ସାଇବର ଠକେଇ ଏକ ବଡ଼ ଚ୍ୟାଲେଞ୍ଜ

ଭୁବନେଶ୍ୱର,୨୧।୫ (ବ୍ୟୁରୋ): କରୋନା କାଳରେ ସାଇବର ଠକେଇ ଦ୍ରୁତ ଗତିରେ ବୃଦ୍ଧି ପାଇଛି। କରୋନାକୁ ନେଇ ଲୋକଙ୍କ ଭାବପ୍ରବଣ ଓ ଭୟର ଫାଇଦା ସାଇବର ଠକ ଉଠାଉଛନ୍ତି । ମୁଖ୍ୟତଃ ସୋସିଆଲ୍‌ ମିଡିଆରେ ଏବେ ଲୋକଙ୍କୁ ସାହାଯ୍ୟ କରିବାକୁ ଅନେକଗୁଡ଼ିଏ ଫେକ୍‌ ଚାରିଟି ବା ନକଲି ଦାତବ୍ୟ ସଂସ୍ଥା ଖୋଲାଯାଇଛି। କରୋନା ଯୋଗୁ ସାଧାରଣ ଗରିବ ଲୋକେ କିଭଳି ଭୋକ ଉପାସରେ ବଞ୍ଚୁଛନ୍ତି, ତାହାର ଦୁଃଖ ଭରା ଫଟୋ ଭିଡିଓ ଦେଖାଇ ସେମାନଙ୍କ ପାଇଁ ଟଙ୍କା ମାଗୁଛନ୍ତି। ଅନେକ ଲୋକ ଏହା ଦେଖିବା ପରେ ଭାବପ୍ରବଣରେ ସେମାନଙ୍କୁ ଟଙ୍କା ପଠାଉଛନ୍ତି। ତେଣୁ କୌଣସି ଦାତବ୍ୟ ସଂସ୍ଥାକୁ ଟଙ୍କା ଦାନ କରୁଥିଲେ, ସେ ସଂସ୍ଥା ସମ୍ପର୍କରେ ଭଲ ଭାବରେ ବୁଝନ୍ତୁ ବୋଲି ପୋଲିସ ଡିଜି ଅଭୟ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।
୨୦୨୧ ନୂଆ ଯୁଗରେ ସାଇବର ଠକେଇ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି ବୋଲି ଡିଜି ମତ ପ୍ରକାଶ କରିଛନ୍ତି। ଟିକାକରଣ ନାମରେ ସାଇବର ଠକମାନେ ଲୋକମାନଙ୍କୁ ଠକୁଥିବା ନଜରକୁ ଆସିଛି। ଭାକ୍ସିନ୍‌ ରେଜିଷ୍ଟ୍ରେଶନ୍‌ ପାଇଁ ସରକାରଙ୍କ ପକ୍ଷରୁ କୋଓ୍ବିନ୍‌, ଆରୋଗ୍ୟ ସେତୁ ଓ ଉମଙ୍ଗ ଭଳି ୩ଟି ଆପ୍ଲିକେଶନ୍‌ ବ୍ୟବହାର କରାଯାଉଛି। ତେଣୁ ଅନ୍ୟ କୌଣସି ଆପ୍ଲିକେଶନ୍‌ରେ ରେଜିଷ୍ଟ୍ରେଶନ ନ କରିବାକୁ ଡିଜିପି କହିଛନ୍ତି। ଏଥିସହିତ କୋଭିଡ୍‌ ସର୍ଭେ ମାଧ୍ୟମରେ ସାଇବର ଠକ ଲୋକଙ୍କ ତଥ୍ୟ ଚୋରାଉଛନ୍ତି। ପରେ ଉକ୍ତ ତଥ୍ୟ ସାହାଯ୍ୟରେ ସେମାନଙ୍କ ନିକଟରୁ ଟଙ୍କା ଠକି ନେଉଛନ୍ତି। ତେଣୁ କୌଣସି ବି ଅଜଣା ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ ଓ ଅର୍ଥ ଜନିତ ତଥ୍ୟ ନ ଦେବାକୁ କୁହାଯାଇଛି। ଆଧୁନିକ ଯୁଗରେ ସାଇବର ଠକେଇ ଆହୁରି ମଧ୍ୟ ଫେକ୍‌ ଇ-କମର୍ସ ସାଇଟ, କରୋନା ମେଡିସିନ୍‌, ଭିଡିଓକଲ୍‌ର ଅଶ୍ଳୀଳ ଚାଟ୍‌ ଓ ପରେ ବ୍ଲାକ୍‌ମେଲିଂ, ମାଗଣା ଉପହାର ଆଦି ବିଭିନ୍ନ ଉପାୟରେ ସାଇବର ଠକମାନେ ଠକେଇ କରୁଛନ୍ତି। ସେସବୁ ସତର୍କତା ଅବଲମ୍ବନ କରିବା ସହ କୌଣସି କାର୍ଯ୍ୟ କରିବା ପୂର୍ବରୁ ସେ ସମ୍ବନ୍ଧରେ ଭଲ ଭାବେ ଯାଞ୍ଚ କରନ୍ତୁ ବୋଲି ଡିଜି ଅଭୟ ପରାମର୍ଶ ଦେଇଛନ୍ତି। ଔଷଧ କଳାବଜାର ନେଇ ଲୋକଙ୍କ ନିକଟରେ କୌଣସି ସୂଚନା ଥିଲେ ପୋଲିସକୁ ଜଣାନ୍ତୁ। ପୋଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ସେହିପରି କରୋନା ସମୟରେ ଲୋକମାନେ ଘରେ ରହି ଫୋନ୍‌ ଓ ହ୍ବାଟସ୍‌ଆପ୍‌ ମାଧ୍ୟମରେ ପୋଲିସକୁ ନିଜର ଅଭିଯୋଗ ଜଣାନ୍ତୁ ବୋଲି ଡିଜିପି କହିଛନ୍ତି। ଅନ୍ୟପକ୍ଷେ ବିଭିନ୍ନ କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ଗତ ଏପ୍ରିଲ୧ରୁ ରାଜ୍ୟର ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେମାନଙ୍କଠାରୁ ୯କୋଟି ୮୪ ଲକ୍ଷ ୩୫ ହଜାର ୮୨୩ ଟଙ୍କା ଜରିମାନା ଆଦାୟ କରାଯାଇଛି। ଏଥିସହିତ ୮୩୧ଜଣଙ୍କୁ ଗିରଫ କରାଯାଇଛି। ୨,୧୮୦ ଦୋକାନ ସିଲ୍‌ କରାଯାଇଥିବାବେଳେ ୨୬,୧୪୬ ଗାଡ଼ି ଜବତ କରାଯାଇଛି ଏବଂ ୨,୫୦୩ ଅବକାରୀ ମାମଲା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri