ସାଇବର ଅପରାଧୀଙ୍କ ଟାର୍ଗେଟ୍‌ ମହିଳା

ଭୁବନେଶ୍ୱର,୧୯।୭(ବ୍ୟୁରୋ): କରୋନାଜନିତ ଲକ୍‌ଡାଉନ୍‌ ସମୟରେ ରାଜ୍ୟରେ ମହିଳା ବିରୋଧୀ ହିଂସା ବୃଦ୍ଧିପାଇଛି। କେବଳ ଘରୋଇ ହିଂସା କି ବଳାତ୍କାର, ନିର୍ଯାତନା ନୁହେଁ, ମହିଳା ବିରୋଧୀ ସାଇବର ଆପରାଧିକ ମାମଲା ଏବେ ଶୀର୍ଷରେ ପହଞ୍ଚତ୍ଛି। ଲୋକେ ଘରେ ରହୁଥିବାରୁ ଅଧିକାଂଶ ସମୟ ଇଣ୍ଟରନେଟ୍‌ରେ ବିତାଉଛନ୍ତି, ଯାହାର ଫାଇଦା ସାଇବର ଅପରାଧୀମାନେ ଉଠାଉଛନ୍ତି। ଅଭିନବ ଉପାୟରେ ବିଭିନ୍ନ ଅପରାଧ ଘଟାଉଛନ୍ତି। ବିଶେଷକରି ମହିଳାମାନେ ଏହି ଅପରାଧର ଶିକାର ହେଉଛନ୍ତି। ସରଳତା ଏବଂ ଅଜ୍ଞତା ଯୋଗୁ ସାଇବର ଅପରାଧୀମାନେ ସେମାନଙ୍କୁ ସହଜରେ ଟାର୍ଗେଟ କରିପାରୁଛନ୍ତି। ଜାତୀୟ ମହିଳା କମିଶନ(ଏନ୍‌ସିଡବ୍ଲ୍ୟୁ) ନିକଟରେ ଗତ ଏପ୍ରିଲରେ କେବଳ ୫୪ ମହିଳା ବିରୋଧୀ ସାଇବର ଅପରାଧ ମାମଲା ରୁଜୁ ହୋଇଛି, ଯେତେବେଳେ କି ମାର୍ଚ୍ଚରେ ଏହା ୩୭ ଏବଂ ଫେବୃୟାରୀରେ ୨୧ ଥିଲା। ଓଡ଼ିଶାରେ ଏଭଳି ୧୦ରୁ ଊର୍ଦ୍ଧ୍ୱ ମାମଲା ସାମ୍ନାକୁ ଆସିଛି। ଅଧିକାଂଶ ଜଣାଶୁଣା ଚେହେରା ତଥା ଫିଲ୍ମ ଓ ଟେଲିଭିଜନ ଅଭିନେତ୍ରୀ ଏହି ଅପରାଧର ଶିକାର ହୋଇଛନ୍ତି।

ଏନ୍‌ସିଡବ୍ଲ୍ୟୁର ତଥ୍ୟ ଅନୁଯାୟୀ, ଲକ୍‌ଡାଉନ୍‌ ମଧ୍ୟରେ ମାର୍ଚ୍ଚରୁ ଅଦ୍ୟାବଧି ମହିଳା ବିରୋଧୀ ସାଇବର ଅପରାଧ ଦ୍ୱିଗୁଣିତ ହୋଇଛି। ହେଲେ ସଙ୍ଗିନ ମାମଲାଗୁଡ଼ିକ ସାଇବର ସେଲ୍‌, ପୋଲିସ ଏବଂ ଏନ୍‌ସିଡବ୍ଲ୍ୟୁ ନିକଟରେ ପହଞ୍ଚୁଥିବାବେଳେ ଅଧିକାଂଶ ସ୍ଥଳରେ ମାମଲା ରୁଜୁ ହୋଇପାରୁ ନାହିଁ। ସୋସିଆଲ ମିଡିଆରେ ଦୁର୍ବ୍ୟବହାର, ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ, ବ୍ଲାକ୍‌ମେଲିଂ, ଆକାଉଣ୍ଟ ହ୍ୟାକ୍‌, ଅନ୍‌ଲାଇନ ଧମକ ଭଳି ଘଟଣାଗୁଡ଼ିକରେ ମହିଳାମାନେ ପ୍ରାୟ ଚୁପ୍‌ ରହିଯାଉଛନ୍ତି। ହରିୟାଣା, ଗୁଜରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ ପରି ରାଜ୍ୟ ସାଇବର ମାମଲା ସମାଧାନ କ୍ଷେତ୍ରରେ ଯେଉଁ ଭଳି ଆଗରେ ଅଛନ୍ତି, ଓଡ଼ିଶା ପୋଲିସ କ୍ଷେତ୍ରରେ ତାହା ଦେଖିବାକୁ ମିଳୁ ନ ଥିବା ଜଣାପଡ଼ିଛି। ଏହି କାରଣରୁ ରାଜ୍ୟରେ ସାଇବର ଅପରାଧ ମାମଲା ବୃଦ୍ଧି ପାଇବାର ଏକ ପ୍ରମୁଖ କାରଣ ପାଲଟିଛି।

ଓଡ଼ିଶା ସମେତ ସାରା ଦେଶରେ ଏବେ ମହିଳା ବିରୋଧୀ ସାଇବର ଅପରାଧ ଏକ ପ୍ରକାର ଟ୍ରେଣ୍ଡ ପାଲଟିଗଲାଣି। ମହିଳାଙ୍କ ନାମ ଓ ଫଟୋ ବ୍ୟବହାର କରି ଫେକ୍‌ ପ୍ରୋଫାଇଲ୍‌ ତିଆରି କରିବା, ସାଇବର ବୁଲିଂ, ଅନ୍‌ଲାଇନ୍‌ ଷ୍ଟକିଂ ବର୍ତ୍ତମାନ ସମୟରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭାହୋଇଛି। ସେହିଭଳି ସୋସିଆଲ ମିଡିଆରେ ମହିଳାଙ୍କ ବିରୋଧରେ ଅସମ୍ବେଦନଶୀଳ ପୋଷ୍ଟ ଏବଂ କମେଣ୍ଟ ମଧ୍ୟ ଏହି ଲକ୍‌ଡାଉନ୍‌ ସମୟରେ ବୃଦ୍ଧି ପାଇଛି। କରୋନା ସମୟରେ ରାଜ୍ୟରେ ମହିଳା ବିରୋଧୀ କେତେ ସାଇବର ଅପରାଧ ଘଟିଛି ତାହା ନିର୍ଦ୍ଦିଷ୍ଟ ଭାବେ ଜଣାପଡ଼ି ନ ଥିଲେ ହେଁ ନ୍ୟାଶନାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋ(ଏନ୍‌ସିଆର୍‌ବି) ରିପୋର୍ଟ ଅନୁଯାୟୀ, ଆସାମ ପରେ ଓଡ଼ିଶା ଦେଶର ଦ୍ୱିତୀୟ ରାଜ୍ୟ, ଯେଉଁଠାରେ ମହିଳା ବିରୋଧୀ ସାଇବର ମାମଲା ବଢ଼ିଚାଲିଛି। ବିଶେଷକରି ସୋସିଆଲ ମିଡିଆରେ ଅଶ୍ଳୀଳ ଫଟୋ, ଭିଡିଓ ଭାଇରାଲ ଏବଂ ଧମକ ସବୁଠାରୁ ବଡ଼ ସାଇବର କ୍ରାଇମ୍‌ ଭାବେ ଉଭା ହୋଇଛି।

ଏନ୍‌ସିଆର୍‌ବିର ୨୦୧୮ ରିପୋର୍ଟ ଅନୁଯାୟୀ, ରାଜ୍ୟରେ ମୋଟ ୮୪୩ ସାଇବର ମାମଲା ରୁଜୁ ହୋଇଥିବାବେଳେ ଏହାମଧ୍ୟରେ ୫୦୬ ଜାଲିଆତି(ଫ୍ରଡ୍‌) ଏବଂ ଅର୍ଥ ହେରଫେର ସମ୍ପର୍କିତ ୨୨୪ ମାମଲା ରହିଥିଲା। ଯୌନ ଶୋଷଣ ସମ୍ପର୍କିତ ୩୭, ବ୍ୟକ୍ତଗତ ରାଗ ସମ୍ପର୍କିତ ୭ ମାମଲା ଏବଂ ଅନ୍ୟାନ୍ୟ ୬୯ ମାମଲା ରହିଥିଲା। କେବଳ ମହିଳାଙ୍କ ବିରୋଧରେ ୨୦୮ ସାଇବର ଅପରାଧ ହୋଇଥିବାବେଳେ ଏହାମଧ୍ୟରୁ ୧୭୨ ବିଭିନ୍ନ ଓ୍ବେବ୍‌ସାଇଟ୍‌ରେ ଅଶ୍ଳୀଳ ଭିଡିଓ ଅପ୍‌ଲୋଡ୍‌ ସମ୍ପର୍କିତ ମାମଲା ରହିଥିଲା। ସେହିଭଳି ୩୬ ମାମଲା ଜାଲିଆତି, ବ୍ଲାକ୍‌ମେଲିଂ, ମାନହାନି ଏବଂ ଫେକ୍‌ ପ୍ରୋଫାଇଲ୍‌ ସମ୍ପର୍କିତ ଥିଲା। ୭ଟି ଷ୍ଟକିଂ ଏବଂ ବୁଲିଂ ସମ୍ପର୍କିତ ହୋଇଥିବା ବେଳେ ୧୩ ଅନ୍ୟାନ୍ୟ ମାମଲା ରହିଛି। ସେହିଭଳି ୨୦୧୭ର ତଥ୍ୟ ଦେଖିଲେ ସାଇବର କ୍ରାଇମ୍‌ ସମ୍ପର୍କିତ ୮୨୪ ମାମଲା ରାଜ୍ୟ କ୍ରାଇମବ୍ରାଞ୍ଚ ନିକଟରେ ପଞ୍ଜୀକରଣ କରାଯାଇଛି। ସେଥିମଧ୍ୟରୁ ୧୮୪ ମାମଲା ମହିଳାଙ୍କ ଭିଡିଓ ଓ ଫଟୋ ଭାଇରାଲଜନିତ। ବର୍ଷକୁ ବର୍ଷ ଏଭଳି ଆପରାଧିକ ମାମଲା ସଂଖ୍ୟା ବଢୁଥିବା ଦେଖିବାକୁ ମିଳୁଛି। ଦେଶ କଥା ବିଚାରକୁ ନେଲେ, ୨୦୧୭ରେ ମୋଟ ୨୧ ହଜାର ୭୯୬ ସାଇବର କ୍ରାଇମ ମାମଲା ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ୧୯.୫% କେବଳ ମହିଳାଙ୍କ ବିରୋଧରେ ଥିଲା।

ସମ୍ପ୍ରତି ଇ-ମେଲ୍‌ରେ ଆସୁଥିବା ଲିଙ୍କ୍‌ ଉପରକୁ କୋଭିଡ୍‌-୧୯ ସମ୍ପର୍କିତ ସରକାରୀ ସୂଚନା ବା ନିର୍ଦ୍ଦେଶାବାଳୀ ଥିବା ଇ-ମେଲ୍‌ ଭଳି ଦେଖାଯାଇଥାଏ। ଲିଙ୍କ୍‌ ଉପରେ କ୍ଲିକ୍‌ କଲେ ଏହା ବ୍ୟକ୍ତିଗତ ତଥ୍ୟ ସହ ଫୋନ୍‌ ନମ୍ବର ମାଗିଥାଏ। ଅଧିକାଂଶ ମହିଳା ଏହାକୁ ସରକାରୀ ମେଲ୍‌ ଭାବି ସମ୍ପୂର୍ଣ୍ଣ ତଥ୍ୟ ଦେଇଦେଉଛନ୍ତି। ପରବର୍ତ୍ତୀ ସମୟରେ ଉକ୍ତ ତଥ୍ୟକୁ ବ୍ୟବହାର କରି ସାଇବର ଅପରାଧୀମାନେ ବିଭିନ୍ନ ଅପରାଧ ଘଟାଉଛନ୍ତି ବୋଲି ଆଇଟି ଏକ୍ସପର୍ଟ ବନ୍ଦନା ଶର୍ମା କହିଛନ୍ତି। ଯଦି ମହିଳାମାନଙ୍କୁ ପ୍ରଥମରୁ ଟେକ୍ନୋଲୋଜି ସମ୍ପର୍କରେ ଶିକ୍ଷିତ କରାଯାଏ ତା’ହେଲେ ସାଇବର ଅପରାଧ ନିଶ୍ଚିନ୍ତଭାବେ କମିବ ବୋଲି ବିଶେଷଜ୍ଞ କହିଛନ୍ତି। ଡିଜିଟାଲ ମିଡିଆର ବ୍ୟବହାର, ଷ୍ଟ୍ରଙ୍ଗ୍‌ ପାସ୍‌ଓ୍ବାର୍ଡ, ଫେକ୍‌ ଭିଡିଓ, ସନ୍ଦେହଜନକ ଲିଙ୍କ୍‌ ଓ ଇମେଲ୍‌ ଆଦି ସମ୍ପର୍କରେ ସଚେତନ କରାଗଲେ ମହିଳାଙ୍କ ବିରୋଧରେ ହେଉଥିବା ସାଇବର କ୍ରାଇମ୍‌ ବହୁମାତ୍ରାରେ କମିବ ବୋଲି ଶର୍ମା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଋଷିକୂଲ୍ୟା ରେଳ ବ୍ରିଜ ଉପରେ ଚଢ଼ିଗଲେ ଯୁବକ, ଓହ୍ଲାଇବାକୁ ନାକେଦମ ହେଲା ପୋଲିସ, ସ୍ଥାନୀୟ ଲୋକେ ପହଞ୍ଚି… 

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ମାନସିକ ବିକୃତ ଯୁବକଙ୍କ ଉନ୍ମତ କାଣ୍ଡ। ତାଙ୍କ ପାଇଁ ନାକେଦମ ହେଲା ପୋଲିସ। ଏଭଳି ଏକ ଘଟଣା ଶନିବାର ଅପରାହ୍ନରେ ଗଞ୍ଜାମରେ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri