ହସ୍ପିଟାଲ ନାଁରେ ସାଇବର ଠକେଇ ଅପରାଧ

ପୁରୀ ଅଫିସ,୧୯।୪: ରାଜ୍ୟରେ ଦିନକୁ ଦିନ ସାଇବର ଠକେଇ ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ଲୋକଙ୍କୁ ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ ଠକମାନେ ନୂଆ ତରିକା ଆପଣାଉଥିବାର ଦେଖିବାକୁ ମିଳିଛି। ପୂର୍ବରୁ ଲୋକଙ୍କୁ ବ୍ୟାଙ୍କ ଆକାଉଣ୍ଟ ନମ୍ବର, ଏଟିଏମ୍‌ ତଥ୍ୟ, ମେସେଜ ଲିଙ୍କ, ଓଟିପି ନେଇ ଠକେଇ କରୁଥିବାବେଳେ ଏବେ କରୋନା ସମୟରେ ଠକମାନେ ହସ୍ପିଟାଲ ଉପରେ ନଜର ପକାଇଛନ୍ତି। ଠକମାନେ ଏବେ ହସ୍ପିଟାଲର ନମ୍ବର ହ୍ୟାକ କରି ଲୋକଙ୍କଠାରୁ ବିଭିନ୍ନ ତଥ୍ୟ, ଟଙ୍କା ଠକେଇ କରୁଥିତ୍ବା ଅଭିଯୋଗ ହୋଇଛି। ଏଭଳି ଘଟଣା ପୁରୀ ସହରର ଏକ ଘରୋଇ ହସ୍ପିଟାଲ(ଇ-୨୪) ନାଁରେ ଲୋକଙ୍କୁ ଠକେଇ କରୁଥିବା ରବିବାର ଟାଉନ ଥାନାରେ ଅଭିଯୋଗ ହୋଇଛି। ଏହାକୁ ନେଇ ପୋଲିସ ଉକ୍ତ ଫୋନ ନମ୍ବର ଜରିଆରେ ତଦନ୍ତ ଚଳାଇଛି।
ସୂଚନା ଅନୁଯାୟୀ, ଉକ୍ତ ହସ୍ପିଟାଲ୍‌କୁ ଶନିବାର ଏକ ଫୋନ୍‌ କଲ୍‌ ଆସିଥିଲା। ହସ୍ପିଟାଲ କର୍ମଚାରୀ ଫୋନ୍‌ ଉଠାଇବା ପରେ ସାଇବର ଠକମାନେ ନିଜକୁ ଗୁଗଲ କର୍ମଚାରୀ ବୋଲି ପରିଚୟ ଦେଇଥିଲେ। ଗୁଗଲରେ ହସ୍ପିଟାଲର ଲୋକପ୍ରିୟତା ଓ ବ୍ୟାପକତା ବଢ଼ାଇବା ଉଦ୍ଦେଶ୍ୟରେ ଫୋନ୍‌ କରିଥିବା ହସ୍ପିଟାଲ କର୍ମଚାରୀଙ୍କୁ କହିଥିଲେ। ଗୁଗଲରେ ଏହି ହସ୍ପିଟାଲ୍‌ର ରେଟିଂକୁ ବଢ଼ାଇବା ସହ ଗୁଗଲ ସର୍ଚ୍ଚ ଇଞ୍ଜିନରେ ହସ୍ପିଟାଲ୍‌କୁ ଆଗରେ ରଖିବା ପାଇଁ କିଛି ସାଧାରଣ ପ୍ରୋସିଜିଓର ଫଲୋ କରିବା ପାଇଁ କୁହାଯାଇଥିଲା। ସାଧାରଣ ଭାଷାରେ କହିଲେ, ଜଣେ ବ୍ୟକ୍ତି ଗୁଗଲରେ ହସ୍ପିଟାଲ୍‌ ସର୍ଚ୍ଚ କଲେ ଅନେକ ହସ୍ପିଟାଲ ସମ୍ପର୍କିତ ସୂଚନା ମିଳିଥାଏ। ତେବେ ସେଠାରେ ସର୍ଚ୍ଚରେ ଇ-୨୪ ହସ୍ପିଟାଲର ନାମକୁ ଅଗ୍ରାଧିକାରରେ ଦେଖାଇବା ନେଇ ସାଇବର ଠକମାନେ ପ୍ରଲୋଭନ ଦେଖାଇଥିଲେ। ଏଥିପାଇଁ ହସ୍ପିଟାଲର କର୍ମଚାରୀଙ୍କୁ ଡବଲ୍‌ ଜିରୋ ଟାଇପ୍‌ କରିବାକୁ କୁହାଯାଇଥିଲା। କର୍ମଚାରୀ ଜଣକ ସାଇବର ଠକଙ୍କ ନିର୍ଦ୍ଦେଶ ଅନୁଯାୟୀ ଡବଲ୍‌ ଜିରୋ ଟାଇପ୍‌ କରିବା ପରେ କଲ୍‌ କଟିଯାଇଥିଲା। ଏହାପରେ ରବିବାର ସକାଳୁ ଏଭଳି ଅନେକ ଅଭିଯୋଗ ସାମ୍ନାକୁ ଆସିଥିଲା, ଯେଉଁଥିରୁ ଜଣାପଡ଼ିଥିଲା