ବଢୁଛି ଶିଳ୍ପାୟନ,ଉଜୁଡୁଛି ସବୁଜିମା

ପାରାଦୀପ,୫।୬(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ଦେଇ ପ୍ରବାହିତ ମହାନଦୀ ଓ ଜଟାଧାର ନଦୀ ମଧ୍ୟସ୍ଥଳରେ ୧୯୬୨ ପୂର୍ବରୁ ଘଞ୍ଚ ଜଙ୍ଗଲ ଥିଲା। ଏଥିସହ ୫୭ଟି ନଦୀ ଯୋର ସୈରାତ ରହିଛି। ପାରାଦୀପରେ ବନ୍ଦରଭିତ୍ତିକ ଶିଳ୍ପାୟନ ଦିନକୁ ଦିନ ବଢ଼ିଚାଲିଥିବାବେଳେ ଏବେ ସେହି ସୀମା ମଧ୍ୟରେ ଶିଳ୍ପର ନିଆଁ ଜଳୁଛି। ଶିଳ୍ପର ବିକାଶରେ ନଦୀ ଯୋର ସୈରାତ ହଜିଗଲାଣି। ପଣ୍ୟ କାରବାର ଓ ଶିଳ୍ପରୁ ବାହାରୁଥିବା ବର୍ଜ୍ୟବସ୍ତୁ ଯୋଗୁ ପ୍ରଦୂଷଣ ମାତ୍ରା ଚରମସ୍ତରରେ ପହଞ୍ଚତ୍ୟାଇଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ ମୁତାବକ ପାରାଦୀପ ହେଉଛି ରାଜ୍ୟର ହାଇଲି ପଲ୍ୟୁଟେଡ ଏରିଆ । ଏଭଳି ବିପରୀତ ବ୍ୟବସ୍ଥା ମଧ୍ୟରେ ରବିବାର ପାଳନ ହେଉଛି ବିଶ୍ବ ପରିବେଶ ଦିବସ। ଗୋଟିଏ ପଟେ ପ୍ରଦୂଷଣ ଅପରପକ୍ଷେ ବର୍ଦ୍ଧିତ ଶିଳ୍ପ ମଧ୍ୟରେ ଆଉଟୁପାଉଟୁ ହେଉଛନ୍ତି ଉକ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକ।
ଏକଦା ମହାନଦୀ ଓ ଜଟାଧାରମୁହାଣ ମଝିରେ ଥିଲା ଘଞ୍ଚ ହେନ୍ତାଳବଣ। ସେହି ହେନ୍ତାଳ ବଣକୁ ଲୋପ କରାଯାଇ ଗଢ଼ି ଉଠିଛି ପାରାଦୀପ ବନ୍ଦର ଓ ୧୫ଟି ବୃହତ୍‌ ଶିଳ୍ପ। ଆଗାମୀ ଦିନରେ ଆଉ ୨ ରୁ ୩ ଟି ବୃହତ୍‌ କାରଖାନା ହେବାର ପ୍ରସ୍ତାବ ରହିଛି। ଏଥିପାଇଁ ୧୮୪୨୦ ଏକର ଜାଗା ଯାଇଛି। ନୂଆ କମ୍ପାନୀ ପାଇଁ ପୁଣି ପ୍ରାୟ ୧୦ ହଜାର ଏକର ଜାଗା ଯିବାର ପ୍ରସ୍ତାବ ରହିଛି। ଯେତିକି ଅଞ୍ଚଳ ଶିଳ୍ପସଂସ୍ଥାକୁ ଯୋଗାଇ ଦିଆଯାଇଛି ସେଠାରେ ଜଙ୍ଗଲ କଟାଯାଇଛି। ପ୍ରତିବଦଳରେ ନୂଆ ସବୁଜ ବଳୟ ସୃଷ୍ଟି କରାଯାଇନାହିଁ। ଜଙ୍ଗଲ ଓ ପରିବେଶ ବିଭାଗର ନିୟମାନୁସାରେ ପ୍ରତ୍ୟେକ ଶିଳ୍ପ ତାଙ୍କର ମୂଳ ଜାଗାର ୩୩ ପ୍ରତିଶତ ଅଞ୍ଚଳରେ ସବୁଜବଳୟ କରିବା କଥା। ଦୁଃଖ ଓ ବିଡ଼ମ୍ବନାର ବିଷୟ ହେଲା, ପାରାଦୀପର ଗୋଟିଏ କମ୍ପାନୀ (ପିପିଏଲ)କୁ ଛାଡିଦେଲେ ଆଉ କୌଣସି କମ୍ପାନୀ ଧାର୍ଯ୍ୟ ସବୁଜ ବଳୟ କରିନାହାନ୍ତି। ୨୦୧୯ରେ ବିଧାନସଭା ପରିବେଶ କମିଟିର ପାରାଦୀପ ଗସ୍ତ ବେଳେ ଉକ୍ତ ରିପୋର୍ଟ ସାର୍ବଜନୀନ କରାଯାଇଥିଲା। ଗତ ଦୁଇ ବର୍ଷ ହେବ କରୋନା ମହାମାରୀ ପାଇଁ ସେଭଳି ରିପୋର୍ଟ ମିଳିନାହିଁ କିମ୍ବା ସରକାରୀ ଭାବେ ତଦାରଖ ହୋଇ ନ ଥିବା ଜଣାପଡିଛି। ତେବେ ପାରାଦୀପର ଷଣ୍ଢକୁଦ ଉପାନ୍ତରେ ଜଙ୍ଗଲର ତଦାରଖ ପାଇଁ ବିଭାଗର ଏକ ବିଟ୍‌ ହାଉସ ରହିଛି। ସେଠାରେ ଜଙ୍ଗଲ ପଶୁପକ୍ଷୀଙ୍କ ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ପୋଖରୀ ଖୋଳାଯାଇ ଫଳକ ଲଗାଯାଇଛି। କିନ୍ତୁ ସେହି ବିଟ୍‌ ହାଉସ ଚତୁଃପାଶର୍‌ବରେ ଥିବା ଜଙ୍ଗଲକୁ ଦୁର୍ବୃତ୍ତମାନେ ସଫା କରି ଚାଲିଛନ୍ତି ବୋଲି ପରିବେଶ ସଙ୍ଗଠନ ଆଦର୍ଶ ପ୍ରୟାସ ସଭାପତି ଦେବୀକଲ୍ୟାଣ ମହାପାତ୍ର କହିଛନ୍ତି। ଏନେଇ ସେ ସଙ୍ଗଠନ ତରଫରୁ ବନ ବିଭାଗକୁ ବାରମ୍ବାର ଚିଠି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।
ଅନ୍ୟ ଜଣେ ପରିବେଶବିତ୍‌ ଅମରେଶ ନରେଶ ସାମନ୍ତ କୁହନ୍ତି, ତାଙ୍କ ସଙ୍ଗଠନ ପକ୍ଷରୁ ଗତ ଦୁଇ ଦଶନ୍ଧି ମଧ୍ୟରେ ୫୦ରୁ ଊର୍ଦ୍ଧ୍ୱ ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି କରାଯାଇଛି। ସେହି ଜଙ୍ଗଲ ବେଳେବେଳେ ଶିଳ୍ପରୁ ବାହାରୁଥିବା ରସାୟନ ଯୋଗୁ ନଷ୍ଟ ହେଇଛି। ଆହ୍ବାନ କମ୍ବାଇନ୍ସ ନାମକ ସଂଗଠନ ସଭାପତି ସାଗର କୁମାର ବିଶ୍ବାଳ କୁହନ୍ତି, ପରିବେଶ ଦିବସ ପାଳନ କେବଳ ଧର୍ମକୁ ଆଖିଠାର ଭଳି ହୋଇଛି। ପ୍ରତିବର୍ଷ ବିଭିନ୍ନ କମ୍ପାନୀ କେବଳ ନାମକୁ ମାତ୍ର ଲକ୍ଷାଧିକ ଗଛ ଲଗାଇଥିବା ଘୋଷଣା କରୁଛନ୍ତି।
ଗତ ୬ ମାସ ତଳେ ବିଶ୍ବସ୍ତରୀୟ ନାସା ପକ୍ଷରୁ କୁହାଗଲା, ଆସନ୍ତା ୨୧୦୦ ମସିହା ବେଳକୁ ପାରାଦୀପ ସମୁଦ୍ର ଗର୍ଭରେ ଲୀନ ହୋଇଯିବାର ସମ୍ଭାବନା ରହିଛି। ଏହାକୁ ନେଇ କିଛିଦିନ ଗଣମାଧ୍ୟମରେ ଚର୍ଚ୍ଚା ହେଲା। ତାପରଠାରୁ ପୁଣି ପୂର୍ବବତ ଚାଲିଛି।
ଏମାନେ ଯାହା କୁହନ୍ତି…
ପରିବେଶ ଦିବସର ଚଳିତବର୍ଷ ବାର୍ତ୍ତା ରହିଛି ‘କେବଳ ପୃଥିବୀ’। ଆମ୍ଭେ ଚଢେଇର ଶବ୍ଦ ଶୁଣିବା ପାଇଁ ପଞ୍ଜୁରି ନୁହେଁ ଗଛ ଖୋଜିବା ଦରକାର। ସେହି ଗଛ ଆମକୁ ହିଁ ଲଗାଇବାକୁ ପଡିବ। ପାରାଦୀପରେ ପ୍ରଦୂଷଣର ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପାଇଁ ଉଦ୍ୟମ ଚାଲିଛି। ଆଗକୁ ମଧ୍ୟ ଏହା ବଳବତ୍ତର ରହିବ।
-ପୁଷ୍ପକ ଚନ୍ଦ୍ର ବେହେରା, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ
ପାରାଦୀପରେ ସବୁଜିମା ସୃଷ୍ଟି କରିବା ପାଇଁ ବନ ବିଭାଗ ପକ୍ଷରୁ ସମୁଦ୍ର ବେଳାଭୂମିରେ ଗଛ ଲଗାଯାଉଛି।
-ରଞ୍ଜନ ମିଶ୍ର, କୁଜଙ୍ଗ ବନାଞ୍ଚଳ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?