୨୬ରେ ଘୂର୍ଣ୍ଣିବାତ୍ୟା, ୨୮ରେ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିବ!

ଭୁବନେଶ୍ୱର, ୨୪ା୧୦: ବଙ୍ଗୋପସାଗରରେ ସୃଷ୍ଟ ସ୍ପଷ୍ଟଚିହ୍ନିତ ଲଘୁଚାପ ଅଧିକ ଘନୀଭୂତ ହେବାରେ ଲାଗିଛି। ଏହା କ୍ରମଶଃ ଶକ୍ତିଶାଳୀ ହୋଇ ଅବପାତ ଓ ପରେ ଗଭୀର ଅବପାତର ରୂପ ନେବା ସହ ୨୬ ତାରିଖରେ ଘୂର୍ଣ୍ଣିବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ଗତିପଥ ଓ ତୀବ୍ରତା ଉପରେ ପାଣିପାଗ ବିଭାଗ ନଜର ରଖିଛି।

ଆକଳନ ଅନୁଯାୟୀ, ରବିବାର ଏହା ଗଭୀର ଅବପାତର ରୂପ ନେଇପାରେ। ପରେ ୨୬ ତାରିଖରେ ଘୂର୍ଣ୍ଣିବାତ୍ୟାରେ ପରିଣତ ହେବାର ଆଶଙ୍କା ରହିଛି। ୨୮ ତାରିଖ ସକାଳ ସୁଦ୍ଧା ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିପାରେ ବୋଲି ଆକଳନ କରାଯାଇଛି।

ସମ୍ଭାବ୍ୟ ଘୂର୍ଣ୍ଣିବାତ୍ୟାକୁ ନେଇ ଉପକୂଳବର୍ତ୍ତୀ ଅଞ୍ଚଳରେ ସତର୍କତା ଜରୁରୀ ହୋଇପଡ଼ିଛି। ତେବେ ଏହାର ନିର୍ଦ୍ଦିଷ୍ଟ ଗତିପଥ, ତୀବ୍ରତା ଓ ପ୍ରଭାବ ସମ୍ପର୍କରେ ପାଣିପାଗ ବିଭାଗର ପରବର୍ତ୍ତୀ ବୁଲେଟିନ୍‌ରୁ ସ୍ପଷ୍ଟ ହେବ। ଏଥିପାଇଁ ଲୋକେ ପାଣିପାଗ ବିଭାଗର ସଦ୍ୟତମ ସୂଚନା ଉପରେ ନଜର ରଖିବା ସହ ସରକାରୀ ସତର୍କତା ନିର୍ଦ୍ଦେଶ ପାଳନ କରିବା ଆବଶ୍ୟକ।

Dharitri – Odisha’s No.1 Odia Daily

Share