ଗୋଚର, ଶ୍ମଶାନ ଓ ଜଙ୍ଗଲ ଜମିରେ ଖର୍ଚ୍ଚ ହେଉଛି ‘ୟାସ୍‌’ ଅର୍ଥ

ଖଇରା, ୫।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଗଡପୋଖରୀ ପଞ୍ଚାୟତରେ ୟାସ୍‌ ବାତ୍ୟାରେ ଆସିଥିବା ଅର୍ଥ ବେନିୟମ ଭାବେ ଖର୍ଚ୍ଚ ହେଉଥିବା ନେଇ ବିଭିନ୍ନ ଗ୍ରାମର ବାସିନ୍ଦା ଅଭିଯୋଗ କରିଛନ୍ତି ା ଏଭଳିକି ହାଇକୋର୍ଟଙ୍କ ରାୟ ପରେ ମଧ୍ୟ ଜିଲାପାଳଙ୍କ ନିଷ୍ପତ୍ତିରେ ବିଳମ୍ବକୁ ଆଳ କରି କାର୍ଯ୍ୟଗ୍ରାହୀ ଓ ଯନ୍ତ୍ରୀମାନେ ତରବରିଆ ଭାବେ ବିଲ୍‌ ଉଠାଇବାକୁ ପ୍ରସ୍ତୁତି ଚଳାଇଛନ୍ତି। ତୁରନ୍ତ ଜିଲାପାଳ ଏଥିରେ ହସ୍ତକ୍ଷେପ କରିବାକୁ ଗଡପୋଖରୀ ପଞ୍ଚାୟତବାସୀ ଦାବି କରିଛନ୍ତି।
୨୦୨୧ ମେ’ ଶେଷ ସପ୍ତାହରେ ୟାସ୍‌ ବାତ୍ୟା ଓ ବନ୍ୟା ପ୍ରଭାବରେ ଖଇରା ବ୍ଲକରେ ବ୍ୟାପକ କ୍ଷତି ହୋଇଥିଲା। ଲୋକପ୍ରତିନିଧିଙ୍କୁ ଉପେକ୍ଷା କରି ତରବରିଆ ଭାବେ ବିଭିନ୍ନ ପଞ୍ଚାୟତରେ ନଷ୍ଟ ହୋଇଥିବା ରାସ୍ତାଘାଟ, ବିଦ୍ୟାଳୟ ତାଲିକା ସରକାରୀ କର୍ମଚାରୀଙ୍କ ଜରିଆରେ ପ୍ରସ୍ତୁତ କରାଯାଇଥିଲା। ହେଲେ ଗଡପୋଖରୀ ପଞ୍ଚାୟତରେ ଦିଆଯାଇଥିବା ରାସ୍ତା କାମ ଆରମ୍ଭ ହେବା ପରେ ଏହାକୁ ବିରୋଧ କରି ସ୍ଥାନୀୟ ସରପଞ୍ଚ ଟିକିରାଣୀ ସେଠୀ, ପୂର୍ବତନ ସମିତିସଭ୍ୟା ସଞ୍ଜୁଶ୍ରୀ ବାରିକ, କାହ୍ନୁ ପରିଡା ଓ ବିଜୟ କୁମାର ବାରିକ ପ୍ରମୁଖ ଏପ୍ରିଲ ୧୯ତାରିଖରେ ଖଇରା ବିଡିଓ ଓ ବାଲେଶ୍ୱର ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ। ନିର୍ମାଣ ହେଉଥିବା ରାସ୍ତା ମଧ୍ୟରୁ ଅଧିକାଂଶ ଗୋଚର, ଶ୍ମଶାନ, ଜଙ୍ଗଲ ଓ ବ୍ୟକ୍ତିଗତ ଜମି ଉପରେ ଅତିକ୍ରମ କରୁଥିବା ନେଇ ଅଭିଯୋଗ କରିଥିଲେ। ନିୟମ ଅନୁଯାୟୀ ନଷ୍ଟ ହୋଇଥିବା ପଞ୍ଚାୟତ ଓ ପଞ୍ଚାୟତ ସମିତି ରାସ୍ତା ଅର୍ଥ ଆସିବାର ୪୫ଦିନ ମଧ୍ୟରେ ହେବା କଥା ା ସମସ୍ତ ନିୟମର ଉଲ୍ଲଂଘନ କରାଯାଇ ଏହି ରାସ୍ତା ନିର୍ମାଣ କରାଯାଇଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଥିଲା। ହେଲେ ପ୍ରଶାସନ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହେଉଥିବା ଅଭିଯୋଗ ଆଣି ଏହି ବ୍ୟକ୍ତିମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଉକ୍ତ ମାମଲା(ଡବ୍ଲ୍ୟୁପି(ସି)(ପିଆଇଏଲ)ନଂ. ୧୧୯୦୯/୨୦୨୨ର ବିଚାର କରି ଅଗଷ୍ଟ ୧ତାରିଖ ପୂର୍ବରୁ ସମସ୍ତଙ୍କୁ ସୁହାଇବା ଭଳି ଆଦେଶ ପାରିତ କରିବାକୁ ମେ’ ୨୫ତାରିଖରେ ବାଲେଶ୍ୱର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଅଭିଯୋଗକାରୀଙ୍କୁ ଯୋଗାଯୋଗ କରିବାକୁ ଉଲ୍ଲେଖ କରାଯାଇଥିଲା। ହେଲେ ଜିଲାପାଳଙ୍କ ଆଦେଶ ପୂର୍ବରୁ ଠିକାଦାରମାନେ ଯନ୍ତ୍ରୀଙ୍କ ସହାୟତାରେ ଏବେ ରାସ୍ତାକାମ ଶେଷ କରି ବିଲ୍‌ ଉଠାଇବା ପାଇଁ ଉଦ୍ୟମ କରୁଥିବା ନେଇ ଅଭିଯୋଗ ହୋଇଛି ା ରାସ୍ତା କାମ ଆରମ୍ଭରେ କୌଣସି ଫଳକ ଲଗାଯାଇ ନ ଥିବାରୁ ସର୍ବସାଧାରଣ ଆବଶ୍ୟକ ସୂଚନାରୁ ବଞ୍ଚିତ ହେଉଛନ୍ତି ା ଏ ସମ୍ପର୍କରେ ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଯୋଗାଯୋଗ କରାଯିବାରେ ସେ ଖଇରା ବିଡିଓଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

ଜାତୀୟ ରାଜପଥରେ ବଢ଼ିପାରେ ଟୋଲ୍ ଟ୍ୟାକ୍ସ: ବଡ଼ ଯୋଜନା କରୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୬।୨: ଭାରତରେ ଆଗକୁ ବଢିପାରେ ଟୋଲ୍ ଟ୍ୟାକ୍ସ। ଦେଶରେ ଏକ୍ସପ୍ରେସ-ୱେ ଏବଂ ହାଇ-ସ୍ପିଡ୍ ରୋଡ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri