ସଚେତନତା ସତ୍ତ୍ୱେ ବଢୁଛି ସାଇବର ଅପରାଧ

ଭୁବନେଶ୍ୱର,୪।୩(ବ୍ୟୁରୋ): ଦିନକୁ ଦିନ ସାଇବର ଠକଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ସରକାର ଏବଂ ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ ସାଇବର ଠକଙ୍କ ଜାଲରେ ପଡ଼ି ସେମାନେ ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି। ଗତ ଜାନୁୟାରୀ ମାସରେ ରାଜଧାନୀରୁ ୧ କୋଟି ୩୧ ଲକ୍ଷ ୨୫ ହଜାର ୩୦ ଟଙ୍କା ଠକେଇ ହୋଇଥିବାବେଳେ ଫେବୃୟାରୀରେ ଠକେଇର ପରିମାଣ ବଢ଼ିଛି ଥିବା ଜଣାପଡ଼ିଛି। ଭୁବନେଶ୍ୱର ସାଇବର୍‌ କ୍ରାଇମ ହେଲ୍ପ ଡେସ୍କ ପକ୍ଷରୁ ଗୁରୁବାର ମିଳିଥିବା ରିପୋର୍ଟ ଅନୁସାରେ ଫେବୃୟାରୀରେ ଭୁବନେଶ୍ୱରରୁ ସାଇବର ଠକମାନେ ୧ କୋଟି ୩୯ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟି ନେଇଛନ୍ତି। ହେଲ୍ପ ଡେସ୍କ ଓ ଅର୍ଥନୈତିକ ଅପରାଧ ଥାନାର ମିଳିତ ଉଦ୍ୟମରେ ଜାନୁୟାରୀରେ ଠକେଇ ହୋଇଥିବା ଟଙ୍କାରୁ ମାତ୍ର ଅଳ୍ପ ଟଙ୍କା ଫେରାଇ ଅଣାଯାଇ ପାରିଛି।
ରିପୋର୍ଟ ଅନୁଯାୟୀ, ଫେବୃୟାରୀରେ ହେଲ୍ପ ଡେସ୍କକୁ ସାରା ଓଡ଼ିଶାରୁ ୨୮୮ କଲ୍‌ ଆସିଛି। ସେଥିମଧ୍ୟରୁ ଭୁବନେଶ୍ୱରରୁ କେବଳ ୨୫୪ ହୋଇଥିବାବେଳେ ରାଜ୍ୟର ଅନ୍ୟାନ୍ୟ ଜିଲାରୁ ୩୪ ଅଭିଯୋଗ ଆସିଛି। କେବଳ ଭୁବନେଶ୍ୱରରୁ ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଠକେଇ ସମ୍ପର୍କୀୟ ୯୪ ଅଭିଯୋଗ, କ୍ରେଡିଟ କାର୍ଡ/ ଡେବିଟ୍‌ କାର୍ଡ ଦ୍ୱାରା ୯୭ ଏବଂ ଅନ୍ୟାନ୍ୟ ଠକେଇ ସମ୍ବନ୍ଧୀୟ ୬୩ କଲ୍‌ ଆସିଛି। ଭୁବନେଶ୍ୱରରୁ ସାଇବର ଠକମାନେ ୧ କୋଟି ୩୯ ଲକ୍ଷ ୬୦ହଜାର ୪୭୯ ଟଙ୍କା ଲୁଟିଥିବାବେଳେ ହେଲ୍ପ ଡେସ୍କ ଓ ସାଇବର ଥାନା ପକ୍ଷରୁ ମାତ୍ର ୧୦ଲକ୍ଷ ୫୨ ହଜାର ୮୦୨ ଟଙ୍କା ଉଦ୍ଧାର କରାଯାଇଛି। ସେହିପରି ଠକେଇ ହୋଇଥିବା ୧୨ଲକ୍ଷ ୭୩ ହଜାର ୪୮୩ ଟଙ୍କା ବ୍ଲକ କରାଯାଇଥିବାବେଳେ ସାଇବର ସୁରକ୍ଷା ପୋର୍ଟାଲ ଦ୍ୱାରା ୬୪ଟି ନମ୍ବରକୁ ବ୍ଲକ କରାଯାଇଛି। ଏନେଇ ସାଇବର କ୍ରାଇମ୍‌ ଓ ଅର୍ଥନୈତିକ ଅପରାଧ ଥାନାରେ ୬ଟି ମାମଲା ରୁଜୁ କରାଯାଇଛି। ଏହିକ୍ରମରେ ୩ଜଣ ଅଭିଯୋଗକାରୀଙ୍କ ଠକେଇ ହୋଇଥିବା ୧ଲକ୍ଷ ୧୫ହଜାର ୨୬୫ ଟଙ୍କା, ୧ ଲକ୍ଷ ୧୫ହଜାର ୫୦୦ ଟଙ୍କା ଓ ୧ ଲକ୍ଷ ଟଙ୍କା ଲେଖାଏ ଫେରସ୍ତ କରାଯାଇଥିବା କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri