କଲ୍‌ଗାର୍ଲ ଲୋଭ ଦେଖାଇ ଖାଲି କରିଦେଲେ ଆକାଉଣ୍ଟ

ଭୁବନେଶ୍ୱର,୯।୧(ବ୍ୟୁରେ) : ସୁନ୍ଦରୀ ତରୁଣୀଙ୍କ ମୋହ ଦେଖାଇ ଫସାଇବା ପରେ ଟଙ୍କା ଲୁଟୁଛନ୍ତି ସାଇବର ଠକ। ରାଜଧାନୀର ଜଣେ ଯୁବକଙ୍କୁ ଏଭଳି ମୋହରା ବନାଇ ତାଙ୍କ ଆକାଉଣ୍ଟକୁ ଖାଲି କରିଦେଇଛନ୍ତି ସାଇବର ଠକ। ମାତ୍ର ୨୦ ମିନିଟ୍‌ ଫୋନରେ କଥା ହେବା ଭିତରେ ସାଇବର ଠକ ଜଣକ ଗୁଗଲ୍‌ ପେ’ ମାଧ୍ୟମରେ ଯୁବକଙ୍କ ଆକାଉଣ୍ଟ୍‌ରୁ ବିଭିନ୍ନ ପର୍ଯ୍ୟାୟରେ ୯୪,୭୩୧ ଟଙ୍କା ଲୁଟିନେଇଛନ୍ତି। ଠକେଇର ଶିକାର ଯୁବକ ଜଣକ ଶୁକ୍ରବାର କମିଶନରେଟ୍‌ ପୋଲିସ ପକ୍ଷରୁ ଜାରି ହେଳ୍ପଲାଇନ୍‌ ନମ୍ବରକୁ କଲ୍‌ କରି ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ଇଣ୍ଡିଆ ଏସ୍କର୍ଟ ସର୍ଭିସ୍‌ ନାମକ ଏକ ସଂସ୍ଥାର କର୍ମଚାରୀର ପରିଚୟ ଦେଇ ଜଣେ ବ୍ୟକ୍ତି ଉକ୍ତ ଯୁବକଙ୍କ ମୋବାଇଲ ଫୋନ୍‌କୁ କଲ୍‌ କରିଥିଲେ। ଏହି ସଂସ୍ଥା କଲଗାର୍ଲ ଓ କଲ ବୟ ସେବା ଯୋଗାଉଛି। ତମେ ଚାହିଁଲେ କଲବୟ ଭାବେ କାର୍ଯ୍ୟ କରି ବିପୁଳ ରୋଜଗାର କରିପାରିବ। ଲାଇସେନ୍ସ ପାଇଁ ପ୍ରଥମେ ୨୪୫୦ ଟଙ୍କା ଦେଇ ରେଜିଷ୍ଟ୍ରେଶନ କରିବାକୁ ପଡିବ। ନିଜ ସହରରେ କଲବୟ କାମ କଲେ ଅଧା ଟଙ୍କା କମ୍ପାନୀର ଓ ଅଧା ଟଙ୍କା ଆପଣଙ୍କର। ଏଥିରେ ସଂସ୍ଥା ପକ୍ଷରୁ ଆପଣଙ୍କୁ ହାଇକ୍ଲାସ ସୁନ୍ଦରୀ ଯୁବତୀ ଯୋଗାଇ ଦିଆଯିବ। ବଡ଼ବଡ଼ ହୋଟେଲ୍‌ରେ ରାତ୍ରିଯାପନ କରିବାକୁ ସୁଯୋଗ ମିଳିବ। ନଚେତ ତମେ ଚାହିଁଲେ ୧୮ରୁ ୪୦ବର୍ଷୀୟା ସୁନ୍ଦରୀ କଲଗାର୍ଲଙ୍କ ସହ ମଜା ଉଠାଇପାରିବ। ଯେଉଁ ଯୁବତୀଙ୍କୁ ବାଛିବ ସେ ହୋଟେ୍‌ଲଠାରୁ ଆରମ୍ଭ କରି ତୁମ ପାର୍ଟନର ହୋଇ ବୁଲାବୁଲି କରିବ। ଏଭଳି ଲୋଭ ଦେଖାଇ ବ୍ୟକ୍ତିଜଣକ ଉକ୍ତ ଯୁବକଙ୍କ ହ୍ବାଟ୍‌ସ ଆପ୍‌ ନମ୍ବରକୁ କେତେଜଣ ସୁନ୍ଦରୀଙ୍କ ଫଟୋ ପଠାଇଥିଲେ। ଏହାପରେ କୌଶଳକ୍ରମେ ଯୁବକଙ୍କ ଆକାଉଣ୍ଟରୁ ପର୍ଯ୍ୟାୟକ୍ରମେ ଟଙ୍କା କାଟି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri