କଟକ,୬ା୭: ଚାଉଳିଆଗଞ୍ଜ ଥାନା IIC ବିଉଟି ମହାନ୍ତିଙ୍କ ମୃତ୍ୟୁ ମାମଲାରେ କଟକ ଡିସିପି ଖିଲାରୀ ଋଷିକେଶ ବଡ଼ ପ୍ରତିକ୍ରିୟା ଦେଇଛନ୍ତି । ୨ ଆଇଆଇସି, ଜଣେ ଏସ୍ପି, ଅତିରିକ୍ତ ଡିସିପି ଘଟଣାର ତଦନ୍ତ କରୁଛନ୍ତି । ସ୍ୱାମୀଙ୍କ ସହ ୨ ଭଉଣୀଙ୍କ ବୟାନ ରେକର୍ଡ କରାଯାଇଛି କହିଲେ ଡିସିପି ।
ଏପର୍ଯ୍ୟନ୍ତ ପରିବାର ଲୋକ କୌଣସି ଲିଖିତ ଅଭିଯୋଗ କରିନାହାନ୍ତି । ହ୍ୱାଟ୍ସଆପ୍ ଚାଟ୍ ଓ ଅନ୍ୟ ସୋସିଆଲ ମିଡିଆର ଚାଟ୍ ଯାଞ୍ଚ କରାଯିବ । ଶେଷ କଲ୍ରେ ସେ କାହା ସହ କଥା ହୋଇଥିଲେ ଯାଞ୍ଚ କରାଯିବ । ବ୍ୟାଙ୍କ୍ ଡିଟେଲ ଯାଞ୍ଚ ସହ ଫୋନ୍ ଫରେନ୍ସିକ ଲ୍ୟାବ୍ ପଠାଯାଇଛି । ମାମଲାର ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଛି ବୋଲି ଡିସିପି କହିଛନ୍ତି ।
ସୂଚନାଯୋଗ୍ୟ, ଚାଉଳିଆଗଞ୍ଜ ଥାନାର ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତଦେହ ଶନିବାର ସକାଳେ ଝୁଲନ୍ତା ଅବସ୍ଥାରେ ନିଜ ସରକାରୀ କ୍ୱାର୍ଟର୍ସରୁ ଉଦ୍ଧାର କରାଯାଇଥିଲା। କୌଣସି ପ୍ରକାର ପାରିବାରିକ ଅସନ୍ତୋଷକୁ ମଧ୍ୟ ସ୍ବାମୀ ଖଣ୍ଡନ କରିଛନ୍ତି। ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ପ୍ରକୃତ କାରଣ ସ୍ପଷ୍ଟ ହୋଇପାରି ନାହିଁ ।