ଭୁବନେଶ୍ୱର,୨୭।୧୦: ସମୁଦ୍ରରେ ବଳ ଗୋଟାଉଛି ବାତ୍ୟା ଅର୍ଣ୍ଣବ। ୬ ଘଣ୍ଟା ହେଲା ଘଣ୍ଟା ପ୍ରତି ୨୨ କିମି ବେଗରେ ପଶ୍ଚିମ ଦିଗକୁ ଗତି କରୁଛି । ବିଶାଖାପାଟଣାଠୁ ୨୬୦ କିମି, କାକିନାଡ଼ାଠୁ ୩୦୦ କିମି, ଗୋପାଳପୁରଠାରୁ ୩୮୦ କିମି ଦକ୍ଷିଣରେ । କାଲି ଆନ୍ଧ୍ର ବାପଟାଲା ପାଖରେ ଲ୍ୟାଣ୍ଡଫଲ ସମ୍ଭାବନା । ସମୁଦ୍ର ଭିତରେ ଏବେ ୧୬୦ କିମି ବେଗରେ ପବନ । ଝଟକା ପବନର ବେଗ ଘଣ୍ଟା ପ୍ରତି ୧୮୦ କିମି । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।