କଟକର ସ୍ବତନ୍ତ୍ର ପରିଚୟ ସିଏନ୍‌ବିଟି

କଟକ,୧୭ା୯(ସୁପ୍ରିୟା ପ୍ରିୟଦର୍ଶିନୀ)ଖାନ୍‌ନଗରଠାରେ କଟକ ନେତାଜୀ ବସ୍‌ ଟର୍ମିନାଲ(ସିଏନ୍‌ବିଟି) ଶନିବାର ଲୋକାର୍ପିତ ହୋଇଛି। ଏଥିରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗଦେଇ କହିଥିଲେ, କଟକ ସହର ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ। ଯାନବାହନ ବୃଦ୍ଧିକୁ ଦୃଷ୍ଟିରେ ରଖି କଟକରେ ଏକ ବୃହତ ଅତ୍ୟାଧୁନିକ ବସ୍‌ ଟର୍ମିନାଲର ଆବଶ୍ୟକତା ଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଆଜି ଆମେ ନୂତନ ବସ୍‌ ଟର୍ମିନାଲ ପାଇଛୁ। ଏହି ବସ୍‌ ଟର୍ମିନାଲ କଟକ ପାଇଁ ସ୍ବତନ୍ତ୍ର ପରିଚୟ ଆଣିଥିବାବେଳେ ରାଜ୍ୟରେ ପରିବହନ ଓ ଗମନାଗମନ ବ୍ୟବସ୍ଥାକୁ ସୁଦୃଢ କରିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୪୧ କୋଟି ଟଙ୍କାର ୧୦ଟି ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି। ୯୦.୨ କୋଟି ଟଙ୍କା ବ୍ୟୟରେ କଟକ ନେତାଜୀ ବସ୍‌ ଟର୍ମିନାଲ, ୮୮.୩୧ କୋଟି ଟଙ୍କା ବ୍ୟୟରେ ନରଣପୁରଠାରେ ନିର୍ମିତ ସୁଲଭ ଗୃହ ପ୍ରକଳ୍ପ, ୯.୭୨ କୋଟି ବ୍ୟୟରେ ସିଲ୍‌ଭର ସିଟି ବୋଟ୍‌ କ୍ଲବ୍‌, ୫.୨୩ କୋଟି ବ୍ୟୟରେ ତାଳଦଣ୍ଡା କେନାଲ ପାର୍ଶ୍ୱରେ ଫୁଡ୍‌କୋର୍ଟ ଓ ୱାଟର ସ୍ପୋର୍ଟସ୍‌ ଜୋନ୍‌ ଉଦ୍‌ଘାଟିତ ହୋଇଛି । ସେହିଭଳି ୩.୨୨ କୋଟି ବ୍ୟୟରେ ଛତ୍ରବଜାର ଅର୍ବାନ ହାଟ, ୫୪ ଲକ୍ଷ ଟଙ୍କା ବ୍ୟୟରେ ରାଣୀହାଟ କ୍ଲକ୍‌ ଟାୱାର, ୨୩.୩୫ କୋଟି ବ୍ୟୟରେ ତାଳଦଣ୍ଡା କେନାଲ ଉପରେ ଏକାଧିକ ପୋଲ, ୬୬.୬୫ କୋଟି ବ୍ୟୟରେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ମହାନଦୀ କ୍ୟାମ୍ପସର ଏକାଡେମିକ ବ୍ଲକ ଓ ହଷ୍ଟେଲ-୧ ଏବଂ ୨, ୩୦କୋଟି ବ୍ୟୟରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ନୂତନ ପାଠାଗାର ଏବଂ ୨୩.୮୫ କୋଟି ଟଙ୍କା ବ୍ୟୟରେ ଡିଏଭି ଏସ୍‌ସିବି ମେଡିକାଲ ପବ୍ଲିକ ସ୍କୁଲ ଆଦି ଉଦ୍‌ଘାଟିତ ହୋଇଛି। ସେହିପରି ୨୦୦ କୋଟି ଟଙ୍କା ବ୍ୟୟରେ ନୂତନ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ୧୨୩ କୋଟି ଟଙ୍କା ବ୍ୟୟରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସ୍ବାସ୍ଥ୍ୟକେନ୍ଦ୍ର, ଗେଷ୍ଟ ହାଉସ୍‌, କ୍ରିକେଟ୍‌ ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଏଥିସହ ୪୫.୧୯ କୋଟି ଟଙ୍କା ବ୍ୟୟରେ ତାଳଦଣ୍ଡା କେନାଲ ସୌନ୍ଦର୍ଯ୍ୟକରଣ ଓ ସର୍ବସାଧାରଣଙ୍କ ନିମନ୍ତେ ଏକାଧିକ ପ୍ରକଳ୍ପ ଯଥା ଫୁଟପାଥ୍‌, ପାର୍କ, ସଂଗ୍ରହାଳୟ, ଭେଣ୍ଡିଂଜୋନ, ପାନୀୟ ଜଳ ପ୍ରକଳ୍ପ, ଶୌଚାଳୟ, ବସ୍‌ ଷ୍ଟପ୍‌, ୮.୯୫ କୋଟି ଟଙ୍କା ବିନିମୟରେ ଜାତୀୟ ରାଜପଥରୁ ପୂର୍ବ ପଟ ରେଲୱେ ଷ୍ଟେଶନକୁ ସଂଯୋଗ କରୁଥିବା ୪ ଲେନ୍‌ ବିଶିଷ୍ଟ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

ମୁଣ୍ଡିଆ ମାରିବା ପାଇଁ ପ୍ରତିଯୋଗିତା
ସିଏନ୍‌ବିଟି ଲୋକାର୍ପଣ ଉତ୍ସବରେ ନେତାଙ୍କଠାରୁ ଆରମ୍ଭ କରି କର୍ମୀଙ୍କ ମଧ୍ୟରେ ମୁଣ୍ଡିଆ ମାରିବା ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀ ସିଏନ୍‌ବିଟି ପରିସରରେ ପହଞ୍ଚିବା ମାତ୍ରେ ପ୍ରଥମେ ଜଣେ ବରିଷ୍ଠ ମନ୍ତ୍ରୀ ତାଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଥିଲେ। ଏହାପରେ ଜଣଙ୍କ ପରେ ଜଣେ ନେତା ଏଥିରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ମୁଣ୍ଡିଆ ମାରି ଚାଲିଥିଲେ। ଶେଷରେ ମୁଖ୍ୟମନ୍ତ୍ରୀ ସଭାସ୍ଥଳକୁ ଯିବା ପରେ ପ୍ରତିଯୋଗିତା ଶେଷ ହେବା ଦେଖିବାକୁ ମିଳିଥିଲା।

ପୋଲିସ ସୁରକ୍ଷା ବ୍ୟବସ୍ଥା ଢିଲା
ସିଏନ୍‌ବିଟି ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଟିକିଏ ଝଲକ ପାଇବା ପାଇଁ ବହୁସଂଖ୍ୟକ ଲୋକଙ୍କ ସମାଗମ ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ୨୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଏଥିସତ୍ତ୍ୱେ ସୁରକ୍ଷା ବ୍ୟବସ୍ଥା ଢିଲା ଭଳି ପରିଲିଖିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ସିଏନ୍‌ବିଟି ପରିସରକୁ ପ୍ରବେଶ କରିବାବେଳେ ପୋଲିସର କଡା ସୁରକ୍ଷା ସତ୍ତ୍ୱେ ଲୋକମାନେ ମାଡିଆସିଥିଲେ। ଏପରି କି କିଛି ଲୋକ ମୁଖ୍ୟମନ୍ତ୍ରୀଙ୍କ ନିକଟତର ହେବାକୁ ଚେଷ୍ଟା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri