ସାଇବର ଅପରାଧୀଙ୍କୁ ବଳପାଉନି

ଭୁବନେଶ୍ୱର, ୮।୪(ବ୍ୟୁରୋ): ସମୟ ବଦଳୁଛି। ବୈଷୟିକ ଜ୍ଞାନକୌଶଳର ପ୍ରସାର ଘଟୁଛି। ଇଣ୍ଟରନେଟ୍‌, କମ୍ପ୍ୟୁଟର, ସୋସିଆଲ ମିଡିଆ ଆଦିର ବହୁଳ ବ୍ୟବହାର ହେଉଛି। ଗୋଟିଏ ପଟେ ଡିଜିଟାଲ ଦେଣନେଣ ବୃଦ୍ଧି ପାଉଥିବାବେଳେ ସମାନ୍ତରାଳ ଭାବେ ସାଇବର ଅପରାଧୀଙ୍କ ଦୌରାତ୍ମ୍ୟ ମଧ୍ୟ ବଢ଼ିଚାଲିଛି। ସେମାନେ କାହାକୁ କେଉଁ ଉପାୟରେ ଫାଶରେ ପକାଉଛନ୍ତି, ତାହା ଜାଣିବା ମୁସ୍କିଲ ହୋଇପଡୁଛି। ଗତ ୫ ବର୍ଷରେ ବିଭିନ୍ନ ଉପାୟରେ ସେମାନେ ରାଜ୍ୟରୁ ୧୦୫ କୋଟି ୫୫ ଲକ୍ଷ ଟଙ୍କା ଲୁଟି ନେଲେଣି। ଏଭଳି ଅଦୃଶ୍ୟ ଅପରାଧୀଙ୍କୁ ଧରିବା ଏବଂ ଅପରାଧକୁ ରୋକିବା ପାଇଁ ପୋଲିସର ବଳ ପାଉନାହିଁ। କେବଳ ସେତିକି ନୁହେଁ, ସର୍ବସ୍ବ ହରାଇବା ପରେ ପୀଡ଼ିତ ବ୍ୟକ୍ତି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହେଉଛନ୍ତି, ଯାହା ଏବେ ଚିନ୍ତାର ବିଷୟ ହୋଇଛି।
ସୂଚନା ଆଦାନପ୍ରଦାନ କରିବା ଏବଂ ସାମାଜିକ ସମ୍ପର୍କ ଯୋଡ଼ିବା ପାଇଁ ବହୁଳ ଭାବେ ବ୍ୟବହାର କରାଯାଉଥିବା ଫେସ୍‌ବୁକ୍‌, ହ୍ବାଟ୍ସଆପ୍‌, ଫୋନ୍‌, ଇଣ୍ଟରନେଟ୍‌ ଆଉ ସୁରକ୍ଷିତ ହୋଇରହିନାହିଁ। ସାଇବର ଅପରାଧୀମାନେ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ମାଧ୍ୟମ କରି ଲୋକଙ୍କୁ ଫସାଇ କ୍ଷଣିକ ମଧ୍ୟରେ ଜମାପୁଞ୍ଜି ଲୁଟି ନେଉଛନ୍ତି। ରାଜ୍ୟ ଗୃହ ବିଭାଗ ତଥ୍ୟ ଅନୁଯାୟୀ, ୨୦୧୮ରେ ୮୬୭ଟି ସାଇବର ମାମଲା ରୁଜୁ ହୋଇଥିଲା। ଅପରାଧୀମାନେ କୌଶଳକ୍ରମେ ୮ କୋଟି ୯୭ ଲକ୍ଷ ୮୦ ହଜାର ୬୬୬ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା। ଅନୁରୂପ ଭାବେ ୨୦୧୯ରେ ୧,୪୭୫ ମାମଲାରେ ୧୬ କୋଟି ୧୮ ଲକ୍ଷ ୯୫ ହଜାର ୭୧୦ ଟଙ୍କା , ୨୦୨୦ରେ ୧,୯୩୧ ମାମଲାରେ ୩୫ କୋଟି ୭ ଲକ୍ଷ ୨୦ ହଜାର ୧୩୫ ଟଙ୍କା, ୨୦୨୧ରେ ୨,୦୩୭ ମାମଲାରେ ୪୦ କୋଟି ୩୯ ଲକ୍ଷ ୭୦ ହଜାର ୫୧୪ ଟଙ୍କା ଏବଂ ୨୦୨୨ ଫେବୃୟାରୀ ସୁଦ୍ଧା ୨୫୭ ମାମଲାରେ ୩ କୋଟି ୯୧ ଲକ୍ଷ ୮୬ ହଜାର ୯୩୩ ଟଙ୍କା ଲୁଟ୍‌ ହୋଇଛି। କ୍ରାଇମ୍‌ ଇନ୍‌ ଇଣ୍ଡିଆ-୨୦୨୧ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଜାତୀୟ ଅନୁପାତ ଦୃଷ୍ଟିରୁ ଓଡ଼ିଶାରେ ସାଇବର ଅପରାଧ ହାର ବଢ଼ିଚାଲିଛି। ୨୦୨୧ରେ ଓଡ଼ିଶାରେ ସାଇବର ଅପରାଧ ୪.୪ ପ୍ରତିଶତ ହୋଇଥିବା ବେଳେ ଦେଶରେ ୩.୯ ପ୍ରତିଶତ ରେକର୍ଡ କରାଯାଇଥିଲା।
ଅନ୍ୟପଟେ ସାଇବର ଅର୍ଥ ଲୁଟ୍‌ ମାମଲାରେ ପୋଲିସ ୨୦୧୮ରେ ୧୦ ଲକ୍ଷ ୭୪ ହଜାର ୧୨୭ ଟଙ୍କା, ୨୦୧୯ରେ ୬୮ ଲକ୍ଷ ୪୭ ହଜାର ୧୫୩ ଟଙ୍କା, ୨୦୨୦ରେ ୪୮ ଲକ୍ଷ ୨ ହଜାର ୬୨ ଟଙ୍କା, ୨୦୨୧ରେ ୬୬ ଲକ୍ଷ ୯୫ ହଜାର ୪୭୬ ଟଙ୍କା, ୨୦୨୨ ଫେବୃୟାରୀ ପର୍ଯ୍ୟନ୍ତ ୧୪ ଲକ୍ଷ ୯୭ ହଜାର ୧୨୧ ଟଙ୍କା ଉଦ୍ଧାର କରିଛି। ବର୍ଷକୁ ବର୍ଷ ଠକେଇ ପରିମାଣ ବଢୁଥିବା ବେଳେ ଉଦ୍ଧାର ଟଙ୍କା ପରିମାଣ ଦେଖିଲେ ସାଇବର ଅପରାଧୀଙ୍କ ପାଖରେ ପୋଲିସର ପହଞ୍ଚ କେତେ, ତାହା ସ୍ପଷ୍ଟ ଜଣାପଡୁଛି।
ସାଇବର ମାମଲା ରୋକିବାକୁ ରାଜ୍ୟରେ ୧୪ଟି ସାଇବର ଥାନା କାମ କରୁଛି। କମ୍ପ୍ୟୁଟର ଓ ଇଣ୍ଟରନେଟ୍‌ ବ୍ୟବହାରର ଦ୍ରୁତ ଅଭିବୃଦ୍ଧି, ସୋସିଆଲ ମିଡିଆରେ ଯୋଗାଯୋଗ ବ୍ୟବସ୍ଥାରେ ଅଗ୍ରଗତି ଓ ବାଣିଜ୍ୟ କାରବାର ବଢୁଥିବାରୁ ପ୍ରତ୍ୟେକ ଜିଲା ଏସ୍‌ପି ଅଫିସରେ ୨୦୧୩ ଏପ୍ରିଲ ପହିଲାରୁ ସାଇବର କ୍ରାଇମ୍‌ ସେଲ୍‌ କାମ କରୁଛି। ପ୍ରତ୍ୟେକ ଜିଲାରେ ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ଥାନା ଖୋଲିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ୨୦୧୭ରୁ ସାଇବର ଅପରାଧ ଅନୁସନ୍ଧାନ ବିଜ୍ଞାନାଗାର ଭୁବନେଶ୍ୱର ରସୁଲଗଡ଼ସ୍ଥିତ ରାଜ୍ୟ ଅପରାଧ ଅନୁସନ୍ଧାନ ବିଜ୍ଞାନାଗାରଠାରେ କାର୍ଯ୍ୟ କରୁଛି। ଅନୁସନ୍ଧାନ ନିମନ୍ତେ ଆବଶ୍ୟକ ତାଲିମ ପୋଲିସ ଅଫିସର, ସରକାରୀ ଓକିଲ, ନ୍ୟାୟିକ ଅଧିକାରୀମାନଙ୍କୁ ଦିଆଯାଉଛି। ଏହାଛଡ଼ା ବିଭିନ୍ନ ସମୟରେ ବହୁ ପୋଲିସ ଅଫିସରଙ୍କୁ ସାଇବର ମାମଲାର ତଦନ୍ତ ନିମନ୍ତେ ସ୍ବତନ୍ତ୍ର ତାଲିମ ଦିଆଯାଇଛି। ଏଥିସହିତ ପ୍ରତ୍ୟେକ ଜିଲାରେ ସାଇବର ଅପରାଧ ଓ ଅର୍ଥନୈତକ ଅପରାଧ ଥାନା ଖୋଲିବାକୁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri