Cyber Kidnapping: ୧୭ ବର୍ଷ ବୟସ୍କ ଛାତ୍ର ହେଲେ ଶିକାର, ମୁକ୍ତି ପାଇଁ ୬୬ ଲକ୍ଷ ଟଙ୍କା ଦେଲେ…

ବେଜିଂ,୪।୧ : ସମ୍ପ୍ରତିି ପ୍ରାୟ ସମସ୍ତଙ୍କର ପାଖରେ ମୋବାଇଲ ଫୋନ ଅଛି ଏବଂ ସେମାନେ ଇଣ୍ଟରନେଟ ବ୍ୟବହାର କରିଥାନ୍ତି। ଇଣ୍ଟରନେଟର ବ୍ୟବହାର ବୃଦ୍ଧି ପାଉଥିବାରୁ ସାଇବର ଠକେଇ ମାମଲା ମଧ୍ୟ ବଢ଼ିିବାରେ ଲାଗିଛି। ଅନେକ ଲୋକ ଏହାର ଶିକାର ହେଉଛନ୍ତି। ସାଇବର ଠକମାନେ ଲୋକଙ୍କୁ ଟାର୍ଗେଟ କରିବା ସୁଯୋଗକୁ ଅପେକ୍ଷା କରି ରହିଛନ୍ତି। ସେମାନେ ଠକାମୀର ନୂତନ ପଦ୍ଧତି ଉଦ୍ଭାବନ କରୁଛନ୍ତି। ଚାଇନାରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ୧୭ ବର୍ଷ ବୟସ୍କ ଛାତ୍ର ସାଇବର ଅପହରଣର ଶିକାର େହୋଇଛନ୍ତି।

ଛାତ୍ର ସାଇବର ଅପହରଣର ଶିକାର ହେବା ପରେ ତାଙ୍କ ମାତାପିତାଙ୍କଠାରୁ ୮୦ ହଜାର ଡଲାର ଅର୍ଥାତ ପ୍ରାୟ ୬୬ ଲକ୍ଷ ଟଙ୍କା ଦାବି କରାଯାଇ ଠକି ନିଆଯାଇଥିଲା। ପରେ ଜଣାପଡ଼ିଲା ସେ ସୁରକ୍ଷିତ, କିନ୍ତୁ ଭୟଭୀତ ଅବସ୍ଥାରେ ଜଙ୍ଗଲରେ ଥିବା ଏକ ତମ୍ବୁରେ ଅଛନ୍ତି।

ଡିସେମ୍ବର ୨୮ରେ ଛାତ୍ରଙ୍କ ମାତାପିତା ନିଖୋଜ ଥିବା ଖବର ପାଇବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ତାଙ୍କ ସ୍କୁଲ ଶିକ୍ଷକମାନଙ୍କୁ ଅପହରଣ ଏବଂ ମୁକ୍ତି ଦାବି ଉପରେ ମଧ୍ୟ ସେମାନେ ଉଦବେଗ ପ୍ରକାଶ କରିଥିଲେ। ସାଇବର ଅପହରଣରେ, ଆକ୍ରମଣକାରୀ କୌଣସି ପ୍ରକାରେ ୟୁଜରଙ୍କ କମ୍ପ୍ୟୁଟର ସିଷ୍ଟମ କିମ୍ବା ଡାଟାେ ବସକୁ ପ୍ରବେଶ କରିଥାନ୍ତି ଏବଂ ତାପରେ ବ୍ୟକ୍ତିଗତ ସୂଚନା ଚୋରି କରିଥାନ୍ତି। ତା’ପରେ ସେମାନେ ୟୁଜରଙ୍କ ମୁକ୍ତ କରିବା ପାଇଁ ଟଙ୍କା ଦାବି କରନ୍ତି। ଏହାକୁ ଡିଜିଟାଲ କ୍ଷେତ୍ରରେ ଚୋରି ଭାବେ ବିବେଚନା କରାଯାଇଥାଏ। ସାଇବର ଅପହରଣରେ ଲୋକମାନେ ଅନଲାଇନ ଯୋଗାଯୋଗ ମାଧ୍ୟମରେ ପ୍ରତାରିତ ହୁଅନ୍ତି । ସେମାନଙ୍କୁ ବିଶ୍ୱାସ କରାଇବା ଭଳି କୁହାଯାଏ ଯେ ପରିବାର ସଦସ୍ୟ କିମ୍ବା ବନ୍ଧୁ ବିପଦରେ ଅଛନ୍ତି କିମ୍ବା ଅପହରଣ ହୋଇଛନ୍ତି। ଏହା ପରେ ସେମାନଙ୍କ ମୁକ୍ତି ପାଇଁ ଟଙ୍କା ଦାବି କରାଯାଇଥାଏ।

ସାଇବର ଅପହରଣରୁ କିପରି ରକ୍ଷା ପାଇବେ?

ଏପରି ମେସେଜକୁ ବିଶ୍ୱାସ କରନ୍ତୁ ନାହିଁ ଯାହା ବିଷୟରେ ମନରେ ସନ୍ଦେହ ଅଛି। ବାର୍ତ୍ତା ପଠାଉଥିବା ବ୍ୟକ୍ତିଙ୍କ ବିଷୟରେ ଜାଣନ୍ତ।

ସେ ଜଣା ନା ଅଜଣା ବ୍ୟକ୍ତି, ତାହା ସଂପୂର୍ଣ୍ଣ ନିଶ୍ଚିତ କରନ୍ତୁ।

ନିଜର ବ୍ୟକ୍ତିଗତ ସୂଚନା କାହା ସହିତ ଅଂଶୀଦାର କରନ୍ତୁ ନାହିଁ।

ଯଦି ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର କରନ୍ତି, ଗୋପନୀୟତା ସେଟିଂସମୂହ ବ୍ୟବହାର କରନ୍ତୁ, ତେଣୁ ଆପଣ ଆପଣଙ୍କର ପୋଷ୍ଟଗୁଡିକ କିଏ ଦେଖି ପାରିବେ ଏବଂ କିଏ ଦେଖି ପାରିବେ ନାହିଁ ଆପଣ ନିୟନ୍ତ୍ରଣ କରିବାରେ ସମର୍ଥ ହେବେ ।

ଯଦି ଆପଣ ସାଇବର ଅପହରଣର ଶିକାର ହୁଅନ୍ତି ତେବେ ସାଇବର ସୁରକ୍ଷା ପ୍ରଫେସନାଲମାନଙ୍କ ସହିତ ଯୋଗାଯୋଗ କରନ୍ତୁ ।

ଦେଶ ଏବଂ ବିଶ୍ୱରେ ଘଟୁଥିବା ଘଟଣାଗୁଡ଼ିକ ସହିତ ନିଜକୁ ଅପଡେଟ କରନ୍ତୁ।

ସାଇବର ଅପହରଣ ବିଷୟରେ ପରିବାର ଏବଂ ସାଙ୍ଗମାନଙ୍କୁ କୁହନ୍ତୁ।

ନିଜର ମୋବାଇଲ ଫୋନ କିମ୍ବା ଲାପଟପରେ ଶକ୍ତିଶାଳୀ ପାସୱାର୍ଡ ସୃଷ୍ଟି କରନ୍ତୁ ଏବଂ ସଫ୍ଟୱେର୍‌ ଅପଡେଟ ଜାରି ରଖନ୍ତୁ।

ଯଦି କୌଣସି ଧମକପୂର୍ଣ୍ଣ କିମ୍ବା ସନ୍ଦେହଜନକ ବାର୍ତ୍ତା ମିଳୁଛି ତେବେ ସଂପୃକ୍ତ ଅଧିକାରୀଙ୍କୁ ଏହା ବିଷୟରେ ଜଣାନ୍ତୁ।

 

https://www.facebook.com/permalink.php?story_fbid=788486709980792&id=100064584105984&ref=embed_post

 


Enter your email to get our daily news in your inbox.

All Right Reserved By Dharitri.Com

ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲରୁ ଧମକ, ବିକ୍ରମ ପଣ୍ଡାଙ୍କ ନାଁରେ ପୁଣି ମାମଲା

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ ): ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ପୁଣି ବଢ଼ିଲା ଅଡୁଆ । ଜେଲରେ ରହିଥିବା ସମୟରେ ମୃତ ଭାଜପା ନେତା ତଥା ଆଇନଜୀବୀ…

ଆଦର୍ଶ ଆଇନଜୀବୀ ଭାବେ ପରିଚିତ ଥିଲେ ବଂଶୀଧର, ଆଜି ତାଙ୍କୁ ଝୁରୁଛି ଓକିଲ ସଂଘ

ଦିଗପହଣ୍ଡି,୧୬ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଓକିଲ ସଂଘର ବରିଷ୍ଠ ସଦସ୍ୟ ବରିଷ୍ଠ ଆଇନଜୀବୀ ବଂଶୀଧର ପାଳଙ୍କ ଭୁବନେଶରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ…

ସି ଜିନପିଙ୍ଗଙ୍କ ଅସୁସ୍ଥତାକୁ ନେଇ ବଢୁଛି କଳ୍ପନାଜଳ୍ପନା, ୨୪ ଘଣ୍ଟା ପରେ ଭାରତ ଛାଡ଼ିବାର କାରଣକୁ ନେଇ ହେଉଛି ଚର୍ଚ୍ଚା

ବେଜିଂ,୧୬।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ପ୍ରାୟତଃ ବିଭିନ୍ନ ଖବର ସାମ୍ନାକୁ ଆସିଥାଏ। ପୁଣିଥରେ ସୋସିଆଲ ମିଡିଆରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚର୍ଚ୍ଚା ଆରମ୍ଭ…

EPFରେ ବଡ଼ ପରିବର୍ତ୍ତନ; ୫୧ ଲକ୍ଷରୁ ଅଧିକ କର୍ମଚାରୀ ହେବେ ଉପକୃତ, ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଲେ…

ନୂଆଦିଲ୍ଲୀ,୧୬ା୯: କର୍ମଚାରୀଙ୍କ ସାମାଜିକ ସୁରକ୍ଷାକୁ ଆହୁରି ବ୍ୟାପକ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । EPF ଓ EPS କଭରେଜ୍‌ ପାଇଁ ଲାଗୁଥିବା…

ସହରର ମୁଖ୍ୟ ରାସ୍ତାରେ ଗଦାହୋଇଛି ବାଲି, ଦୁର୍ଘଟଣାକୁ ଆମନ୍ତ୍ରଣ କରି…

ଗଞ୍ଜାମ,୧୬ା୯(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥଠାରୁ ଗଞ୍ଜାମ ସହରକୁ ସଂଯୋଗ ମୁଖ୍ୟ ରାସ୍ତାରେ ଅଧିକାଂଶ ସମୟରେ ଘର ନିର୍ମାଣ କାର୍ଯ୍ୟ ପାଇଁ ବାଲି ଶୁଖା ଯାଉଥିବା…

ବାଲସି ଗାଁରେ ନୂଆଖାଇ ଜୁହାର, ଏକାଠି ହୋଇ ନବାନ୍ନ ଭକ୍ଷଣ କରିବା ପରେ…

କେସିଙ୍ଗା,୧୬ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ଗ୍ରାମର ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଷଣା ବଂଶ ପକ୍ଷରୁ ନୂଆଖାଇ ଓ ଜୁହାର କାର୍ଯ୍ୟକ୍ରମ…

Asian Games 2026: ଏସିଆନ୍ ଗେମ୍ସ ପୂର୍ବରୁ ଟିମ୍‌ ଇଣ୍ଡିଆରେ ବଡ଼ ପରିବର୍ତ୍ତନ; ବାଦ୍ ପଡ଼ିଲେ ବରୁଣ, ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୧୬।୯: ଏସିଆନ୍ ଗେମ୍ସ ୨୦୨୬ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳରେ ପରିବର୍ତ୍ତନ ହୋଇଛି । ଆହତ କାରଣରୁ ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ ଏସିଆନ୍ ଗେମ୍ସରୁ ବାଦ୍…

ବଜ୍ରପାତରେ ଦୁଇ ପରିବାରର ଚାଲିଗଲା ୨ ଜୀବନ

ବଞ୍ଚୋ/ଆନନ୍ଦପୁର,,୧୬ା୯(ପ୍ରଦୋଷ ବିଶ୍ୱାଳ/ ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ବୁଧବାର ବଜ୍ରପାତ ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଅଚାନକ ବଜ୍ରପାତରେ ଦୁଇଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?