ଯେ ଉକ୍ତ ହସ୍ପିଟାଲ୍‌ ଦ୍ୱାରା ପ୍ରଦତ୍ତ ନମ୍ବରକୁ କେହି କଲ୍‌ କଲେ କଲ୍‌ଟି ସିଧାସଳଖ ସାଇବର ଠକଙ୍କ ପାଖରେ ପହଞ୍ଚୁଛି। ଏହାପରେ ସାଇବର ଠକମାନେ ହିନ୍ଦୀରେ ଲୋକଙ୍କ ସହ କଥା ହେଉଛନ୍ତି। କୋଭିଡ୍‌ ରିପୋର୍ଟ ଓ ଭ୍ୟାକ୍ସିନେଶନ୍‌ ପାଇଁ ୟୁପିଆଇ ମାଧ୍ୟମରେ ଟଙ୍କା ଦେବା ପାଇଁ କୁହାଯାଉଛି। ସାଧାରଣ ଲୋକେ ଭ୍ରମିତ ହୋଇ ଟଙ୍କା ମଧ୍ୟ ଦେଇଛନ୍ତି। କୋଭିଡ୍‌ ଟେଷ୍ଟ ଓ ଭ୍ୟାକ୍ସିନେସନ୍‌ ପାଇଁ ବ୍ୟକ୍ତି ପିଛା ୩ଶହରୁ ୪ଶହ ଟଙ୍କା ମଗାଯାଉଥିବା ଜଣାପଡ଼ିଛି। ଏ ନେଇ ଉକ୍ତ ହସ୍ପିଟାଲର ନିର୍ଦ୍ଦେଶିକା ଈପ୍ସିତା ମିଶ୍ର କହିଛନ୍ତି, ସାଇବର କ୍ରାଇମ ନେଇ ଆସୁଥିବା ଅଭିଯୋଗ ସତ୍ୟ । କିଛି ଲୋକୋ ଆମ ହସ୍ପିଟାଲକୁ କଲ୍‌ କରି ସାଇବର ଠକେଇର ଶିକାର ହୋଇଛନ୍ତି। ତେଣୁ ତୁରନ୍ତ ଟାଉନ ଥାନାର ଦ୍ୱାରସ୍ଥ ହୋଇଛୁ। ଅନ୍ୟପକ୍ଷେ ସାଇବର ଠକମାନେ ହସ୍ପିଟାଲର ଯେଉଁ ନମ୍ବରରେ କଲ୍‌ ଫରୱାର୍ଡ ସୁବିଧାକୁ ଅନ୍‌ କରାଇଥିଲେ ତାହାକୁ ଡିଆକ୍ଟିଭେଟ୍‌ କରି ଦିଆଯାଇଛି। ସମ୍ପୃକ୍ତ ସିମ୍‌ର ଟେଲିକମ୍‌ କମ୍ପାନୀକୁ କଲ୍‌ କରି ଆମେ ସମସ୍ୟାର ସମାଧାନ କରିସାରିଛୁ। ଉଭୟ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ଓ ଜନସାଧାରଣଙ୍କୁ ଏନେଇ ସଚେତନ ମଧ୍ୟ କରାଇଛୁ। ତେବେ ସାଇବର କ୍ରାଇମ ହୋଇଥିବା ଅଭିଯୋଗ ହେବା ପରେ ନିର୍ଦ୍ଦେଶିକା ମିଶ୍ର ଉକ୍ତ ନମ୍ବରକୁ କଲ୍‌ କରି ଜାଣିବାକୁ ପାଇଥିଲେ ଯେ ହସ୍ପିଟାଲ୍‌ ନମ୍ବର ଫରୱାର୍ଡ ହୋଇଛି ଓ ସାଇବର ଠକମାନେ ନମ୍ବରକୁ ବ୍ୟବହାର କରି ଟଙ୍କା ଲୁଟିବାକୁ ଉଦ୍ୟମ କରୁଛନ୍ତି। ସେହିଭଳି ସ୍ଥାନୀୟ ନରେନ୍ଦ୍ରକୋଣର ବାସିନ୍ଦା ରମାମଣି ସାହୁ ସାଇବର ଠକେଇର ଶିକାର ହେବାରୁ ଅଳ୍ପକେ ବର୍ତ୍ତିଯାଇଥିବା ସେ କହିଛନ୍ତି। ତାଙ୍କ କହିବା ଅନୁଯାୟୀ ୨ୟ ଡୋଜ୍‌ ଭ୍ୟାକ୍ସିନ୍‌ ପାଇଁ ସେ ଇ-୨୪ ହସ୍ପିଟାଲ୍‌ ଫୋନ୍‌ କରିଥିବା ବେଳେ କଲ୍‌ ସାଇବର ଠକଙ୍କ ପାଖରେ ଲାଗିଥିଲା। ସେମାନେ ତାଙ୍କୁ ଅନଲାଇନ୍‌ରେ ଟଙ୍କା ଦେବା ପାଇଁ କହିଥିଲେ। କିନ୍ତୁ ସେ ଟଙ୍କା ନ ଦେଇ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କୁ ଏ ନେଇ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

T20 World Cup : ପ୍ରଥମ ମ୍ୟାଚ୍‌ରେ ଜବରଦସ୍ତ ଟକ୍କର: ବାଜି ମାରିଲା ଟିମ୍‌ ଇଣ୍ଡିଆ, ୨୯ ରନ୍‌ରେ ହାରିଲା ଆମେରିକା

ମୁମ୍ବାଇ,୭।୨: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ରେ ଆମେରିକାକୁ ଭେଟିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇର ବିକ୍ଷୋଭ: ଦାବି ପୂରଣ ନ ହେଲେ…

ଛତ୍ରପୁର,୭ା୨ (ଦିଲ୍ଲୀପ ସାମଲ )- ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପକ୍ଷରୁ ବିଭିନ୍ନ ଦାବି ନେଇ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…

ଫେବୃଆରୀ ୧୨ରେ ଭାରତ ବନ୍ଦ: ସମର୍ଥନ ଜଣାଇ ପ୍ରସ୍ତୁତି ବୈଠକରେ…

ଦିଗପହଣ୍ଡି, ୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ଶନିବାର ସାରେ ଆସନ୍ତା ଫେବୃୟାରୀ ୧୨ ତାରିଖରେ ବିଭିନ୍ନ ଜନ ସମସ୍ୟାର ସମାଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri