ବଢୁଛି ଶିଳ୍ପାୟନ,ଉଜୁଡୁଛି ସବୁଜିମା

ପାରାଦୀପ,୫।୬(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ଦେଇ ପ୍ରବାହିତ ମହାନଦୀ ଓ ଜଟାଧାର ନଦୀ ମଧ୍ୟସ୍ଥଳରେ ୧୯୬୨ ପୂର୍ବରୁ ଘଞ୍ଚ ଜଙ୍ଗଲ ଥିଲା। ଏଥିସହ ୫୭ଟି ନଦୀ ଯୋର ସୈରାତ ରହିଛି। ପାରାଦୀପରେ ବନ୍ଦରଭିତ୍ତିକ ଶିଳ୍ପାୟନ ଦିନକୁ ଦିନ ବଢ଼ିଚାଲିଥିବାବେଳେ ଏବେ ସେହି ସୀମା ମଧ୍ୟରେ ଶିଳ୍ପର ନିଆଁ ଜଳୁଛି। ଶିଳ୍ପର ବିକାଶରେ ନଦୀ ଯୋର ସୈରାତ ହଜିଗଲାଣି। ପଣ୍ୟ କାରବାର ଓ ଶିଳ୍ପରୁ ବାହାରୁଥିବା ବର୍ଜ୍ୟବସ୍ତୁ ଯୋଗୁ ପ୍ରଦୂଷଣ ମାତ୍ରା ଚରମସ୍ତରରେ ପହଞ୍ଚତ୍ୟାଇଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ ମୁତାବକ ପାରାଦୀପ ହେଉଛି ରାଜ୍ୟର ହାଇଲି ପଲ୍ୟୁଟେଡ ଏରିଆ । ଏଭଳି ବିପରୀତ ବ୍ୟବସ୍ଥା ମଧ୍ୟରେ ରବିବାର ପାଳନ ହେଉଛି ବିଶ୍ବ ପରିବେଶ ଦିବସ। ଗୋଟିଏ ପଟେ ପ୍ରଦୂଷଣ ଅପରପକ୍ଷେ ବର୍ଦ୍ଧିତ ଶିଳ୍ପ ମଧ୍ୟରେ ଆଉଟୁପାଉଟୁ ହେଉଛନ୍ତି ଉକ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକ।
ଏକଦା ମହାନଦୀ ଓ ଜଟାଧାରମୁହାଣ ମଝିରେ ଥିଲା ଘଞ୍ଚ ହେନ୍ତାଳବଣ। ସେହି ହେନ୍ତାଳ ବଣକୁ ଲୋପ କରାଯାଇ ଗଢ଼ି ଉଠିଛି ପାରାଦୀପ ବନ୍ଦର ଓ ୧୫ଟି ବୃହତ୍‌ ଶିଳ୍ପ। ଆଗାମୀ ଦିନରେ ଆଉ ୨ ରୁ ୩ ଟି ବୃହତ୍‌ କାରଖାନା ହେବାର ପ୍ରସ୍ତାବ ରହିଛି। ଏଥିପାଇଁ ୧୮୪୨୦ ଏକର ଜାଗା ଯାଇଛି। ନୂଆ କମ୍ପାନୀ ପାଇଁ ପୁଣି ପ୍ରାୟ ୧୦ ହଜାର ଏକର ଜାଗା ଯିବାର ପ୍ରସ୍ତାବ ରହିଛି। ଯେତିକି ଅଞ୍ଚଳ ଶିଳ୍ପସଂସ୍ଥାକୁ ଯୋଗାଇ ଦିଆଯାଇଛି ସେଠାରେ ଜଙ୍ଗଲ କଟାଯାଇଛି। ପ୍ରତିବଦଳରେ ନୂଆ ସବୁଜ ବଳୟ ସୃଷ୍ଟି କରାଯାଇନାହିଁ। ଜଙ୍ଗଲ ଓ ପରିବେଶ ବିଭାଗର ନିୟମାନୁସାରେ ପ୍ରତ୍ୟେକ ଶିଳ୍ପ ତାଙ୍କର ମୂଳ ଜାଗାର ୩୩ ପ୍ରତିଶତ ଅଞ୍ଚଳରେ ସବୁଜବଳୟ କରିବା କଥା। ଦୁଃଖ ଓ ବିଡ଼ମ୍ବନାର ବିଷୟ ହେଲା, ପାରାଦୀପର ଗୋଟିଏ କମ୍ପାନୀ (ପିପିଏଲ)କୁ ଛାଡିଦେଲେ ଆଉ କୌଣସି କମ୍ପାନୀ ଧାର୍ଯ୍ୟ ସବୁଜ ବଳୟ କରିନାହାନ୍ତି। ୨୦୧୯ରେ ବିଧାନସଭା ପରିବେଶ କମିଟିର ପାରାଦୀପ ଗସ୍ତ ବେଳେ ଉକ୍ତ ରିପୋର୍ଟ ସାର୍ବଜନୀନ କରାଯାଇଥିଲା। ଗତ ଦୁଇ ବର୍ଷ ହେବ କରୋନା ମହାମାରୀ ପାଇଁ ସେଭଳି ରିପୋର୍ଟ ମିଳିନାହିଁ କିମ୍ବା ସରକାରୀ ଭାବେ ତଦାରଖ ହୋଇ ନ ଥିବା ଜଣାପଡିଛି। ତେବେ ପାରାଦୀପର ଷଣ୍ଢକୁଦ ଉପାନ୍ତରେ ଜଙ୍ଗଲର ତଦାରଖ ପାଇଁ ବିଭାଗର ଏକ ବିଟ୍‌ ହାଉସ ରହିଛି। ସେଠାରେ ଜଙ୍ଗଲ ପଶୁପକ୍ଷୀଙ୍କ ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ପୋଖରୀ ଖୋଳାଯାଇ ଫଳକ ଲଗାଯାଇଛି। କିନ୍ତୁ ସେହି ବିଟ୍‌ ହାଉସ ଚତୁଃପାଶର୍‌ବରେ ଥିବା ଜଙ୍ଗଲକୁ ଦୁର୍ବୃତ୍ତମାନେ ସଫା କରି ଚାଲିଛନ୍ତି ବୋଲି ପରିବେଶ ସଙ୍ଗଠନ ଆଦର୍ଶ ପ୍ରୟାସ ସଭାପତି ଦେବୀକଲ୍ୟାଣ ମହାପାତ୍ର କହିଛନ୍ତି। ଏନେଇ ସେ ସଙ୍ଗଠନ ତରଫରୁ ବନ ବିଭାଗକୁ ବାରମ୍ବାର ଚିଠି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।
ଅନ୍ୟ ଜଣେ ପରିବେଶବିତ୍‌ ଅମରେଶ ନରେଶ ସାମନ୍ତ କୁହନ୍ତି, ତାଙ୍କ ସଙ୍ଗଠନ ପକ୍ଷରୁ ଗତ ଦୁଇ ଦଶନ୍ଧି ମଧ୍ୟରେ ୫୦ରୁ ଊର୍ଦ୍ଧ୍ୱ ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି କରାଯାଇଛି। ସେହି ଜଙ୍ଗଲ ବେଳେବେଳେ ଶିଳ୍ପରୁ ବାହାରୁଥିବା ରସାୟନ ଯୋଗୁ ନଷ୍ଟ ହେଇଛି। ଆହ୍ବାନ କମ୍ବାଇନ୍ସ ନାମକ ସଂଗଠନ ସଭାପତି ସାଗର କୁମାର ବିଶ୍ବାଳ କୁହନ୍ତି, ପରିବେଶ ଦିବସ ପାଳନ କେବଳ ଧର୍ମକୁ ଆଖିଠାର ଭଳି ହୋଇଛି। ପ୍ରତିବର୍ଷ ବିଭିନ୍ନ କମ୍ପାନୀ କେବଳ ନାମକୁ ମାତ୍ର ଲକ୍ଷାଧିକ ଗଛ ଲଗାଇଥିବା ଘୋଷଣା କରୁଛନ୍ତି।
ଗତ ୬ ମାସ ତଳେ ବିଶ୍ବସ୍ତରୀୟ ନାସା ପକ୍ଷରୁ କୁହାଗଲା, ଆସନ୍ତା ୨୧୦୦ ମସିହା ବେଳକୁ ପାରାଦୀପ ସମୁଦ୍ର ଗର୍ଭରେ ଲୀନ ହୋଇଯିବାର ସମ୍ଭାବନା ରହିଛି। ଏହାକୁ ନେଇ କିଛିଦିନ ଗଣମାଧ୍ୟମରେ ଚର୍ଚ୍ଚା ହେଲା। ତାପରଠାରୁ ପୁଣି ପୂର୍ବବତ ଚାଲିଛି।
ଏମାନେ ଯାହା କୁହନ୍ତି…
ପରିବେଶ ଦିବସର ଚଳିତବର୍ଷ ବାର୍ତ୍ତା ରହିଛି ‘କେବଳ ପୃଥିବୀ’। ଆମ୍ଭେ ଚଢେଇର ଶବ୍ଦ ଶୁଣିବା ପାଇଁ ପଞ୍ଜୁରି ନୁହେଁ ଗଛ ଖୋଜିବା ଦରକାର। ସେହି ଗଛ ଆମକୁ ହିଁ ଲଗାଇବାକୁ ପଡିବ। ପାରାଦୀପରେ ପ୍ରଦୂଷଣର ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପାଇଁ ଉଦ୍ୟମ ଚାଲିଛି। ଆଗକୁ ମଧ୍ୟ ଏହା ବଳବତ୍ତର ରହିବ।
-ପୁଷ୍ପକ ଚନ୍ଦ୍ର ବେହେରା, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ
ପାରାଦୀପରେ ସବୁଜିମା ସୃଷ୍ଟି କରିବା ପାଇଁ ବନ ବିଭାଗ ପକ୍ଷରୁ ସମୁଦ୍ର ବେଳାଭୂମିରେ ଗଛ ଲଗାଯାଉଛି।
-ରଞ୍ଜନ ମିଶ୍ର, କୁଜଙ୍ଗ ବନାଞ୍ଚଳ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗ ନେଇ ଶଙ୍କରାଚାର୍ଯ୍ୟଙ୍କ ମତ ଲୋଡିଲା ଜଗନ୍ନାଥ ସେନା

ପୁରୀ ଅଫିସ, ୧୯।୧୦: ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଖୋଲିବା ଏବଂ ୨୬ ବର୍ଷ ପରେ ପଡ଼ୁଥିବା ଜାଗାର୍ଜୁଦ ବେଶ ଦର୍ଶନ ପ୍ରସଙ୍ଗରେ ଜଗତ୍‌ଗୁରୁ ଶଙ୍କାରାଚାର୍ଯ୍ୟଙ୍କଠାରୁ ଧାର୍ମିକ...

ଅଟୱାଲ ଛଟେଇ କର୍ମଚାରୀ, ଜିଲା ପୋଲିସ ପ୍ରଶାସନ ବୈଠକ: କେନ୍ଦ୍ରୀୟ ଶ୍ରମ ଆୟୁକ୍ତଙ୍କୁ ଭେଟିବାକୁ ପରାମର୍ଶ

ଯାଜପୁର ରୋଡ,୬-୧୧(ନି.ପ୍ର.)- ସୁକିନ୍ଦା ଖଣି ଉପତ୍ୟାକାରେ ଥିବା ଟିସ୍‌କୋ ଖଣିରେ ଅଟଓ୍ବାଲ ଠିକାସଂସ୍ଥା ପକ୍ଷରୁ ୧୯୮୪ରୁ ୪୩୩ ଜଣ କର୍ମଚାରୀଙ୍କୁ ନିଯୁକ୍ତ ପାଇଥିଲେ। ଗତ ସେପ୍ଟେମ୍ବର...

କୁଟୁରା ଶିକାର, ୧୨ ଗିରଫ

କଣିହାଁ,୭ା୨(ଡି.ଏନ.ଏ.): ଅନୁଗୋଳ ଜିଲା କଣିହାଁ ବନାଞ୍ଚଳ ତରଫରୁ କୁଟୁରା ଶିକାର ଅଭିଯୋଗରେ ୧୨ ଜଣଙ୍କୁ ଗିରଫ ପରେ ଶନିବାର ରାତିରେ କୋର୍ଟ ଚାଲାଣ କରାଯାଇଛି। ରେଞ୍ଜ...

ଖାକିରେ ଦାଗ: ଏସ୍‌ଆଇ ନିଲମ୍ବିତ, ୨ ହୋମ୍‌ଗାର୍ଡ ଗିରଫ

ମାଲକାନଗିରି,୩୦।୮(ସ୍ବ.ପ୍ର.): ଖାକି ପୋଷାକରେ ଦାଗ। ଗଞ୍ଜେଇ ବ୍ୟବସାୟୀଙ୍କଠାରୁ ଜୋରଜବରଦସ୍ତି ଟଙ୍କା ଆଦାୟ ମାମଲାରେ ଏସ୍‌ଆଇ ନିଲମ୍ବିତ ଓ ଏଏସ୍‌ଆଇଙ୍କ ନାମରେ ମାମଲା ରୁଜୁ , ୨...

ଗଳା କାଟି ପଥରରେ ଛେଚିଦେଲେ

ଖୋର୍ଦ୍ଧା ଅଫିସ, ୧୭।୯: ଖୋର୍ଦ୍ଧାରେ ଜଣେ ଯୁବକଙ୍କୁ ଗଳା କାଟିବା ପରେ ପଥରରେ ଛେଚି ବୀଭତ୍ସ ହତ୍ୟା କରାଯାଇଛି । ଶନିବାର ଜଟଣୀ ଥାନା ମିଲ୍‌ପୋଖରୀ...

ବିଭିନ୍ନ ସ୍ଥାନରେ ଉଡ଼ିଲା ତ୍ରିରଙ୍ଗା

ଜଟଣୀ,୧୫।୮(ଡି.ଏନ୍‌.ଏ): ପୂର୍ବତଟ ରେଳପଥ ଖୋର୍ଦ୍ଧାରୋଡ୍‌ ରେଳମଣ୍ଡଳ(ଜଟଣୀ) ପକ୍ଷରୁ ରବିବାର ପୂର୍ବାହ୍ନରେ କୋଭିଡ୍‌ କଟକଣା ମଧ୍ୟରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ମଣ୍ଡଳ କାର୍ମିକ ଅଧିକାରୀ...

ଆଜି ଚିତାଲାଗି ଅମାବାସ୍ୟା

ପୁରୀ ଅଫିସ, ୨୦ା୭: ସୋମବାର ଚିତାଲାଗି ଅମାବାସ୍ୟା। ଏହି ପବିତ୍ର ତିଥିରେ ଶ୍ରୀମନ୍ଦିରରେ ତିନିଠାକୁରଙ୍କ ଚିତାଲାଗି ନୀତି ସମ୍ପନ୍ନ ହେବ। ଦାରୁ ବିଗ୍ରହଙ୍କୁ ଦଇତାପତି ସେବକମାନେ...

ଚିନିକଳ ଖୋଲିବା ଆଶା ଉଜ୍ଜୀବିତ : ଏକାଠି ହେଲେ ମନ୍ତ୍ରୀ, ପ୍ରଶାସକ, ନେତା, କୃଷକ

ନୟାଗଡ଼ ଅଫିସ,୯ା୮: ନୟାଗଡ଼ ଜିଲାରେ ବନ୍ଦ ହୋଇ ପଡ଼ିଥିବା ଚିନିକଳ ଖୋଲିବା ପ୍ରସଙ୍ଗରେ ଗୁରୁବାର ଜିଲାପାଳଙ୍କ ସଦ୍‌ଭାବନା ଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ...

Advertisement
Archives

Model This Week