ଭୁବନେଶ୍ୱର, ୨୭।୧୦: କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ । ହଠାତ୍ ବଦଳିଲା ବାତ୍ୟା ଲ୍ୟାଣ୍ଡଫଲର ସମୟ । ଆଜି ରାତି ୨ଟାରୁ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବା ନେଇ ସୂଚନା ମିଳିଛି । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୪୦ ରୁ ୧୫୦କିମି ରହିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।
ବାତ୍ୟା ଏବେ ସ୍ଥଳଭାଗ ଆଡ଼କୁ ମୁହାଁଇଥିବା ବେଳେ ଏହାର ବାହ୍ୟ ବଳୟ ସ୍ଥଳଭାଗରେ ପ୍ରବେଶ କରିସାରିଛି। ବାତ୍ୟାର ଦ୍ରୁତ ଗତି ଯୋଗୁଁ ଏହା ଆଶାଠାରୁ ଶୀଘ୍ର ସ୍ଥଳଭାଗ ଛୁଇଁପାରେ ବୋଲି ଆକଳନ କରାଯାଉଛି। ଭୋର ୨ଟାରୁ ୪ଟା ମଧ୍ୟରେ ବାତ୍ୟାର ସ୍ଥଳଭାଗ ପ୍ରବେଶ ବା ଲ୍ୟାଣ୍ଡଫଲ୍ ହେବାର ସମ୍ଭାବନା ରହିଛି।