ନକଲି ଫେସ୍‌ବୁକ୍‌ ଆଇଡିରେ ଠକି ନେଇଥିଲେ ୨୫ ଲକ୍ଷ ଟଙ୍କା, ୩ ଭଉଣୀଭାଇଙ୍କୁ ବାନ୍ଧିଲା ସାଇବର ପୋଲିସ

ସମ୍ବଲପୁର,୧୮ା୯(ପ୍ରମୋଦ ବହିଦାର): ଫେସ୍‌ବୁକରେ ନକଲି ଆଇଡି ଖୋଲି ଟଙ୍କାକୁ ଦ୍ୱିଗୁଣ କରିଦେବାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଦୁଇ ଭଉଣୀଙ୍କ ସହ ଭାଇଙ୍କୁ ଗିରଫ କରିଛି ସାଇବର ପୋଲିସ। ସେମାନେ ହେଲେ ଝାରସୁଗୁଡ଼ା ଜିଲା ଟାଉନଥାନା ଅନ୍ତର୍ଗତ ପୁରୁଣାବସ୍ତି ବାବୁପଡ଼ାର ମୂଳ ବାସିନ୍ଦା ଓ ବର୍ତ୍ତମାନ ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତକାଇଁଶିର ସିଂପାଲିରେ ଏକ ଭଡ଼ାଘରେ ରହୁଥିବା ଦୁଇ ଭଉଣୀ ରାଜକୁମାରୀ ବାଡ଼ି(୨୪) ଓ ଝରଣା ବାଡ଼ି(୩୨) ତଥା ଭାଇ ରାଜେଶ ବାଡ଼ି(୩୮) ଭାଇଭଉଣୀ ମିଶି ୟଟ୍ୟୁବରୁ ଠକେଇ କରିବାର ଉପାୟ ଶିଖି ଏହି କାରବାର ଚଳାଉଥିଲେ। ଏନେଇ ସମ୍ବଲପୁର ଏସ୍‌ପି ମୁକେଶ କୁମାର ଭାମୁ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି।
ଏସପିଙ୍କ କହିବା ଅନୁଯାୟୀ, ଗତ ଜୁନ୍‌ ମାସରେ ସମ୍ବଲପୁର ସାଇବର ଥାନାରେ ଏକ ଭିନ୍ନ ଧରଣର ଅଭିଯୋଗ ଆସିଥିଲା। ଅଭିଯୋଗକାରୀ ଭାରତୀ ଏକ୍ସା ଲାଇଫ ଇନ୍ସୁରାନ୍ସର ଜଣେ ବ୍ରାଞ୍ଚ ମ୍ୟାନେଜର ରାଉରକେଲାର ଲିପକ କୁମାର ପ୍ରଧାନଙ୍କ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ ହୋଇଥିଲା। ତେବେ ତାଙ୍କ ଅଭିଯୋଗ ଅନୁସାରେ ଅଭିଯୁକ୍ତମାନେ ‘ଦିଶା ଅଗ୍ରଓ୍ବାଲ’ ନାମକ ଏକ ନକଲି ଫେସବୁକ୍‌ ଆଇଡି ମାଧ୍ୟମରେ ତାଙ୍କୁ ପ୍ରଥମେ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇ ବନ୍ଧୁତା ସ୍ଥାପନ କରିଥିଲେ। ପରେ ଚାଟିଂ ଜରିଆରେ ସମ୍ପର୍କ ବଢ଼ାଇ ଏକ ମେଶିନ ସାହାଯ୍ୟରେ ଟଙ୍କା ଦ୍ୱିଗୁଣିତ କରିବାର ଲାଳସା ଦେଖାଇଥିଲେ। ବିଶ୍ୱାସ ଜନ୍ମାଇବା ପାଇଁ ପ୍ରଥମେ ସମ୍ବଲପୁରର ଏକ ହୋଟେଲରେ ସେମାନେ ଟଙ୍କା ଦ୍ବିଗୁଣ କରିବାର ଏକ ଡେମୋ ଦେଖାଇଥିଲେ।
ଏହାପରେ ପୀଡ଼ିତଙ୍କୁ ଅନୁଗୋଳର ଏକ ହୋଟେଲକୁ ଡକାଯାଇଥିଲା, ଯେଉଁଠାରେ ସେ ହୋମ ଲୋନ୍‌ କରି ଆଣିଥିବା ୨୫ ଲକ୍ଷ ଟଙ୍କା ନେଇ ପହଞ୍ଚିଥିଲେ। ହୋଟେଲରେ ଯୋଜନାବଦ୍ଧ ଭାବେ ଅଭିଯୁକ୍ତମାନେ ସମାନ ଧରଣର ଦୁଇଟି ବ୍ୟାଗ୍‌ ବ୍ୟବହାର କରିଥିଲେ ଏବଂ ପେନ୍‌ଡ୍ରାଇଭ୍‌ ତଥା ବାଇକ ଚାବି ଭୁଲିଯିବା ବାହାନାରେ ଟଙ୍କା ଥିବା ବ୍ୟାଗ୍‌ ଅଦଳବଦଳ କରି ଫେରାର ହୋଇଯାଇଥିଲେ।
ଘଟଣା ସମ୍ପର୍କରେ ଗତ ଜୁନ୍‌ ମାସରେ ଲିଖିତ ଅଭିଯୋଗ ପାଇବା ପରେ ସାଇବର ଥାନାରେ କେସ ନମ୍ବର ୨୩/୨୦୨୬ରେ ଏକ ମାମଲା ରୁଜୁ କରି ସାଇବର ଡିଏସ୍‌ପି ଓ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ କରାଯାଇ ଝାରସୁଗୁଡ଼ାରୁ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ନଗଦ ୧୫ ଲକ୍ଷ ୮୦ ହଜାର ଟଙ୍କା ଜବତ କରାଯିବା ସହ ଠକେଇ ଟଙ୍କାରେ କିଣାଯାଇଥିବା ତଥା ମୁଥୁଟ ଫାଇନାନ୍ସରୁ ମୁକୁଳା ଯାଇଥିବା ପ୍ରାୟ ୧୨ ଲକ୍ଷ ଟଙ୍କାର ସୁନା ଗହଣାକୁ ମଧ୍ୟ ଉଦ୍ଧାର କରାଯାଇଛି। ଏହି ଠକ ଗ୍ୟାଙ୍ଗ ରାଉରକେଲାରେ ମଧ୍ୟ ଜଣେ ବ୍ୟକ୍ତିଙ୍କଠାରୁ ଏଭଳି ଉପାୟରେ ୧୦ ଲକ୍ଷ ଟଙ୍କା ଠକିଥିବା ଜଣା ପଡ଼ିଛି। ତେବେ ଏନେଇ ଅଧିକ ତଦନ୍ତ ଜାରି ରହିଛି। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ଅଣାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୨୦୨୭ରେ ମେଷ ରାଶିକୁ ଯିବେ ଶନି: ବର୍ଷ ଆରମ୍ଭରୁ ଆର୍ଥିକ ସମସ୍ୟାରେ ବୁଡିରହିବେ ଏହି ରାଶି, ଏମାନଙ୍କ ଉପରେ ଧନବର୍ଷା

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ଅନୁଶାସନ, କର୍ମ ଓ ନ୍ୟାୟର ଗ୍ରହ ବୋଲି ମନେ କରାଯାଏ। ଅନ୍ୟ ଗ୍ରହଙ୍କ ତୁଳନାରେ ଶନିଙ୍କ ଗତି ଧୀର ହୋଇଥିବାରୁ ତାଙ୍କ…

ବାଡ଼ିକୁ ଗାଈ ଆଣିବା ପାଇଁ ଯାଇଥିଲେ ପୀତାମ୍ବର, ବଜ୍ରପାତ ହେବାରୁ…

ମହାକାଳପଡ଼ା,୧୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ସ୍ଥାନୀୟ କେନ୍ତିଆ ଗ୍ରାମର ପୀତାମ୍ବର ରାଉତ(୬୦) ନିଜ ବାଡ଼ିକୁ ଗାଈ ଆଣିବାକୁ ଯାଇ ବଜ୍ରପାତର…

ଦ୍ରୁତ ଶତକ ହାସଲ କରିଥିବା ଅଭିଷେକ ଶର୍ମାଙ୍କ ଭାଇରାଲ ସେଲିବ୍ରଶନର ଅସଲ କାରଣ ଆସିଲା ସାମ୍ନାକୁ, ବ୍ୟାଟର ନିଜେ କହିଲେ…

ନୂଆଦିଲ୍ଲୀ,୧୮।୯: ଭାରତୀୟ T20 ଦଳର ଓପନିଂ ବ୍ୟାଟର ଅଭିଷେକ ଶର୍ମା ଗୁରୁବାର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଅନ୍ତିମ T20 ମ୍ୟାଚରେ ଦମଦାର…

୩ ସନ୍ତାନର ମା’ଙ୍କୁ ୨୫ ବର୍ଷୀୟା ଯୁବତୀଙ୍କ ସହ ହେଲା ପ୍ରେମ! ସ୍ବାମୀ-ବାପଘର ଛାଡ଼ି କହିଲେ- ଏବେ ତାଙ୍କ ସହ…

କାନପୁର,୧୮।୯: କାନପୁରର ମହାରାଜପୁର ଅଞ୍ଚଳରୁ ଏକ ଘଟଣା ଏବେ ଚର୍ଚ୍ଚାରେ। ତିନି ସନ୍ତାନର ଜଣେ ମା’ ସୱାମୀ ଓ ବାପଘରକୁ ଫେରିବା ପରିବର୍ତ୍ତେ ପ୍ରାୟ ଏକ ବର୍ଷ…

Gen Zକୁ ମୋହନ ଭାଗବତଙ୍କ ବଡ଼ ବାର୍ତ୍ତା, ଧର୍ମ ବୃଦ୍ଧାବସ୍ଥା….

ନୂଆଦିଲ୍ଲୀ,୧୮।୯: Gen Z ଓ ଯୁବପିଢ଼ିକୁ ଧର୍ମ ନେଇ ବଡ଼ ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ପ୍ରମୁଖ ମୋହନ ଭାଗବତ । ଶୁକ୍ରବାର ଉଜ୍ଜୟିନୀରେ…

ଏସୀୟ କ୍ରୀଡ଼ା: ଜାପାନକୁ ହରାଇ ସେମିରେ ପହଞ୍ଚିଲା ଭାରତ

କୋରୋଗି,୧୮।୯: ଜାପାନର ନିଶିନ ସ୍ଥିତ କୋରୋଗି ସ୍ପୋର୍ଟସ ପାର୍କରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଶେଫାଲି ଏବଂ ରିଚାଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତୀୟ ଦଳ ଜାପାନକୁ…

ବହୁ ଚର୍ଚ୍ଚିତ ନିଠାରି ମାମଲାର ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା, ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

ହରିଦ୍ୱାର,୧୮।୯: ନିଠାରି ମାମଲାର ଅଭିଯୁକ୍ତ ସୁରେନ୍ଦ୍ର କୋଲି (ମୂଳତଃ ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗର/ନୋଏଡା ନିବାସୀ) ହରିଦ୍ୱାରରେ ଝୁଲନ୍ତା ଅବସ୍ଥାରେ ମିଳିଛନ୍ତି। ଖବର ଅନୁଯାୟୀ, ଏହି…

ଭାରତକୁ ନାଲି ଆଖି ଦେଖାଇଲାଣି ବାଂଲାଦେଶ, ବର୍ତ୍ତମାନ ରଖିଲାଣି ବଡ଼ ସର୍ତ୍ତ

ଢାକା,୧୮।୯: ବାଂଲାଦେଶରେ ତାରିକ ରହମାନଙ୍କ ନେତୃତ୍ୱାଧୀନ ପ୍ରଶାସନ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ଦାବିକୁ ନେଇ ଧମକପୂର୍ଣ୍ଣ ଆଭିମୁଖ୍ୟ ଗ୍ରହଣ କରିଛି। ଭାରତ ପ୍ରତି ଏକ ଆକ୍ରମଣାତ୍ମକ ମନୋଭାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?