୭ ବର୍ଷ ପରେ ଧରାପଡ଼ିଲେ ଧଳସାମନ୍ତଙ୍କ ଘନିଷ୍ଠ ସହଯୋଗୀ

କଟକ ଅଫିସ,୨୩।୮: କୁଖ୍ୟାତ ଅପରାଧୀ ଧଳସାମନ୍ତ ଭ୍ରାତାଙ୍କ ଘନିଷ୍ଠ ସହଯୋଗୀ ଦିଲୁ ଓରଫ ପ୍ରଦୀପ କୁମାର ସାହୁଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ଏନେଇ ସୋମବାର ଡିସିପି କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀରେ ପୋଲିସ୍‌ କମିଶନର(ସିପି) ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।

ସ୍ଥାନୀୟ ଥାଟରା ସାହିର ଦିଲୁ ୨୦୧୩ରେ ବହୁଚର୍ଚ୍ଚିତ ଓମ୍‌ ଓ ଦିପୁ ହତ୍ୟା କାଣ୍ଡରେ ସମ୍ପୃକ୍ତ ଥିଲେ। ହତ୍ୟା ପରେ ସେ ଦୀର୍ଘ ୭ ବର୍ଷ ଧରି ଫେରାର ରହିଥିଲା। କଟକ ଡିସିପି ପ୍ରତୀକ ସିଂଙ୍କ ନେତୃତ୍ୱରେ ଏକ ସ୍ପେସାଲ ଟିମ୍‌ ରାୟଗଡ଼ାରୁ ଦିଲୁକୁ ଗିରଫ କରିଛି। ଗିରଫ ସମୟରେ ତା ନିକଟରୁ ଗୋଟିଏ ବନ୍ଧୁକ, ୬ ରାଉଣ୍ଡ ଗୁଳି ଏବଂ ୩ ଟି ମୋବାଇଲ ଫୋନ୍‌ ଜବତ କରାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଦିଲୁ ଡି ବ୍ରଦର୍ସଙ୍କ ଟେଣ୍ଡର କାମ ଦେଖୁଥିଲା। ଏହା ସହ ଦିଲୁ ଅନେକ ବଡ଼ ବଡ଼ କାମ ତଦାରଖ କରୁଥିଲେ। ଦିଲୁ ନାମରେ ଚାଉଳିଆଗଞ୍ଜ ଥାନାରେ ୪ ଟି ମାମଲା ରହିଛି।