ରାୟଗଡ଼ାରେ ଖୋଲିବ ସ୍ବତନ୍ତ୍ର ସାଇବର ଥାନା, ଦାୟିତ୍ୱରେ ରହିବେ ୨ ଇନସ୍ପେକ୍ଟର

ରାୟଗଡ଼ା,୧୧।୧(ଆଶିଷ ରଞ୍ଜନ ପଣ୍ଡା)- ବର୍ତ୍ତମାନର ଡିଜିଟାଲ ଯୁଗରେ ବଢ଼ୁଥିବା ସାଇବର ଅପରାଧକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ ପୂର୍ବକ ରାୟଗଡ଼ା ଜିଲା ମହକୁମାରେ ଖୋଲିବ ସ୍ବତନ୍ତ୍ର ସାଇବର ଥାନା। ଚଳିତ ମାସ ଶେଷ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି। ଏ ନେଇ ଜିଲା ପୋଲିସ ପକ୍ଷରୁ ଚାଲିଛି ପ୍ରସ୍ତୁତି।

ଏହି ସାଇବର ଥାନା ରାୟଗଡ଼ା ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ରହିଥିବା ଏସ୍‌ଡିପିଓ କାର୍ଯ୍ୟାଳୟ ପରିସରରେ ହେବ ବୋଲି ସୂଚନା ମିଳିଛି। ସାଇବର ଥାନା ପାଇଁ ଗୃହର ମରାମତି ଚାଲିଛି। ମରାମତି ସମ୍ପୂର୍ଣ୍ଣ ହେବା ପରେ ବିଧିବଦ୍ଧ ଭାବେ ଏହା କାର୍ଯ୍ୟକ୍ଷମ ହେବ। ଏଥିରେ ଜଣେ ଇନ୍‌ସ୍ପେକ୍ଟର ଭାରପ୍ରାପ୍ତ ଅଧିକାରୀ ଦାୟିତ୍ୱରେ ରହିବେ ।

ଏହାବ୍ୟତୀତ ଜଣେ ଅତିରିକ୍ତ ଇନ୍‌ସ୍ପେକ୍ଟର, ଜଣେ ସବ ଇନ୍‌ସ୍ପେକ୍ଟର, ଜଣେ ଏଏସ୍‌ଆଇ ଏବଂ ୪ଜଣ କନଷ୍ଟେବଳ ଦାୟିତ୍ୱରେ ରହିବେ। ଏଥିସହିତ ସାଇବର ଅପରାଧ ଉପରେ ନଜର ରଖିବା ଏବଂ ଯାଞ୍ଚ ଆଦି କରିବା ପାଇଁ ଏଏସଆଇ(ସିଗନାଲ) ୨ଜଣ ରହିବେ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ, ବର୍ତ୍ତମାନ ଜିଲା ପୋଲିସ କାର୍ଯ୍ୟାଳୟ ଭିତରେ ସାଇବର ସେଲ୍‌ କାର୍ଯ୍ୟକ୍ଷମ ରହିଛି। ତେବେ ରାୟଗଡ଼ା ଜିଲାରେ ସ୍ବତନ୍ତ୍ର ସାଇବର ଥାନା କାର୍ଯ୍ୟକ୍ଷମ ହେଲେ ସାଇବର ଠକେଇର ଶିକାର ହେଉଥିବା ଲୋକେ ସିଧାସଳଖ ଭାବେ ସେଠାରେ ଅଭିଯୋଗ କରିପାରିବେ ଏବଂ ତୁରନ୍ତ ପଦକ୍ଷେପ ଗ୍ରହଣ ହୋଇପାରିବ ବୋଲି ଆଶାବାଦୀ ରହିଛନ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ୍‌ରେ ଇତିହାସ ରଚିଲେ ଫଖର-ସାହିବଜାଦା

ପାଲିକେଲ,୨୮।୨: ଚଳିତ ଟି୨୦ ବିଶ୍ୱକପ୍‌ ସୁପର-୮ର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ପାକିସ୍ତାନ ସେମିଫାଇନା ପାଇଁ ଯୋଗ୍ୟତା ଅର୍ଜନ କରିବାରେ…

ଋଣ, ଚାକିରୀ ଦେବା ନା’ରେ ବଡ଼ ଧରଣର ଠକେଇ

ହିଞ୍ଜିଳିକାଟୁ,୨୮।୨(ଦ୍ବିତୀକୃଷ୍ଣ ପଣ୍ଡା): ଋଣ ଏବଂ ଚାକିରୀ କରାଇଦେବା ନା’ରେ ଠକେଇ କରୁଥିବା ଜଣେ ଯୁବକଙ୍କୁ ହିଞ୍ଜିଳି ପୋଲିସ ଶନିବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ…

ମଧ୍ୟପ୍ରାଚ୍ୟରେ ମହାସମର: ଦୁବାଇରେ ମିସାଇଲ ମାଡ଼ କଲା ଇରାନ, ବୁର୍ଜ ଖଲିଫାକୁ କରାଗଲା ଖାଲି 

ଦୁବାଇ,୨୮।୨: ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ ଇରାନର ୩୦ଟି ସହର ଉପରେ ମିଳିତ ଏୟାର ଷ୍ଟ୍ରାଇକ ପରେ ଇରାନ ‘ଅପରେସନ ଫତେହ-ଏ-ଜଙ୍ଗ୍‌’ ଆରମ୍ଭ କରିଛି। ଏହି ପାଲଟା…

ଇସ୍ରାଏଲ ଆକ୍ରମଣରେ ଇରାନର ପ୍ରତିରକ୍ଷା ମନ୍ତ୍ରୀ-କମାଣ୍ଡର ମୃତ! ରିପୋର୍ଟରେ ବଡ଼ ଦାବି

ତେହରାନ,୨୮।୨: ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଖବର ସଂସ୍ଥା ରଏଟର୍ସ ପକ୍ଷରୁ ମିଳିଥିବା…

ରଣ୍‌ଜୀ ଟ୍ରଫି ଜିତିଲା ଜମ୍ମୁ କଶ୍ମୀର, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ହୁବଲି,୨୮ା୨: ଜମ୍ମୁ କଶ୍ମୀର ଶନିବାର ପ୍ରଥମ ଥର ପାଇଁ ରଣ୍‌ଜୀ ଟ୍ରଫି ଜିତି ଭାରତୀୟ କ୍ରିକେଟରେ ନୂଆ ଇତିହାସ ସୃଷ୍ଟି କରିଛି। ସ୍ଥାନୀୟ କେଏସ୍‌ସିଏ ଷ୍ଟାଡିୟମରେ ଖେଳାଯାଇଥିବା…

ଚିହିଁକି ଉଠିଲା ଇରାନ, UAE ସମେତ ଏହି ୮ ଦେଶ ଉପରେ କ୍ଷେପଣାସ୍ତ୍ର ମାଡ଼, ଆମେରିକୀୟ ଘାଟିରୁ…

ତେହରାନ,୨୮।୨: ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଇରାନ ଏବେ ପାଲଟା ଜବାବ ଦେଇ ଯୁଦ୍ଧ ଘୋଷଣା କରିଛି। ଶନିବାର ଇରାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

ବିଜେଡିରୁ ବହିଷ୍କାର ପରେ ପ୍ରତିକ୍ରିୟା ରଖିଲେ ପ୍ରଭାତ, କହିଲେ…

ଭୁବନେଶ୍ୱର,୨୮।୨: ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ନେତା ତଥା ଚୌଦ୍ବାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କୁ ଶନିବାର ଦଳରୁ ବହିଷ୍କୃତ କରାଯାଇଛି।…

SL vs PAK: ସବୁଠୁ ବଡ଼ ମ୍ୟାଚ୍‌ରୁ ବାବରଙ୍କୁ ବାଦ ଦେଲା ପାକିସ୍ତାନ, ସେମିଫାଇନାଲ ଖେଳିବା ପାଇଁ ଦଳର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୮।୨: ଟି-୨୦ ବିଶ୍ୱକପ ୨୦୨୬ର ସେମିଫାଇନାଲ ଦୌଡ଼ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗ୍ରୁପ-୨ରୁ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରୁ କିଏ ଶେଷ୍ଠ ୪ରେ ସ୍ଥାନ ପାଇବ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri