ସାଇବର ଅପରାଧୀଙ୍କୁ ବଳପାଉନି

ଭୁବନେଶ୍ୱର, ୮।୪(ବ୍ୟୁରୋ): ସମୟ ବଦଳୁଛି। ବୈଷୟିକ ଜ୍ଞାନକୌଶଳର ପ୍ରସାର ଘଟୁଛି। ଇଣ୍ଟରନେଟ୍‌, କମ୍ପ୍ୟୁଟର, ସୋସିଆଲ ମିଡିଆ ଆଦିର ବହୁଳ ବ୍ୟବହାର ହେଉଛି। ଗୋଟିଏ ପଟେ ଡିଜିଟାଲ ଦେଣନେଣ ବୃଦ୍ଧି ପାଉଥିବାବେଳେ ସମାନ୍ତରାଳ ଭାବେ ସାଇବର ଅପରାଧୀଙ୍କ ଦୌରାତ୍ମ୍ୟ ମଧ୍ୟ ବଢ଼ିଚାଲିଛି। ସେମାନେ କାହାକୁ କେଉଁ ଉପାୟରେ ଫାଶରେ ପକାଉଛନ୍ତି, ତାହା ଜାଣିବା ମୁସ୍କିଲ ହୋଇପଡୁଛି। ଗତ ୫ ବର୍ଷରେ ବିଭିନ୍ନ ଉପାୟରେ ସେମାନେ ରାଜ୍ୟରୁ ୧୦୫ କୋଟି ୫୫ ଲକ୍ଷ ଟଙ୍କା ଲୁଟି ନେଲେଣି। ଏଭଳି ଅଦୃଶ୍ୟ ଅପରାଧୀଙ୍କୁ ଧରିବା ଏବଂ ଅପରାଧକୁ ରୋକିବା ପାଇଁ ପୋଲିସର ବଳ ପାଉନାହିଁ। କେବଳ ସେତିକି ନୁହେଁ, ସର୍ବସ୍ବ ହରାଇବା ପରେ ପୀଡ଼ିତ ବ୍ୟକ୍ତି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହେଉଛନ୍ତି, ଯାହା ଏବେ ଚିନ୍ତାର ବିଷୟ ହୋଇଛି।
ସୂଚନା ଆଦାନପ୍ରଦାନ କରିବା ଏବଂ ସାମାଜିକ ସମ୍ପର୍କ ଯୋଡ଼ିବା ପାଇଁ ବହୁଳ ଭାବେ ବ୍ୟବହାର କରାଯାଉଥିବା ଫେସ୍‌ବୁକ୍‌, ହ୍ବାଟ୍ସଆପ୍‌, ଫୋନ୍‌, ଇଣ୍ଟରନେଟ୍‌ ଆଉ ସୁରକ୍ଷିତ ହୋଇରହିନାହିଁ। ସାଇବର ଅପରାଧୀମାନେ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ମାଧ୍ୟମ କରି ଲୋକଙ୍କୁ ଫସାଇ କ୍ଷଣିକ ମଧ୍ୟରେ ଜମାପୁଞ୍ଜି ଲୁଟି ନେଉଛନ୍ତି। ରାଜ୍ୟ ଗୃହ ବିଭାଗ ତଥ୍ୟ ଅନୁଯାୟୀ, ୨୦୧୮ରେ ୮୬୭ଟି ସାଇବର ମାମଲା ରୁଜୁ ହୋଇଥିଲା। ଅପରାଧୀମାନେ କୌଶଳକ୍ରମେ ୮ କୋଟି ୯୭ ଲକ୍ଷ ୮୦ ହଜାର ୬୬୬ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା। ଅନୁରୂପ ଭାବେ ୨୦୧୯ରେ ୧,୪୭୫ ମାମଲାରେ ୧୬ କୋଟି ୧୮ ଲକ୍ଷ ୯୫ ହଜାର ୭୧୦ ଟଙ୍କା , ୨୦୨୦ରେ ୧,୯୩୧ ମାମଲାରେ ୩୫ କୋଟି ୭ ଲକ୍ଷ ୨୦ ହଜାର ୧୩୫ ଟଙ୍କା, ୨୦୨୧ରେ ୨,୦୩୭ ମାମଲାରେ ୪୦ କୋଟି ୩୯ ଲକ୍ଷ ୭୦ ହଜାର ୫୧୪ ଟଙ୍କା ଏବଂ ୨୦୨୨ ଫେବୃୟାରୀ ସୁଦ୍ଧା ୨୫୭ ମାମଲାରେ ୩ କୋଟି ୯୧ ଲକ୍ଷ ୮୬ ହଜାର ୯୩୩ ଟଙ୍କା ଲୁଟ୍‌ ହୋଇଛି। କ୍ରାଇମ୍‌ ଇନ୍‌ ଇଣ୍ଡିଆ-୨୦୨୧ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଜାତୀୟ ଅନୁପାତ ଦୃଷ୍ଟିରୁ ଓଡ଼ିଶାରେ ସାଇବର ଅପରାଧ ହାର ବଢ଼ିଚାଲିଛି। ୨୦୨୧ରେ ଓଡ଼ିଶାରେ ସାଇବର ଅପରାଧ ୪.୪ ପ୍ରତିଶତ ହୋଇଥିବା ବେଳେ ଦେଶରେ ୩.୯ ପ୍ରତିଶତ ରେକର୍ଡ କରାଯାଇଥିଲା।
ଅନ୍ୟପଟେ ସାଇବର ଅର୍ଥ ଲୁଟ୍‌ ମାମଲାରେ ପୋଲିସ ୨୦୧୮ରେ ୧୦ ଲକ୍ଷ ୭୪ ହଜାର ୧୨୭ ଟଙ୍କା, ୨୦୧୯ରେ ୬୮ ଲକ୍ଷ ୪୭ ହଜାର ୧୫୩ ଟଙ୍କା, ୨୦୨୦ରେ ୪୮ ଲକ୍ଷ ୨ ହଜାର ୬୨ ଟଙ୍କା, ୨୦୨୧ରେ ୬୬ ଲକ୍ଷ ୯୫ ହଜାର ୪୭୬ ଟଙ୍କା, ୨୦୨୨ ଫେବୃୟାରୀ ପର୍ଯ୍ୟନ୍ତ ୧୪ ଲକ୍ଷ ୯୭ ହଜାର ୧୨୧ ଟଙ୍କା ଉଦ୍ଧାର କରିଛି। ବର୍ଷକୁ ବର୍ଷ ଠକେଇ ପରିମାଣ ବଢୁଥିବା ବେଳେ ଉଦ୍ଧାର ଟଙ୍କା ପରିମାଣ ଦେଖିଲେ ସାଇବର ଅପରାଧୀଙ୍କ ପାଖରେ ପୋଲିସର ପହଞ୍ଚ କେତେ, ତାହା ସ୍ପଷ୍ଟ ଜଣାପଡୁଛି।
ସାଇବର ମାମଲା ରୋକିବାକୁ ରାଜ୍ୟରେ ୧୪ଟି ସାଇବର ଥାନା କାମ କରୁଛି। କମ୍ପ୍ୟୁଟର ଓ ଇଣ୍ଟରନେଟ୍‌ ବ୍ୟବହାରର ଦ୍ରୁତ ଅଭିବୃଦ୍ଧି, ସୋସିଆଲ ମିଡିଆରେ ଯୋଗାଯୋଗ ବ୍ୟବସ୍ଥାରେ ଅଗ୍ରଗତି ଓ ବାଣିଜ୍ୟ କାରବାର ବଢୁଥିବାରୁ ପ୍ରତ୍ୟେକ ଜିଲା ଏସ୍‌ପି ଅଫିସରେ ୨୦୧୩ ଏପ୍ରିଲ ପହିଲାରୁ ସାଇବର କ୍ରାଇମ୍‌ ସେଲ୍‌ କାମ କରୁଛି। ପ୍ରତ୍ୟେକ ଜିଲାରେ ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ଥାନା ଖୋଲିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ୨୦୧୭ରୁ ସାଇବର ଅପରାଧ ଅନୁସନ୍ଧାନ ବିଜ୍ଞାନାଗାର ଭୁବନେଶ୍ୱର ରସୁଲଗଡ଼ସ୍ଥିତ ରାଜ୍ୟ ଅପରାଧ ଅନୁସନ୍ଧାନ ବିଜ୍ଞାନାଗାରଠାରେ କାର୍ଯ୍ୟ କରୁଛି। ଅନୁସନ୍ଧାନ ନିମନ୍ତେ ଆବଶ୍ୟକ ତାଲିମ ପୋଲିସ ଅଫିସର, ସରକାରୀ ଓକିଲ, ନ୍ୟାୟିକ ଅଧିକାରୀମାନଙ୍କୁ ଦିଆଯାଉଛି। ଏହାଛଡ଼ା ବିଭିନ୍ନ ସମୟରେ ବହୁ ପୋଲିସ ଅଫିସରଙ୍କୁ ସାଇବର ମାମଲାର ତଦନ୍ତ ନିମନ୍ତେ ସ୍ବତନ୍ତ୍ର ତାଲିମ ଦିଆଯାଇଛି। ଏଥିସହିତ ପ୍ରତ୍ୟେକ ଜିଲାରେ ସାଇବର ଅପରାଧ ଓ ଅର୍ଥନୈତକ ଅପରାଧ ଥାନା ଖୋଲିବାକୁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri