ଆଉ ଏକ ବଡ଼ କମ୍ପାନୀକୁ ମିଳିଲା ଜିଏସଟି ବକେୟା ନୋଟିସ୍, ଦେବାକୁ ପଡ଼ିବ ୩୨୧ କୋଟି ଟଙ୍କା

ନୂଆଦିଲ୍ଲୀ, ୧୭।୧୦: ଦେଶର ଖାଉଟି ଦ୍ରବ୍ୟ ଉତ୍ପାଦନକାରୀ କମ୍ପାନୀ ଡାବର ଇଣ୍ଡିଆକୁ ମିଳିଛି ଜିଏସଟି ବକେୟା ନୋଟିସ୍। ଜିଏସଟି ଅଥରିଟି କମ୍ପାନୀକୁ ୩୨୧ କୋଟି ଟଙ୍କାର ନୋଟିସ ପଠାଇଛନ୍ତି। କମ୍ପାନୀ ବର୍ତ୍ତମାନ ଏହି ନୋଟିସର ତର୍ଜମା କରୁଛି।

ଡାବର ଇଣ୍ଡିଆ ଷ୍ଟକ ଏକ୍ସଚେଞ୍ଜ ନିକଟରେ ରେଗୁଲେଟରି ଫାଇଲିଂରେ କହିଛି ଯେ, ଡିଜିଜିଆଇ ପକ୍ଷରୁ ଏହାକୁ ଟାକ୍ସ ଇଣ୍ଟିମେସନ ନୋଟିସ ମିଳିଛି, ଯେଉଁଥିରେ ଦର୍ଶାଯାଇଛି ଯେ କମ୍ପାନୀକୁ ୩,୨୦,୬୦,୫୩,୦୬୯ କୋଟି ଟଙ୍କା ଦେବାକୁ ପଡ଼ିବ।

ଏହି ନୋଟିସ ସିଜିଏସଟି ଆକ୍ଟ, ୨୦୧୭ ସେକ୍ସନ ୭୪(୫) ଅନୁଯାୟୀ ଜାରି ହୋଇଛି। ଯାହାକୁ ଗୁରୁଗ୍ରାମ ଜୋନାଲ ୟୁନିଟ ପଠାଇଛି। ନୋଟିସରେ କୁହାଯାଇଛି ଯେ, ବକେୟା ଜିଏସଟି ବ୍ୟତୀତ କମ୍ପାନୀକୁ ଏହା ଉପରେ ଲାଗିଥିବା ସୁଧ ଏବଂ ଜୋରିମାନା ମଧ୍ୟ ଦେବାକୁ ପଡ଼ିବ।

ଡାବର ଇଣ୍ଡିଆ କମ୍ପାନୀ ଏହି ବିଷୟରେ କହିଛି ଯେ ଏହା ସମ୍ପୃକ୍ତ ଅଥରିଟିଙ୍କ ନିକଟରେ ଏହାର ଜବାବ ଦେଇ ନୋଟିସକୁ ଚ୍ୟାଲେଞ୍ଜ କରିବ। ତେବେ ଏହି ନୋଟିସ କାରଣରୁ ଆର୍ଥିକ କିମ୍ବା ଅନ୍ୟ କୌଣସି ପରିଚାଳନା ଗତ ସମସ୍ୟା ହୋଇନଥିବା କମ୍ପାନୀ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଅପେକ୍ଷାର ଅନ୍ତ ହେବାକୁ…

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାର ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ…

ଶସ୍ତା ହୋଇଗଲା ସୁନା-ରୂପା ଦାମ୍, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦର

ନୂଆଦିଲ୍ଲୀ,୧୩।୪: ସୁନା ଏବଂ ରୂପାର ମୂଲ୍ୟରେ ସୋମବାର ଦିନ ରେକର୍ଡ ହ୍ରାସ କରାଯାଇଛି। ଫ୍ୟୁଚର୍ସ ବଜାରରେ, ଉଭୟ ମୂଲ୍ୟବାନ ଧାତୁର ମୂଲ୍ୟ ହ୍ରାସ ପାଇଛି । ମଲ୍ଟି…

Share Market Crash: ଶାନ୍ତି ଆଲୋଚନା ବିଫଳ ହେବା ପରେ ଷ୍ଟକ ମାର୍କେଟ କ୍ରାସ; ସେନସେକ୍ସ ୧,୬୦୦ ପଏଣ୍ଟ ହ୍ରାସ ପାଇଲା

ମୁମ୍ମାଇ,୧୩।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା ବିଫଳ ହେବା ପରେ ଆଜି ବିଶ୍ୱ ଷ୍ଟକ ବଜାରରେ ତୀବ୍ର ହ୍ରାସ…

ଦରମା ବଢାଇବା ଦାବିରେ କର୍ମଚାରୀଙ୍କ ଉଗ୍ର ପ୍ରଦର୍ଶନ, ପୋଲିସ ଉପରକୁ ପଥର ମାଡ଼

ନୋଏଡା,୧୩।୪: ନୋଏଡାର ବିଭିନ୍ନ ସେକ୍ଟରର ବିଭିନ୍ନ କମ୍ପାନୀର କର୍ମଚାରୀମାନେ ସୋମବାର ଦରମା ବୃଦ୍ଧି ଦାବିରେ ରାସ୍ତାକୁ ଓହ୍ଲାଇଥିଲେ। ଗତ ତିନିରୁ ଚାରି ଦିନ ଧରି ଚାଲିଥିବା ଏହି…

ଜୁଏଲେରି ବ୍ୟବସାୟ ସବୁଠୁ ନିରାପଦ: ସଞ୍ଜୀବ ହଂସ

ପ୍ରାୟ ୩୦ ବର୍ଷ ପୂର୍ବେ ପ୍ରତିଷ୍ଠିତ ‘ଶୁଭଲାଭ ଜୁଏଲର୍ସ’ ଓଡ଼ିଶାର ଏକ ପ୍ରମୁଖ ଜୁଏଲେରି ବ୍ରାଣ୍ଡ୍‌ ଭାବରେ ପରିଚିତ। ଏକ ଛୋଟ ଦୋକାନରୁ ଆରମ୍ଭ ହୋଇଥିବା ଏହି…

ବିବାହ ସାରି ଫେରୁଥିବା ବେଳେ ଟ୍ରକକୁ ପିଟିଲା ବସ, ୬ ମୃତ, ୧୩ ଆହତ

ଧୌଲାନା,୧୩।୪: ରବିବାର ବିଳମ୍ବିତ ରାତିରେ ପ୍ରାୟ ୧ଟା ୩୦ ସମୟରେ ଉତ୍ତର ପ୍ରଦେଶର ଧୌଲାନା-ମସୁରୀ ରାସ୍ତାରେ ଅରବିନ୍ଦ ଡାଏରୀ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ପଶ୍ଚିମବଙ୍ଗ ଏସ୍‌ଆଇଆର୍‌ ଶୁଣାଣି ଆଜି

ନୂଆଦିଲ୍ଲୀ,୧୩ା୪(ପି.ଟି.): ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ବିରୋଧ କରି ଦାଏର ଅନେକ ପିଟିଶନ ଉପରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି…

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri