Advertisement

ପିଲାଙ୍କ ଆଡ୍‌ମିଶନ ଟଙ୍କାକୁ ଟାର୍ଗେଟ କରୁଛନ୍ତି ସାଇବର ଠକ

ଉମରକୋଟ, ୧୫।୧୧(ସ୍ବ.ପ୍ର.) : ଯୁକ୍ତ ୨ପାସ୍‌ ପରେ ଛାତ୍ରୀଛାତ୍ର କେଉଁ ଯୁକ୍ତ ୩ କଲେଜରେ ନାମ ଲେଖାଇବେ ତାହାର ତଥ୍ୟ ପାଇ ସେମାନଙ୍କୁ ଫସାଇ ଟଙ୍କା ନେଇଯାଉଛନ୍ତି ସାଇବର ଠକ। ନବରଙ୍ଗପୁର ଜିଲାରେ ଏଭଳି ଘଟଣା ବାରମ୍ବାର ଘଟୁଛି। ସୋମବାର ନବରଙ୍ଗପୁର ଜିଲା ଉମରକୋଟରୁ ପୁଣି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଛାତ୍ରୀଛାତ୍ରଙ୍କ ତଥ୍ୟ ସରକାରୀ ସଂସ୍ଥା ପକ୍ଷରୁ ଲିକ୍‌ କରାଯାଉଥିବାରୁ ଏଭଳି ଅସୁବିଧା ହେଉଥିବା ନେଇ ଅନେକ ବୁଦ୍ଧିଜୀବୀ ଦାବି କରୁଛନ୍ତି। ଏହିସବୁ ଘଟଣାକୁ ଗୁରୁତର ସହ ନେଇ ଏହାର ତଦନ୍ତକରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।
ସୂଚନାନୁଯାୟୀ, ଚନ୍ଦାହାଣ୍ଡି ବ୍ଲକ ମୋତିଗାଁ ଗ୍ରାମର ଗୋକୁଳ ଚନ୍ଦ୍ର ବେସରାଙ୍କ ପୁଅ ତୁଷାରକାନ୍ତ ଗତ ୧୧ ତାରିଖରେ ପେଣ୍ଡ୍ରାଣୀ ମହାବିଦ୍ୟାଳୟର +୩ ବିଜ୍ଞାନ ବିଭାଗର ପ୍ରଥମ ବର୍ଷରେ ନାମ ଲେଖାଇଥିଲେ। ତେବେ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସବୁ ଛାତ୍ରୀଛାତ୍ର ୩୦ ତାରିଖ ସୁଦ୍ଧା ଆଡ୍‌ମିଶନ ଫିସ୍‌ ଅନ୍‌ଲାଇନ ପୈଠ କରିବା ପାଇଁ ନିର୍ଦ୍ଦେଶ ଥିଲା। ସୋମବାର ମୋବାଇଲ ନମ୍ବର ୬୩୭୦୪୬୪୨୩୭ରୁ ତୁଷାରଙ୍କ ବାପାଙ୍କୁ ଫୋନ୍‌କଲ ଆସିଥିଲା, ଯିଏକି ନିଜକୁ କଲେଜ କର୍ମଚାରୀ ପରିଚୟ ଦେଇ ଆଡ୍‌ମିଶନ ଫି’ ଦେବାକୁ କହିଥିଲେ। ତୁରନ୍ତ ଟଙ୍କା ନ ଦେଲେ ଆଡ୍‌ମମିଶନ ରଦ୍ଦ କରାଯିବ ବୋଲି କହିଥିଲେ। ଆଡ୍‌ମିଶନ ଟଙ୍କା ୮୨୦୦ ପାଖରେ ନାହିଁ, ପାଖରେ ଥିବା ୬୫୦୦ ଟଙ୍କା ଦେଲେ ହେବ କି ବୋଲି ତୁଷାରଙ୍କ ବାପା ପ୍ରଶ୍ନ କରିଥିଲେ। ବର୍ତ୍ତମାନ ଯେତିକି ହେଉଛି ଦିଅ ବାକି ଟଙ୍କା ପରେ ଦେବ ବୋଲି କହିବାରୁ ତୁଷାରଙ୍କ ବାପା ଉକ୍ତ ନମ୍ବରରେ ୬୫୦୦ଟଙ୍କା ଫୋନ୍‌ ପେ କରିଥିଲେ। ଏହାପରେ ଆଡ୍‌ମିଶନ ଦାୟିତ୍ୱରେ ଥିବା ଅଧ୍ୟାପକଙ୍କୁ ଟଙ୍କା ପୈଠ କଥା କହିଥିଲେ। ଟଙ୍କା ପାଇଁ କୌଣସି କଲ୍‌ କରି ନ ଥିବା ଅଧ୍ୟାପକ ମନା କରିବା ପରେ ତୁଷାରଙ୍କ ବାପା ଉପରୋକ୍ତ ନମ୍ବରରେ କଲ୍‌ କରିଥିଲେ ମଧ୍ୟ ସେଠାରୁ କୌଣସି ଉତ୍ତର ମିଳି ନ ଥିଲା। ଅନ୍ୟ କାହାର ନମ୍ବରରୁ ଫୋନ୍‌ କଲେ ଉକ୍ତ ବ୍ୟକ୍ତି ତାହାକୁ ଉଠାଉଛନ୍ତି ସତ, ମାତ୍ର ଆଡ୍‌ମିଶନ କଥା କହିବା ମାତ୍ରେ କଲ୍‌ କାଟି ଦେଉଛନ୍ତି। ଚନ୍ଦାହାଣ୍ଡି ଥାନାକୁ ଲିଖିତ ଅଭିଯୋଗ ପାଇଁ ଯାଇଥିଲେ ମଧ୍ୟ ଥାନା ପକ୍ଷରୁ ଉମରକୋଟ ଥାନାରେ ଅଭିଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ତୁଷାର ମଙ୍ଗଳବାର ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିବେ। ପୁଅ ଆଡ୍‌ମିଶନ ଚିନ୍ତାରେ ଏବେ ତୁଷାରଙ୍କ ବାପା। ଛାତ୍ରୀଛାତ୍ରଙ୍କ ତଥ୍ୟ କିଭଳି ସାଇବର ଠକଙ୍କ ହାତକୁ ଯାଉଛି ତାହାର ତଦନ୍ତ ରାଜ୍ୟ ସରକାର କ୍ରାଇମ୍‌ ବ୍ରାଞ୍ଚ ଦ୍ୱାରା କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ୩ ମାସ ତଳେ ଉମରକୋଟ ବ୍ଲକ ଅଧୀନ କାରାଗାଁର ଜଣେ ଛାତ୍ର ଅନୁରୂପ ଠକାମିର ଶିକାର ହୋଇଥିବାବେଳେ ଏହା ହେଉଛି ଦ୍ୱିତୀୟ ଘଟଣା। ବାରମ୍ବାର ଏପରି ଘଟୁଛି। ଦୋଷୀ ଧରା ନ ପଡ଼ିବାରୁ ସାଇବର ଠକଙ୍କ ସାହସ ବଢ଼ୁଛି। ଏ ଦିଗରେ ଦୃଢ଼ ପଦକ୍ଷେପ ନେବାକୁ ଦାବି କରିଛନ୍ତି ବୁଦ୍ଧିଜୀବୀ।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଘରେ ପଶି ବନ୍ଧୁକ ଦେଖାଇ ଲୁଟିନେଲେ

ଫୁଲବାଣୀ ଅଫିସ,୨।୮: କନ୍ଧମାଳ ଜିଲା ଫୁଲବାଣୀ ସହର ପଟାବାଲି ସାହିରେ ଜଣେ ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ଟଙ୍କା ଲୁଟ୍‌ ହୋଇଛି...

ଅଟକିଲା ଦୁରନ୍ତୋ ଏକ୍ସପ୍ରେସ, କାରଣ ଅସ୍ପଷ୍ଟ

ବ୍ରହ୍ମପୁର ଅଫିସ,୨୩।୮: ବ୍ରହ୍ମପୁର ଦେଇ ଯାଉଥିବା ଦୁରନ୍ତ ଏକ୍ସପ୍ରେସ (ହାଓ୍ବଡା-ବେଙ୍ଗାଲୁର) ଶନିବାର ସନ୍ଧ୍ୟାରେ ଆମ୍ବପୁଆ ଲେବଲ କ୍ରସିଂରେ ହଠାତ୍‌ ଅଟକି ଯାଇଥିଲା। ଯାତ୍ରୀମାନେ କିଛି ବୁଝିପାରି...

ପୁଣି 10 ଜଣଙ୍କ ସ୍ବାବ ପରୀକ୍ଷା ଲାଗି ପଠାଗଲା

ଖୋର୍ଦ୍ଧା ଅଫିସ,୫।୪ : ଦିଲ୍ଲୀ ହଜରତ ନିଜାମୁଦ୍ଦିନ ଧର୍ମସଭା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲାଗି ଚିନ୍ତାର କାରଣ ପାଲଟିଛି। ଏହି ସମାବେଶରେ ଖୋର୍ଦ୍ଧା...

ବିଷ ପିଇ ଜୀବନ ହାରିଲେ ଚାଷୀ

ଟିଟିଲାଗଡ଼, ୧୧।୪ (ଡି.ଏନ.ଏ): ବଲାଙ୍ଗୀର ଜିଲା ଟିଟିଲାଗଡ ଥାନା ଅନ୍ତର୍ଗତ ରିଗଡୁଲ ଗ୍ରାମର ଚାଷୀ ନେପାଲ ରଣା(୩୦) ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।...

ଟ୍ରକ୍‌ ଧକ୍କାରେ ଜଣେ ମୃତ, କ୍ଷତି ପୂରଣ ଦାବିରେ ଆନ୍ଦୋଳନ

କଣିହାଁ,୩।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ରେଙ୍ଗାଲି ଗ୍ରାମର କୁଳୁମା କୁଆଁରୀ ରାସ୍ତାରେ ମଙ୍ଗଳବାର ପୂର୍ବାହ୍ନରେ ଟ୍ରକ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ...

ଏକଲବ୍ୟ ବିଦ୍ୟାଳୟ ଜମି ଚିହ୍ନଟକୁ ଚାଷୀଙ୍କ ବିରୋଧ

ରାୟଗଡ଼ା ଅଫିସ,୨୧ା୧୦: ବହୁ ବିରୋଧ ପରେ ବି ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ପ୍ରଧାନୀଗୁଡ଼ା ନିକଟରେ ପ୍ରଶାସନ ପକ୍ଷରୁ ଏକଲବ୍ୟ ଆଧୁନିକ ବିଦ୍ୟାଳୟ...

ଘରକୁ ଫେରୁଥିବା ବେଳେ ଛାତ୍ରୀଙ୍କୁ ଗଣବଳାତ୍କାର

ଭଞ୍ଜନଗର,୧୩।୨: ଭଞ୍ଜନଗର ସହରରେ ଜଣେ ନାବାଳିକା ଛାତ୍ରୀଙ୍କୁ ଗଣବଳତ୍କାର ହୋଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୋଲିସ ଶନିବାର ୪ଜଣଙ୍କୁ ଗିରଫ କରିଛି।   ଛାତ୍ରୀ...

ଭୂତକୋଠି ହେଲାଣି ରକ୍ତଭଣ୍ଡାର ଗୃହ

ଆଠମଲ୍ଲିକ, ୨୦ା୧୨(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକବାସୀଙ୍କ ଆବଶ୍ୟକତାକୁ ଆଖିରେ ରଖି ନିର୍ମାଣ ହୋଇଥିବା ରକ୍ତଭଣ୍ଡାର ଗୃହ ଭୂତକୋଠିରେ ପରିଣତ ହେବାକୁ ବସିଲାଣି। ନିର୍ମାଣକୁ ୧୦ ବର୍ଷ...

Advertisement
Archives

Model This Week