ସାଇବର ଅପରାଧୀଙ୍କ ଟାର୍ଗେଟ୍‌ ମହିଳା

ଭୁବନେଶ୍ୱର,୧୯।୭(ବ୍ୟୁରୋ): କରୋନାଜନିତ ଲକ୍‌ଡାଉନ୍‌ ସମୟରେ ରାଜ୍ୟରେ ମହିଳା ବିରୋଧୀ ହିଂସା ବୃଦ୍ଧିପାଇଛି। କେବଳ ଘରୋଇ ହିଂସା କି ବଳାତ୍କାର, ନିର୍ଯାତନା ନୁହେଁ, ମହିଳା ବିରୋଧୀ ସାଇବର ଆପରାଧିକ ମାମଲା ଏବେ ଶୀର୍ଷରେ ପହଞ୍ଚତ୍ଛି। ଲୋକେ ଘରେ ରହୁଥିବାରୁ ଅଧିକାଂଶ ସମୟ ଇଣ୍ଟରନେଟ୍‌ରେ ବିତାଉଛନ୍ତି, ଯାହାର ଫାଇଦା ସାଇବର ଅପରାଧୀମାନେ ଉଠାଉଛନ୍ତି। ଅଭିନବ ଉପାୟରେ ବିଭିନ୍ନ ଅପରାଧ ଘଟାଉଛନ୍ତି। ବିଶେଷକରି ମହିଳାମାନେ ଏହି ଅପରାଧର ଶିକାର ହେଉଛନ୍ତି। ସରଳତା ଏବଂ ଅଜ୍ଞତା ଯୋଗୁ ସାଇବର ଅପରାଧୀମାନେ ସେମାନଙ୍କୁ ସହଜରେ ଟାର୍ଗେଟ କରିପାରୁଛନ୍ତି। ଜାତୀୟ ମହିଳା କମିଶନ(ଏନ୍‌ସିଡବ୍ଲ୍ୟୁ) ନିକଟରେ ଗତ ଏପ୍ରିଲରେ କେବଳ ୫୪ ମହିଳା ବିରୋଧୀ ସାଇବର ଅପରାଧ ମାମଲା ରୁଜୁ ହୋଇଛି, ଯେତେବେଳେ କି ମାର୍ଚ୍ଚରେ ଏହା ୩୭ ଏବଂ ଫେବୃୟାରୀରେ ୨୧ ଥିଲା। ଓଡ଼ିଶାରେ ଏଭଳି ୧୦ରୁ ଊର୍ଦ୍ଧ୍ୱ ମାମଲା ସାମ୍ନାକୁ ଆସିଛି। ଅଧିକାଂଶ ଜଣାଶୁଣା ଚେହେରା ତଥା ଫିଲ୍ମ ଓ ଟେଲିଭିଜନ ଅଭିନେତ୍ରୀ ଏହି ଅପରାଧର ଶିକାର ହୋଇଛନ୍ତି।

ଏନ୍‌ସିଡବ୍ଲ୍ୟୁର ତଥ୍ୟ ଅନୁଯାୟୀ, ଲକ୍‌ଡାଉନ୍‌ ମଧ୍ୟରେ ମାର୍ଚ୍ଚରୁ ଅଦ୍ୟାବଧି ମହିଳା ବିରୋଧୀ ସାଇବର ଅପରାଧ ଦ୍ୱିଗୁଣିତ ହୋଇଛି। ହେଲେ ସଙ୍ଗିନ ମାମଲାଗୁଡ଼ିକ ସାଇବର ସେଲ୍‌, ପୋଲିସ ଏବଂ ଏନ୍‌ସିଡବ୍ଲ୍ୟୁ ନିକଟରେ ପହଞ୍ଚୁଥିବାବେଳେ ଅଧିକାଂଶ ସ୍ଥଳରେ ମାମଲା ରୁଜୁ ହୋଇପାରୁ ନାହିଁ। ସୋସିଆଲ ମିଡିଆରେ ଦୁର୍ବ୍ୟବହାର, ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ, ବ୍ଲାକ୍‌ମେଲିଂ, ଆକାଉଣ୍ଟ ହ୍ୟାକ୍‌, ଅନ୍‌ଲାଇନ ଧମକ ଭଳି ଘଟଣାଗୁଡ଼ିକରେ ମହିଳାମାନେ ପ୍ରାୟ ଚୁପ୍‌ ରହିଯାଉଛନ୍ତି। ହରିୟାଣା, ଗୁଜରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ ପରି ରାଜ୍ୟ ସାଇବର ମାମଲା ସମାଧାନ କ୍ଷେତ୍ରରେ ଯେଉଁ ଭଳି ଆଗରେ ଅଛନ୍ତି, ଓଡ଼ିଶା ପୋଲିସ କ୍ଷେତ୍ରରେ ତାହା ଦେଖିବାକୁ ମିଳୁ ନ ଥିବା ଜଣାପଡ଼ିଛି। ଏହି କାରଣରୁ ରାଜ୍ୟରେ ସାଇବର ଅପରାଧ ମାମଲା ବୃଦ୍ଧି ପାଇବାର ଏକ ପ୍ରମୁଖ କାରଣ ପାଲଟିଛି।

ଓଡ଼ିଶା ସମେତ ସାରା ଦେଶରେ ଏବେ ମହିଳା ବିରୋଧୀ ସାଇବର ଅପରାଧ ଏକ ପ୍ରକାର ଟ୍ରେଣ୍ଡ ପାଲଟିଗଲାଣି। ମହିଳାଙ୍କ ନାମ ଓ ଫଟୋ ବ୍ୟବହାର କରି ଫେକ୍‌ ପ୍ରୋଫାଇଲ୍‌ ତିଆରି କରିବା, ସାଇବର ବୁଲିଂ, ଅନ୍‌ଲାଇନ୍‌ ଷ୍ଟକିଂ ବର୍ତ୍ତମାନ ସମୟରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭାହୋଇଛି। ସେହିଭଳି ସୋସିଆଲ ମିଡିଆରେ ମହିଳାଙ୍କ ବିରୋଧରେ ଅସମ୍ବେଦନଶୀଳ ପୋଷ୍ଟ ଏବଂ କମେଣ୍ଟ ମଧ୍ୟ ଏହି ଲକ୍‌ଡାଉନ୍‌ ସମୟରେ ବୃଦ୍ଧି ପାଇଛି। କରୋନା ସମୟରେ ରାଜ୍ୟରେ ମହିଳା ବିରୋଧୀ କେତେ ସାଇବର ଅପରାଧ ଘଟିଛି ତାହା ନିର୍ଦ୍ଦିଷ୍ଟ ଭାବେ ଜଣାପଡ଼ି ନ ଥିଲେ ହେଁ ନ୍ୟାଶନାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋ(ଏନ୍‌ସିଆର୍‌ବି) ରିପୋର୍ଟ ଅନୁଯାୟୀ, ଆସାମ ପରେ ଓଡ଼ିଶା ଦେଶର ଦ୍ୱିତୀୟ ରାଜ୍ୟ, ଯେଉଁଠାରେ ମହିଳା ବିରୋଧୀ ସାଇବର ମାମଲା ବଢ଼ିଚାଲିଛି। ବିଶେଷକରି ସୋସିଆଲ ମିଡିଆରେ ଅଶ୍ଳୀଳ ଫଟୋ, ଭିଡିଓ ଭାଇରାଲ ଏବଂ ଧମକ ସବୁଠାରୁ ବଡ଼ ସାଇବର କ୍ରାଇମ୍‌ ଭାବେ ଉଭା ହୋଇଛି।

ଏନ୍‌ସିଆର୍‌ବିର ୨୦୧୮ ରିପୋର୍ଟ ଅନୁଯାୟୀ, ରାଜ୍ୟରେ ମୋଟ ୮୪୩ ସାଇବର ମାମଲା ରୁଜୁ ହୋଇଥିବାବେଳେ ଏହାମଧ୍ୟରେ ୫୦୬ ଜାଲିଆତି(ଫ୍ରଡ୍‌) ଏବଂ ଅର୍ଥ ହେରଫେର ସମ୍ପର୍କିତ ୨୨୪ ମାମଲା ରହିଥିଲା। ଯୌନ ଶୋଷଣ ସମ୍ପର୍କିତ ୩୭, ବ୍ୟକ୍ତଗତ ରାଗ ସମ୍ପର୍କିତ ୭ ମାମଲା ଏବଂ ଅନ୍ୟାନ୍ୟ ୬୯ ମାମଲା ରହିଥିଲା। କେବଳ ମହିଳାଙ୍କ ବିରୋଧରେ ୨୦୮ ସାଇବର ଅପରାଧ ହୋଇଥିବାବେଳେ ଏହାମଧ୍ୟରୁ ୧୭୨ ବିଭିନ୍ନ ଓ୍ବେବ୍‌ସାଇଟ୍‌ରେ ଅଶ୍ଳୀଳ ଭିଡିଓ ଅପ୍‌ଲୋଡ୍‌ ସମ୍ପର୍କିତ ମାମଲା ରହିଥିଲା। ସେହିଭଳି ୩୬ ମାମଲା ଜାଲିଆତି, ବ୍ଲାକ୍‌ମେଲିଂ, ମାନହାନି ଏବଂ ଫେକ୍‌ ପ୍ରୋଫାଇଲ୍‌ ସମ୍ପର୍କିତ ଥିଲା। ୭ଟି ଷ୍ଟକିଂ ଏବଂ ବୁଲିଂ ସମ୍ପର୍କିତ ହୋଇଥିବା ବେଳେ ୧୩ ଅନ୍ୟାନ୍ୟ ମାମଲା ରହିଛି। ସେହିଭଳି ୨୦୧୭ର ତଥ୍ୟ ଦେଖିଲେ ସାଇବର କ୍ରାଇମ୍‌ ସମ୍ପର୍କିତ ୮୨୪ ମାମଲା ରାଜ୍ୟ କ୍ରାଇମବ୍ରାଞ୍ଚ ନିକଟରେ ପଞ୍ଜୀକରଣ କରାଯାଇଛି। ସେଥିମଧ୍ୟରୁ ୧୮୪ ମାମଲା ମହିଳାଙ୍କ ଭିଡିଓ ଓ ଫଟୋ ଭାଇରାଲଜନିତ। ବର୍ଷକୁ ବର୍ଷ ଏଭଳି ଆପରାଧିକ ମାମଲା ସଂଖ୍ୟା ବଢୁଥିବା ଦେଖିବାକୁ ମିଳୁଛି। ଦେଶ କଥା ବିଚାରକୁ ନେଲେ, ୨୦୧୭ରେ ମୋଟ ୨୧ ହଜାର ୭୯୬ ସାଇବର କ୍ରାଇମ ମାମଲା ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ୧୯.୫% କେବଳ ମହିଳାଙ୍କ ବିରୋଧରେ ଥିଲା।

ସମ୍ପ୍ରତି ଇ-ମେଲ୍‌ରେ ଆସୁଥିବା ଲିଙ୍କ୍‌ ଉପରକୁ କୋଭିଡ୍‌-୧୯ ସମ୍ପର୍କିତ ସରକାରୀ ସୂଚନା ବା ନିର୍ଦ୍ଦେଶାବାଳୀ ଥିବା ଇ-ମେଲ୍‌ ଭଳି ଦେଖାଯାଇଥାଏ। ଲିଙ୍କ୍‌ ଉପରେ କ୍ଲିକ୍‌ କଲେ ଏହା ବ୍ୟକ୍ତିଗତ ତଥ୍ୟ ସହ ଫୋନ୍‌ ନମ୍ବର ମାଗିଥାଏ। ଅଧିକାଂଶ ମହିଳା ଏହାକୁ ସରକାରୀ ମେଲ୍‌ ଭାବି ସମ୍ପୂର୍ଣ୍ଣ ତଥ୍ୟ ଦେଇଦେଉଛନ୍ତି। ପରବର୍ତ୍ତୀ ସମୟରେ ଉକ୍ତ ତଥ୍ୟକୁ ବ୍ୟବହାର କରି ସାଇବର ଅପରାଧୀମାନେ ବିଭିନ୍ନ ଅପରାଧ ଘଟାଉଛନ୍ତି ବୋଲି ଆଇଟି ଏକ୍ସପର୍ଟ ବନ୍ଦନା ଶର୍ମା କହିଛନ୍ତି। ଯଦି ମହିଳାମାନଙ୍କୁ ପ୍ରଥମରୁ ଟେକ୍ନୋଲୋଜି ସମ୍ପର୍କରେ ଶିକ୍ଷିତ କରାଯାଏ ତା’ହେଲେ ସାଇବର ଅପରାଧ ନିଶ୍ଚିନ୍ତଭାବେ କମିବ ବୋଲି ବିଶେଷଜ୍ଞ କହିଛନ୍ତି। ଡିଜିଟାଲ ମିଡିଆର ବ୍ୟବହାର, ଷ୍ଟ୍ରଙ୍ଗ୍‌ ପାସ୍‌ଓ୍ବାର୍ଡ, ଫେକ୍‌ ଭିଡିଓ, ସନ୍ଦେହଜନକ ଲିଙ୍କ୍‌ ଓ ଇମେଲ୍‌ ଆଦି ସମ୍ପର୍କରେ ସଚେତନ କରାଗଲେ ମହିଳାଙ୍କ ବିରୋଧରେ ହେଉଥିବା ସାଇବର କ୍ରାଇମ୍‌ ବହୁମାତ୍ରାରେ କମିବ ବୋଲି ଶର୍ମା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri