ବାତ୍ୟା ଅକ୍ୱାନର ତାଣ୍ଡବ: ତାରାତାରିଣୀ ପାହାଡ଼ରେ ଭୂସ୍ଖଳନ

ପୁରୁଷୋତ୍ତମପୁର,୨୦ା୧୧(ସବିତା ମିଶ୍ର): ବାତ୍ୟା ଅକ୍ୱାନ୍‌ର ପ୍ରଭାବରେ ଗଞ୍ଜାମ ଜିଲାରେ ଲଗାଣ ବର୍ଷା ଏବେ ବିପଦ ଡାକି ଆଣିଛି। ପ୍ରବଳ ବର୍ଷା ଯୋଗୁ ଦକ୍ଷିଣଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ମନ୍ଦିର ପାହାଡ଼ରେ ଭୂସ୍ପଳନ ଘଟି ପାହାଡ଼ ରାସ୍ତା ଉପରକୁ ବଡ଼ବଡ଼ ପଥର ଖସିବା ସହ ଗଛ ଭାଙ୍ଗି ପଡ଼ିଛି। ଫଳରେ ରାସ୍ତା ସମ୍ପୂର୍ଣ୍ଣ ଅବରୋଧ ହୋଇଛି। ସମ୍ଭାବ୍ୟ ଅଘଟଣକୁ ଏଡ଼ାଇବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ପାହାଡ଼ ରାସ୍ତାରେ ଯାତାୟାତ ଉପରେ କଟକଣା ଜାରି କରାଯାଇଛି। କାହାରିକୁ ମଧ୍ୟ ଏହି ରାସ୍ତା ଦେଇ ପାହାଡ଼ ଉପରକୁ ଛଡ଼ାଯାଉନାହିଁ। ଘଟଣାସ୍ଥଳରେ ପ୍ରଶାସନ ଓ ପୋଲିସ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି।

Dharitri – Odisha’s No.1 Odia Daily

Share