ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ଝାରସୁଗୁଡ଼ା ଅଫିସ,୧୨।୬: ଝାରସୁଗୁଡ଼ା ଜିଲା ବଡ଼ମାଲ ଥାନା ବୃନ୍ଦାମାଲ ଗ୍ରାମରେ ଶନିବାର ଏକ ଅଘଟଣ ଘଟିଛି। ପୁଅର ଟାଙ୍ଗିଆ ଚୋଟରେ ବାପାଙ୍କ ମୃତ୍ୟୁ ଘଟିିଛି। ମୃତକ ହେଲେ ସୁରଥ ମରେଇ(୬୫)। ଏ ନେଇ ମୃତକଙ୍କ ସ୍ତ୍ରୀ ନୃପତି ମରେଇ ଥାନାରେ ଏକ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗକୁ ଭିତ୍ତି କରି ଏକ ହତ୍ୟା ମାମଲା (ନଂ.୧୧୧/୨୧) ରୁଜୁ କରି ତଦନ୍ତ ଚଳାଇଛି। ଅଭିଯୁକ୍ତ ପୁଅ ବୈକୁଣ୍ଠ ଫେରାର୍‌ ଅଛନ୍ତି।

ସୂଚନା ଅନୁଯାୟୀ, ବୈକୁଣ୍ଠଙ୍କୁ ମା’ବାପା ଗାଧୋଇ ଆସିଲେ ଖାଇବା ବୋଲି କହିଥିଲେ। ଏଥିରେ ବୈକୁଣ୍ଠ ଉତ୍‌କ୍ଷିପ୍ତ ହୋଇ ମା’ବାପାଙ୍କୁ ମାରିବା ପାଇଁ ବାହାରିଥିଲେ। ଭୟରେ ମା’ ଘରଛାଡି ପଳାଇଥିଲେ। ଏହି ସମୟରେ ବୈକୁଣ୍ଠ ଏକ ଟାଙ୍ଗିଆରେ ବାପାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ପଡୋଶୀ ତାଙ୍କୁ ଗୁରୁତର ଭାବେ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣ କରିଥିଲେ। ବଡମାଲ ଥାନା ଆଇଆଇସି ଅମିତାଭ ପଣ୍ଡା,ଏଏସ୍‌ଆଇ ମନୋଜ ମିଶ୍ର, ସାଇଣ୍ଟିଫିକ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିଲେ।