷ୍ଟ୍ରପତି ତଥା…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

ଚାଷୀଙ୍କ ଶ୍ରମକୁ ଉଚିତ ସମ୍ମାନ ମିଳୁଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୯ (ସୁନିତ୍‌ ମିଶ୍ର): ଜନ୍ମାଷ୍ଟମୀ ଅବସରରେ ରାଜ୍ୟର ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଓୟୁଏଟିର କୃଷି ଶିକ୍ଷା ସଦନଠାରେ ସିଏମ୍‌ କିଷାନ ଯୋଜନାର…

ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ତଦନ୍ତ ଫାଇଲ ଗାଏବ୍‌ ମାମଲା, ସିବିଆଇ ତଦନ୍ତ ଦାବି କଲେ ପୁଅ-ବୋହୂ

ଭୁବନେଶ୍ୱର,୪।୯(ତ୍ରିନାଥ ମହାନ୍ତି): ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକୁ ୧୮ ବର୍ଷ ପୂରିଛି। ଶୁକ୍ରବାର ସାରା ରାଜ୍ୟରେ ବଳିଦାନ ଦିବସ ପାଳନ କରାଯାଇ ସ୍ବାମିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। କିନ୍ତୁ…

ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ହ୍ବାଟ୍ସଆପ୍ ହ୍ୟାକ୍

ଭୁବନେଶ୍ବର,୪।୯: ବିରୋଧୀ ଦଳ ଉପନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଫୋନ୍ / ହ୍ୱାଟ୍ସଆପ୍ ହ୍ୟାକ୍ ହୋଇଯାଇଛି। ସୋସିଆଲ ମିଡିଆରେ ଆଚାର୍ଯ୍ୟ ଏ ନେଇ ଜଣାଇଛନ୍ତି।…

ଖୁଆଡ଼ରୁ ଖସି ବାହାରକୁ ଆସିଲା ହୁଲକ୍ ଗିବନ୍

ଭୁବନେଶ୍ୱର, ୪।୯ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖୁଆଡ଼ରୁ ଖସି ଏକ ହୁଲକ୍ ଗିବନ୍ ବାହାରକୁ ଆସିଯିବା ଘଟଣାକୁ ନେଇ କିଛି ସମୟ ପାଇଁ ଚର୍ଚ୍ଚା ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri