ବାଲିଯାତ୍ରାରେ ଅଘଟଣ: ଲିଚୁ ଲାଇଟ୍‌ ଲାଗି ଚାଲିଗଲା ଛାତ୍ରଙ୍କ ଜୀବନ, ସେହିଦିନ ଛୁଟି ସାରି…..

କଟକ,୧୭।୧୧: ବାଲିଯାତ୍ରାର ତୃତୀୟ ଦିନରେ ଏକ ବଡ଼ ଅଘଟଣ ଘଟିଛି। ବିଦ୍ୟୁତ୍‌ ଆଘାତରେ ଜଣେ +୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଜଗତସିଂହପୁର ଜୟବଡ଼ର ପ୍ରଭାକର ମନ୍ଥନଙ୍କ ପୁଅ ବିଶ୍ୱପ୍ରକାଶ ମନ୍ଥନ (୧୮)। ଯାତ୍ରା ପଡ଼ିଆ ସମ୍ମୁଖ ରିଂ ବନ୍ଧର ଦୁଇ ରାସ୍ତା ମଝିରେ ଥିବା ବାଡ଼ରେ ସଜାଯାଇଥିବା ଲିଚୁ ଲାଇଟ ତାର ସଂସ୍ପର୍ଶରେ ଆସି ବିଶ୍ୱପ୍ରକାଶଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ତେବେ ପ୍ରଶାସନର ବେପରୁଆ ନୀତି ପାଇଁ ଜଣେ ନିରୀହ ଛାତ୍ରଙ୍କର ଅକାଳରେ ଜୀବନ ଯାଇଥିବା ଲୋକେ ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ବିଶ୍ୱ କଟକରେ ଥିବା ଏକ ବେସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୨ ପଢୁଥିଲେ। ଛୁଟି ପରେ ରବିବାର ତାଙ୍କୁ ପରିବାର ଲୋକ କଟକରେ ଆଣି ଛାଡ଼ିଥିଲେ। ସାରେ ସେ ତାଙ୍କ ଅନ୍ୟ କିଛି ସାଙ୍ଗଙ୍କ ସହିତ ବାଲିଯାତ୍ରା ବୁଲିବାକୁ ଯାଇଥିଲେ । ତଳ ପଡ଼ିଆ ବୁଲିବା ପରେ ସେ ରିଂ ବନ୍ଧକୁ ଉଠିଥିଲେ। ରାତି ପ୍ରାୟ ୯ଟାରୁ ୯ଟା ୧୫ ମଧ୍ୟରେ ବିଶ୍ୱପ୍ରକାଶ ଓ ତାଙ୍କ କିଛି ସାଙ୍ଗ ରିଂ ବନ୍ଧର ଗୋଟିଏ ପଟରାସ୍ତାରୁ ଆରପଟକୁ ଯିବା ପାଇଁ ଦୁଇ ରାସ୍ତା ମଝିରେ ଥିବା ଡିଭାଇଡରକୁ ଡେଉଁଥିଲେ। ପୂର୍ବରୁ ସେଠାରେ ବାଲିଯାତ୍ରା ପାଇଁ ରଙ୍ଗ ବେରଙ୍ଗର ଲିଚୁ ଲାଇଟ୍‌ ଲାଗିଛିି। ଲିଚୁ ତାର ଝୁଲି ରହିଛି। ବିଶ୍ୱ ଓ ତାଙ୍କ ସାଙ୍ଗ ଅତିକ୍ରମ କଲା ବେଳେ ଲିଚୁ ତାରକୁ ଧରି ପକାଇବାରୁ ସେଠାରେ ସେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଯାଇଥିଲେ। ଡିଭାଇଡରରେ ଲୁହାବାଡ଼ ଥିବାରୁ ସେହି ଲୁହା ଭିତରେ ବିଶ୍ୱ ଛନ୍ଦି ହୋଇ ଯାଇଥିଲେ। ଏହା ଦେଖି ତାଙ୍କ ସାଙ୍ଗ ଉପସ୍ଥିତ ଲୋକେ ପାଟି କରିଥିଲେ। ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଉକ୍ତ ତାରକୁ ବିଶ୍ୱପ୍ରକାଶଙ୍କ ହାତରୁ କଢ଼ାଯାଇଥିଲା। ସେତେବେଳକୁ ସେ ତଳେ ପଡ଼ିଯାଇଥିଲେ। କିଛି ମିନିଟ୍‌ ଭିତରେ ଏକ ଆମ୍ବୁଲାନ୍ସରେ ବିଶ୍ୱଙ୍କୁ ଏସ୍‌ସିବି ନିଆଗଲା। ସେଠାରେ ଡାକ୍ତର ବିଶ୍ୱପ୍ରକାଶଙ୍କର ‘ଇସିଜି’ ପରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ । କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିଛି। ଘଟଣା ନେଇ ବିଶ୍ୱପ୍ରକାଶଙ୍କ ପରିବାର ଲୋକ ଓ କଲେଜ କର୍ତ୍ତୃପକ୍ଷ ସୂଚନା ପାଇ ଏସ୍‌ସିବିରେ ପହଞ୍ଚିଥିଲେ। କେଉଁ ପରିସ୍ଥିତିରେ ବିଶ୍ୱପ୍ରକାଶ ନିଜ କଲେଜରୁ ବାହାରି ବାଲିଯାତ୍ରା ବୁଲିବାକୁ ଯାଇଥିଲେ ତାହା ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ସାଜସଜ୍ଜା ନାଁରେ ପ୍ରଶାସନ ଏଭଳି ଅସୁରକ୍ଷିତ ତଥା ବେପରୁଆ ମନୋଭାବକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri