ବାତ୍ୟା ‘ଅସାନି’କୁ ନେଇ ଚିନ୍ତାରେ ନଦୀକୂଳିଆ

ଚାନ୍ଦବାଲି,୧୦।୫(ଡି.ଏନ୍‌.ଏ.): ବାତ୍ୟା ‘ଅସାନି’ ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ୪୦ରୁ ୫୦ କି.ମି ବେଗରେ ପବନ ବହିବା ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏପରି କି ଧାମରା ସମେତ ବିଭିନ୍ନ ବନ୍ଦରରେ ସତର୍କ ସୂଚନା ଜାରି କରାଯାଇଛି। ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ହେଲେ ଆଗକୁ ପୂର୍ଣ୍ଣିମା ଥିବାରୁ ସମୁଦ୍ର ଅଶାନ୍ତ ରହିବ। ଉଚ୍ଚ ଲୁଣାଢେଉ ଉଠିବାର ସମ୍ଭାବନା ରହିଛି।
ଫଳରେ ଚାନ୍ଦବାଲି, ଧାମରା, ଆର୍‌ଡି ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ବୈତରଣୀ, ମନ୍ତେଈ, ସାଳନ୍ଦୀ ନଦୀର ପାଣି କୂଳ ଉଛୁଳିବା ସହ ଲୁଣା ପାଣି ଚାଷ ଜମିରେ ମାଡିବାର ସମ୍ଭାବନା ରହିଛି।

ଅନ୍ୟପକ୍ଷେ ଭଦ୍ରକ ଜିଲାପାଳଙ୍କ ପକ୍ଷରୁ ବତ୍ୟା ମୁକାବିଲା ନିମନ୍ତେ ଚାନ୍ଦବାଲି ବ୍ଲକ ପ୍ରଶାସନ ସହ ଆଲୋଚନା କରିଛନ୍ତି। ସମୁଦ୍ର ଓ ନଦୀ ତଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଆବଶ୍ୟକ ସ୍ଥଳେ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ପରାମର୍ଶ ଦେଇଛନ୍ତି। ଏପରି କି ଗ୍ରାମାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳରେ ସମସ୍ତ ସ୍କୁଲ, ବାତ୍ୟ, ଆଶ୍ରୟସ୍ଥଳକୁ ପ୍ରସ୍ତୁତ ରଖିବା ସହ ଆଲୋକ, ପାନୀୟଜଳ ବ୍ୟବସ୍ଥା ପାଇଁ ଆର୍ଲଟ କରାଯାଇଛି। ମାଛ ମାରିବା ପାଇଁ ସମୁଦ୍ର ଓ ନଦୀକୁ ଯାଇଥିବା ମତ୍ସଜୀବୀମାନେ ବାତ୍ୟାର ଖବର ପାଇବା ପରେ ଡଙ୍ଗା, ମଟରଚାଳିତ ବୋଟ୍‌, ଟ୍ରଲର ଆଦିକୁ କୂଳକୁ ଆଣିବା ସହ ଲଙ୍ଗର ପକାଇଛନ୍ତି। ଏନେଇ ବିଡିଓ ଜ୍ୟୋତି ବିକାଶ ଦାଶଙ୍କୁ ପଚାରିବାରୁ ବାତ୍ୟାର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି। ଏନେଇ ୨୬୮ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇଛି। ଏପରି କି ଓସ୍‌ଡମା ପକ୍ଷରୁ ମଧ୍ୟ ୨୯ଟି ବାତ୍ୟା ଆଶ୍ରୟସ୍ଥଳ କରାଯାଇଥିବା ବେଳେ ରେଡକ୍ରସ ପକ୍ଷରୁ ୯ଟି ଆଶ୍ରୟସ୍ଥଳ ପ୍ରସ୍ତୁତ ରଖାଯିବ ସହ କର୍ମଚାରୀଙ୍କୁ ସଜାଗ କରାଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାର୍ଶାଘାଇରେ ଚାଞ୍ଚଲ୍ୟ: ଘର ଆଗରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ, ପୋଲିସ ଜବତ କରି…

ମାର୍ଶାଘାଇ,୨୯ା୮(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବେରୁହାଁ ପଞ୍ଚାୟତର ହଳଦିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ଥାନୀୟ ଅଶୋକ ଦାସଙ୍କ ପୁଅ…

ମାଛଧରା ବନ୍ଦର ପୋତାଶ୍ରୟରେ ଅଘଟଣ: ନିଆଁ ଲାଗି ପୋଡ଼ିଗଲା ମାଛଧରା ଟ୍ରଲର

ପାରାଦୀପ, ୨୮।୮ (ଶରତ ରାଉତ): ପାରାଦୀପ ମାଛଧରା ବନ୍ଦର ପୋତାଶ୍ରୟରେ ଥିବା ଏକ ମାଛଧରା ଟ୍ରଲରରେ ଶନିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଟ୍ରଲରଟି ସମ୍ପୂର୍ଣ୍ଣ…

କାର୍‌ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗାଡ଼ି

ବ୍ରହ୍ମପୁର,୨୯ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉପକଣ୍ଠ ହଳଦିଆ ପଦର ବସ୍‌ ଟର୍ମିନାଲ୍‌ସ ନିକଟରେ ଥିବା ଏକ କାର୍‌ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଶୋ’ରୁମ୍‌ ଭିତରେ…

ସରକାରୀ ନିର୍ଦ୍ଦେଶ ପରେ ବି ହେଉନି ପଦବୀ ପୂରଣ: ୧୨ ସ୍କୁଲରେ ଜଣେ ଲେଖାଏ ଶିକ୍ଷକ, ତୁରନ୍ତ ନିଯୁକ୍ତି ଦାବି କରି…

ଅମରପାଲି,୨୯ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ୧୨ଟି ପ୍ରାଥମିକ ବିଦ୍ୟାଳୟରେ ଏବେ ବି ଜଣେ ଲେଖାଏ ଶିକ୍ଷକ ବାଲ୍‌ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬ଟି ଶ୍ରେଣୀର…

ଏମିତି ଫିଲ୍ମ କରିବାକୁ ଚାହୁଁଛନ୍ତି ତାପସୀ

ଅଭିନେତ୍ରୀ ତାପସୀ ପନ୍ନୁ ପ୍ରତିବର୍ଷ କମ ଫିଲ୍ମ କରନ୍ତି। କିନ୍ତୁ ତାଙ୍କ ଫିଲ୍ମକୁ ସବୁବେଳେ ସକାରାତ୍ମକ ପ୍ରତିକ୍ରିୟା ମିଳେ। ବକ୍ସ ଅଫିସରେ ଫିଲ୍ମଗୁଡ଼ିକ ଭଲ ପ୍ରଦର୍ଶନ ନ…

ବନ୍ୟା ପରେ ନେପାଳକୁ ମାଡିଆସୁଛି ଆଉ ଏକ ବଡ଼ ବିପଦ! ଚାଇନା ଦେଲା ଭୟଙ୍କର ଚେତାବନୀ, ଯେକୌଣସି ସମୟରେ…

କାଠମାଣ୍ଡୁ, ୨୯।୮: ନେପାଳରେ ଭୟଙ୍କର ବନ୍ୟା ଏବଂ ଫ୍ଲାସ ଫ୍ଲଡ ଯୋଗୁ ବିପୁଳ କ୍ଷୟକ୍ଷତି ମଧ୍ୟରେ ଏବେ ଆଉ ଏକ ବଡ଼ ବିପଦର ଆଶଙ୍କା ଦେଖାଦେଇଛି। ଚାଇନା…

କ୍ରିକେଟରୁ ସନ୍ନ୍ୟାସ ପରେ ବି ମାସକୁ କେତେ ଟଙ୍କା କମାନ୍ତି ଧୋନୀ? ଆୟ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୯।୮: ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଥିଲେ। ତେବେ କ୍ରିକେଟରୁ ଦୂରେଇବା ପରେ ମଧ୍ୟ ତାଙ୍କ ରୋଜଗାରରେ କୌଣସି ବ୍ରେକ୍‌…

ଆସନ୍ତା ୩ରେ ହାଇକୋର୍ଟରେ ହାଜର ହେବେ କଟକ ଜିଲାପାଳ

କଟକ,୨୯।୮(ପ୍ରଭୁକଲ୍ୟାଣ ପାଲ): ବିଜୁ ପଟ୍ଟନାୟକ ପାର୍କ ସୌନ୍ଦର୍ଯ୍ୟକରଣ ମାମଲାକୁ ନେଇ ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ହାଇକୋର୍ଟରେ ହାଜର ହେବେ କଟକ ଜିଲାପାଳ। ପାର୍କର ବିଭିନ୍ନ କାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri