ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ଗୁଡ଼ାରି ବ୍ଲକ ପ୍ରଶାସନ ସଜାଗ, ୯ ପଞ୍ଚାୟତରେ ନିଯୁକ୍ତ ହେଲେ ନୋଡାଲ ଅଧିକାରୀ

ଗୁଡାରି,୨୬।୧୦(ପ୍ରମୋଦ କୁମାର ପତି ): ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବକୁ ଦୃଷ୍ଟିରେ ରଖି ଗୁଡାରି ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ଗତ ୨୫ ତାରିଖରୁ ବ୍ଲକ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ କାର୍ଯ୍ୟ କରୁଥିବା ବେଳେ ସୋମବାର ଦିନ ବ୍ଲକର ସମସ୍ତ ୯ ଗୋଟି ଗ୍ରାମପଂଚାୟତରେ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତି କରାଯାଇଛି । ବାତ୍ୟା ସମୟରେ ସମ୍ପୃକ୍ତ ପଂଚାୟତର ସମସ୍ତ ଅପଡେଟ ତଥ୍ୟ ବିଡ଼ିଓ ଶୁଚିସ୍ମିତା ବେହେରାଙ୍କୁ ପ୍ରଦାନ କରିବେ ବୋଲି ସୂଚନା ମିଳିଛି । ସମସ୍ତ ନୋଡାଲ ଅଧିକାରୀଙ୍କ ନାମ ଓ ମୋବାଇଲ ନମ୍ବର ମଧ୍ୟ ସାର୍ବଜନୀନ କରାଯାଇଛି ।

ଏହି କ୍ରମରେ ଅସଡା ଗ୍ରାମପଂଚାୟତର ନୋଡାଲ ଅଧିକାରୀ ଭାବେ ପିଇଓ ଘନଶ୍ୟାମ ତାଡିଙ୍ଗି ନିଯୁକ୍ତି ପାଇଛନ୍ତି । ସେହିପରି କଦମା ଗ୍ରାମପଂଚାୟତ ପାଇଁ କନିଷ୍ଠ ଯନ୍ତ୍ରୀ ତାପସ ଘଡେଇ, ଏମ କେ ରାଇ ପାଇଁ ପିଇଓ କୃଷ୍ଣଚନ୍ଦ୍ର ବେହେରା, ଖାରୀଗୁଡା ପାଇଁ ପିଇଓ କିଶୋର ସାହୁ, ଶିରିଗୁଡା ଗ୍ରାମପଂଚାୟତର ନୋଡାଲ ଅଧିକାରୀ ଭାବେ ଯୋଗାଣ ନିରୀକ୍ଷକ ସୁପ୍ରିୟ ସମ୍ବିତଙ୍କୁ ନିଯୁକ୍ତି ଦିଆଯାଇଛି ।

କରଲାଘାଟି ପାଇଁ ପିଇଓ ଗୋପାଳ ଗନ୍ତାୟତ, ପେଣ୍ଡିଲି ପାଇଁ କନିଷ୍ଠ ଯନ୍ତ୍ରୀ ମନଜିତ ଓଝା, ସାନହୁମା ପାଇଁ ପିଇଓ ଦିଲୀପ କୁମାର ପାଇକ ଏବଂ ମଧୁବନ ଗ୍ରାମପଂଚାୟତ ନୋଡାଲ ଅଧିକାରୀ ଭାବେ କନିଷ୍ଠ ଯନ୍ତ୍ରୀ ଚିନ୍ମୟ ସାହୁଙ୍କୁ ନିଯୁକ୍ତି ଦିଆଯାଇଛି। ଏ ସମ୍ପର୍କରେ ବିଡ଼ିଓ କହିଛନ୍ତି ସମସ୍ତ ପଂଚାୟତରେ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି ଏବଂ ସେମାନେ ନିରବଛିନ ଭାବେ ବ୍ଲକ କଣ୍ଟ୍ରୋଲ ରୁମ ସହ ଯୋଗାଯୋଗ ରକ୍ଷା କରିବେ । ଯଦି ବାତ୍ୟା ସମୟରେ କୌଣସି ପ୍ରକାର ଅସୁବିଧା ହୁଏ ତେବେ ବିଡ଼ିଓ, ତହସିଲଦାର, ଥାନା ଅଧିକାରୀ କିମ୍ବା କଣ୍ଟ୍ରୋଲ ରୁମ ସହ ଯୋଗାଯୋଗ କରିପାରିବେ ।

 

Dharitri – Odisha’s No.1 Odia Daily

Share