ଭାରତୀୟ ସାମୁଦ୍ରିକ ଶକ୍ତିର ଉତ୍ଥାନ

ର ଅବିଶ୍ୱାସୀ ତଥା ବିସ୍ତାରବାଦୀ ଚାଇନା ଧୀରେ ଧୀରେ ଭାରତ ମହାସାଗରରେ ତା’ର ଦବ୍‌ଦବା ବଢ଼ାଇବାରେ ଅବିରତ ପ୍ରୟାସରତ। ଦେଖୁନାହାନ୍ତି, ଚାଇନା ଭାରତର ଉତ୍ତରପଶ୍ଚିମ ଦିଗରେ ପାକିସ୍ତାନର ବେଲୁଚିସ୍ତାନରେ ଅବସ୍ଥିତ ଗ୍ବାଦର୍‌ ଓ କରାଚି, ଉତ୍ତର ପୂର୍ବରେ ମ୍ୟାନ୍‌ମାରର କ୍ୟାକପ୍ୟୁ ବନ୍ଦର, ତା’ ପରକୁ ବଙ୍ଗଳାଦେଶର ଚିଟାଗଙ୍ଗ ଓ ପୟରା ବନ୍ଦର, ଭାରତର ଦକ୍ଷିଣରେ ଶ୍ରୀଲଙ୍କାର ହମ୍ବନତୋଟା ଓ କଲମ୍ବୋ ବନ୍ଦର ଏବଂ ଦକ୍ଷିଣ ପଶ୍ଚିମରେ ମାଳଦ୍ୱୀପ ବନ୍ଦରରେ ଉନ୍ନୟନ କାର୍ଯ୍ୟ ଜାରି ରଖି ଭାରତ ଉପରେ ଚାରିପଟୁ ନଜର ରଖି ଅଡୁଆରେ ପକାଇବାକୁ ଚେଷ୍ଟାକରୁଛି। ପୁଣି ଭାରତର ପଶ୍ଚିମପଟେ ଆଫ୍ରିକାର ଅନେକ ଦେଶ ଜିମ୍ବାୱେ, କେନିୟା, ତାଞ୍ଜାନିଆ, ସୁଦାନ, ଜିବୋଟି ପ୍ରଭୃତିରେ ବନ୍ଦର ନିର୍ମାଣ ଓ ଉନ୍ନୟନ କାର୍ଯ୍ୟ ହାତକୁ ନେଇଛି। ଏମିତିକି ସୁଦୂର ଆରବ ଏମିରେଟ୍‌, ମାଲେସିଆ, ଅଷ୍ଟ୍ରେଲିଆ ଇତ୍ୟାଦି ଦେଶରେ ମଧ୍ୟ ବନ୍ଦର ନିର୍ମାଣ କରୁଛି, ଏଥିରେ ଚାଇନାର ଅର୍ଥନୈତିକ, ସାମରିକ ଓ କୂଟନୈତିକ ସ୍ବାର୍ଥ ନିହିତ ଅଛି। କାରଣ ଚିର ଅବିଶ୍ୱାସୀ ଚାଇନା ବିନାସ୍ବାର୍ଥରେ କୌଣସି କାମ କରେନାହିଁ। ଏମିତିକି ଅନେକ କ୍ଷୁଦ୍ର ଦେଶକୁ ଋଣଜାଲରେ ପକାଇ ସର୍ବସ୍ବାନ୍ତ କରିଦେଇଛି।
ବର୍ତ୍ତମାନ ଏସିଆରେ ତା’ର ସବୁଠୁ ବଡ଼ ପ୍ରତିଦ୍ବନ୍ଦ୍ୱୀ ଭାରତକୁ ଅକଳରେ ପକାଇବା ଲାଗି ଭାରତ ମହାସାଗରରେ ବିଭିନ୍ନ ଦେଶର ବନ୍ଦର ଉନ୍ନୟନ ଆଳରେ ତୀକ୍ଷ୍ଣ ଦୃଷ୍ଟି ରଖିଛି ଭାରତର ସାମରିକ କାର୍ଯ୍ୟକଳାପ ଉପରେ। ଶ୍ରୀଲଙ୍କା ବନ୍ଦରଗୁଡ଼ିକରେ ଡେରା ପକାଉଥିବା ଚାଇନାର ବିଭିନ୍ନ ପ୍ରକାର ଜାହାଜର ଅସଲ ଉଦ୍ଦେଶ୍ୟ ଭାରତର ଗତିବିଧି ଉପରେ ନଜର ରଖିବା। ଏହି ଦୃଷ୍ଟିରୁ ଭାରତ ଏବେ ଲାକ୍ଷାଦ୍ୱୀପରେ ନିଜର ସାମରିକ ଭିତ୍ତିଭୂମି ଉନ୍ନୟନ ଉପରେ ଗୁରୁତ୍ୱ ଦେଉଛି ଏବଂ ଆଣ୍ଡାମାନ ନିକୋବର ଦ୍ୱୀପରେ ମଧ୍ୟ ସାମରିକ ଭିତ୍ତିଭୂମିର ପରିବର୍ଦ୍ଧନ ନିମନ୍ତେ ବାଧ୍ୟ। ଆସନ୍ତାବର୍ଷ ଶ୍ରୀଲଙ୍କାରେ ସାଧାରଣ ନିର୍ବାଚନ ଥିବାରୁ ସଦାସର୍ବଦା ସାହାଯ୍ୟର ହାତ ବଢ଼ାଉଥିବା ନିକଟତମ ପଡ଼ୋଶୀ ଭାରତକୁ ନାରାଜ ନ କରିବା ଉଦ୍ଦେଶ୍ୟରେ ଶ୍ରୀଲଙ୍କା ଏକବର୍ଷ ପର୍ଯ୍ୟନ୍ତ ଚାଇନା ଜାହାଜଗୁଡ଼ିକର ଶ୍ରୀଲଙ୍କାରେ ପ୍ରବେଶ ଉପରେ ରୋକ୍‌ ଲଗାଇଛି।
ସାରା ବିଶ୍ୱର ୭୫% ନୌବାଣିଜ୍ୟ ଓ କଞ୍ଚାତେଲ(ପେଟ୍ରୋଲିୟମ)ର କାରବାର ଏବଂ ଚାଇନାର ମୁଖ୍ୟ ଭାଗ ନୌପରିବହନ ଭାରତ ମହାସାଗର ମଧ୍ୟ ଦେଇ ହୁଏ। ୧୮୯୭ରେ ଆମେରିକା ନୌବାହିନୀର ଆଲଫ୍ରେଡ୍‌ ଥର କହିଥିଲେ, ଭାରତ ମହାସାଗର ଉପରେ ଯିଏ ଦବ୍‌ଦବା ରଖିପାରିବ ସିଏ ବିଶ୍ୱ ନୌବାଣିଜ୍ୟରେ ଏକ ନମ୍ବର ହୋଇପାରିବ, ଚାଇନା ଏ କଥାକୁ ଭଲଭାବେ ହୃଦୟଙ୍ଗମ କରିପାରିଛି। ପୁଣି ଚାଇନା ଆମେରିକା ଓ ଋଷ୍‌ ପରେ ଅଧୁନା ବିଶ୍ୱର ୩ୟ, ସ୍ଥଳବିଶେଷରେ ୨ୟ ବଡ଼ ନୌବାହିନୀର ଅଧିକାରୀ। ଏ ପରିପ୍ରେକ୍ଷୀରେ ଭାରତ ନିଜ ନୌବାହିନୀର ଶକ୍ତି ବୃଦ୍ଧି କରିବାକୁ ବାଧ୍ୟ। ବିଶେଷକରି ଅତ୍ୟାଧୁନିକ ବା ଯୁଗୋପଯୋଗୀ ନୌଶକ୍ତି କିମ୍ବା ଅସ୍ତ୍ରଶସ୍ତ୍ରର ଅଧିକାରୀ ହେବା ଜରୁରୀ। ତେଣୁ ୨୦୧୭ରେ ବିଶାଖାପାଟଣାସ୍ଥିତ ଜାହାଜ ନିର୍ମାଣ କେନ୍ଦ୍ରରେ କାର୍ଯ୍ୟାରମ୍ଭ କରି ଭାରତ ତା’ର ୨ୟ ଆଣବିକ ବୁଡ଼ାଜାହାଜ ‘ଅରିଘାତ’ର ଜଳାବତରଣ କରିସାରିଛି ।
ପ୍ରାୟ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଅରିଘାତର ଅର୍ଥ ଶତ୍ରୁ ବା ଅରିକୁ ମାରିଦେବା। ଏହାର ୨ୟ ଓ ଅତିଶୀଘ୍ର ୩ୟ ବୁଡ଼ାଜାହାଜ ଭାରତୀୟ ନୌସେନାରେ ସାମିଲ ହେବାକୁ ଯାଉଛି। ‘ଏସ୍‌ ୩’ ସାଙ୍କେତିକ ନାମ ଦିଆଯାଇଥିବା ଏହି ବୁଡ଼ାଜାହାଜ ଅରିଘାତର ଏକ ଉନ୍ନତତର ସଂସ୍କରଣ, ଯାହା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ବାଲିଷ୍ଟିକ୍‌ ମିଶାଇଲ ସବ୍‌ମେରାଇନ୍‌ ଶ୍ରେଣୀର। ଏଥିରେ ୮୩ ମେଗାୱାଟ୍‌ କ୍ଷମତାବିଶିଷ୍ଟ ଚାପଯୁକ୍ତ ହାଲୁକା ଜଳରିଆକ୍ଟର ଖଞ୍ଜାଯାଇଛି, ଯାହା ଏହି ଜଳଯୁଦ୍ଧ ଯାନକୁ ଅନ୍ୟ ଡିଜେଲ/ବିଦ୍ୟୁତ୍‌ ସବ୍‌ମେରାଇନ୍‌ ଅପେକ୍ଷା ଅଧିକଦିନ ଗୁପ୍ତଭାବରେ ପାଣିଭିତରେ ରହିବାର ସୁଯୋଗ ପ୍ରଦାନ କରିଥାଏ। ଜଣାଯାଏ, ଏହା ନୀରବରେ ୫୦ ଦିନ ପାଣିଭିତରେ ରହିପାରିବ। ଖାଦ୍ୟପଦାର୍ଥ ମହଜୁଦ ଠିକ୍‌ଥିଲେ ଆଣବିକ ପଣ୍ଡୁଗି, ସବ୍‌ମେରାଇନ୍‌ ବର୍ଷ ବର୍ଷ ମଧ୍ୟ ପାଣିଭିତରେ ରହିପାରିବ,ଏହା ହେଲା ଆଣବିକ ଶକ୍ତିଚାଳିତ ‘ପଣ୍ଡୁଗି’ର ବିଶେଷତ୍ୱ। ଏଥିରେ ୨ଟି ଷ୍ଟାଣ୍ଡବାଇ ଅକ୍ଜଲାରି(ସହାୟକ)ଇଞ୍ଜିନ ଓ ରିଟ୍ରାକ୍ଟେବଲ ଥ୍ରଷ୍ଟର ରହିଛି ଅଧିକ ସହାୟତା ପାଇଁ। ଏହାର ଏକ ୭ ଧାରବିଶିଷ୍ଟ ପ୍ରପେଲର(ଆଗକୁ ଠେଲିବାର ଗତିବେଗ ଦେବାର ଯନ୍ତ୍ର, ଆଣବିକ ଶକ୍ତିସମ୍ପନ୍ନ) ଏହି ବୁଡ଼ାଜାହାଜକୁ ସର୍ବାଧିକ ଗତିବେଗ, ପାଣି ଉପରେ ଥିଲାବେଳେ ୧୨-୧୫ ନଟିକାଲ ମାଇଲ ବା ଘଣ୍ଟା ପ୍ରତି ୨୨-୨୮କିମି ଓ ପାଣିଭିତରେ ବୁଡ଼ିକରି ଥିଲାବେଳେ ୨୪ ନଟସ ବା ଘଣ୍ଟା ପ୍ରତି ୪୪କିମି ବେଗ ପ୍ରଦାନ କରିଥାଏ। ଏହାର ପରୀକ୍ଷଣ ଗଭୀରତା ୩୦୦ରୁ ୪୦୦ମି. ବା ୯୮୦ ଫୁଟରୁ ୧,୩୦୦ ଫୁଟ। ଏହାର ରକ୍ଷଣାବେକ୍ଷଣ ଓ ଖାଦ୍ୟ ସରବରାହ ଠିକ୍‌ ଥିଲେ ଏହା ଅସୀମିତ ଦୂର ପର୍ଯ୍ୟନ୍ତ ଯାତ୍ରା କରିପାରେ। ଅରିଘାତର ଜଳାବତରଣ ନିଶ୍ଚିତଭାବେ ଜଳପୃଷ୍ଠରୁ ଭାରତୀୟ ଆଣବିକ ଶକ୍ତି ପ୍ରୟୋଗର କ୍ଷମତା ବଢ଼ାଇଦେଇଛି ଅଗ୍ନି-୩,୪,୫; ଯାହା ଆକାଶ ଓ ଭୂପୃଷ୍ଠରୁ ନିକ୍ଷେପ କରାଯାଇପାରୁଥିଲା। ଏଣିକି ଜଳଭାଗରୁ ମଧ୍ୟ ନିକ୍ଷେପ କରାଯାଇପାରିବ। ଫଳରେ ଆଣବିକ କ୍ଷେତ୍ରରେ ଭାରତର ‘ପ୍ରଥମେ ବ୍ୟବହାର ନିଷିଦ୍ଧ’ ସିଦ୍ଧାନ୍ତ ସତ୍ତ୍ୱେ ଏହା ଶତ୍ରୁ ଆକ୍ରମଣକୁ ପ୍ରତିହତ ଓ ପ୍ରତିଆକ୍ରମଣ(ମୁକାବିଲା) କ୍ଷମତାକୁ ଅନେକ ଗୁଣରେ ବଢ଼ାଇ ଦେଇପାରିବ।
ସ୍ବଦେଶୀ ଜ୍ଞାନକୌଶଳ(୬୦%)ରେ ନିର୍ମିତ ଏହି ବୁଡ଼ାଜାହାଜରେ ସ୍ବତନ୍ତ୍ର ସ୍ବଦେଶୀ ଯନ୍ତ୍ରପାତି, ଜଟିଳ ବୈଷୟିକ ଜ୍ଞାନ, ଡିଜାଇନ୍‌, ଅତ୍ୟୁଚ୍ଚ କଳାକୁଶଳତା, ଗଭୀର ଗବେଷଣାଜନିତ ଅତ୍ୟାଧୁନିକ ବୁଦ୍ଧିବିଦ୍ୟାର ପ୍ରୟୋଗ ଫଳରେ ଏହାର ରକ୍ଷଣାବେକ୍ଷଣ, ସ୍ଥାୟିତ୍ୱ ଅନେକ ଗୁଣରେ ବଢ଼ିଯାଇଛି ଅନ୍ୟ ସବୁର ତୁଳନାରେ। ଏଥିରେ ଦେଶର ବୈଜ୍ଞାନିକ, ଇଞ୍ଜିନିୟର, ନୌବିଶାରଦ ଏବଂ ଭାରତୀୟ ଶିଳ୍ପଜଗତ ଅଙ୍ଗାଙ୍ଗୀଭାବେ ଜଡ଼ିତ। ଏହାର ଜଳାବତରଣ ବା ପ୍ରତିରକ୍ଷା କ୍ଷେତ୍ରରେ ସାମିଲହେବା ଭାରତବାସୀଙ୍କୁ ଗର୍ବିତ କରିଛି। ଆଣବିକ ଶକ୍ତିସମ୍ପନ୍ନ ବୁଡ଼ାଜାହାଜ ପ୍ରସ୍ତୁତିରେ ବିଶ୍ୱର ଅଗ୍ରଗଣ୍ୟ ଦେଶ ଆମେରିକା, ଋଷ୍‌, ବ୍ରିଟେନ୍‌, ଚାଇନା, ଫ୍ରାନ୍ସ ପରେ ଭାରତ ୬ଷ୍ଠ ସଦସ୍ୟ ହୋଇପାରିଛି ଏହି ଗୋଷ୍ଠୀର। ଫଳତଃ ଅନେକ ନୂଆ ନୂଆ ଷ୍ଟାର୍ଟଅପ୍‌ ଓ ସହାୟକ କମ୍ପାନୀ ସୃଷ୍ଟିହେବା ସହିତ ଅନେକ କାର୍ଯ୍ୟଦିବସ ମଧ୍ୟ ସୃଷ୍ଟି ହୋଇପାରିଛି। ଅନେକ ନୂଆ ନିଯୁକ୍ତି ମଧ୍ୟ ସୃଷ୍ଟିହେଉଛି। ‘ଅରିହନ୍ତ’ର ଶୁଭାରମ୍ଭ ହୁଏ ୨୦୦୯ରେ, ଯାହା ନୌବାହିନୀରେ ସାମିଲ ହୁଏ ୨୦୧୬ରେ। ସେମିତି ‘ଅରିଘାତ’ର ଶୁଭାରମ୍ଭ ହୁଏ ୨୦୧୭ରେ, ୨୦୨୧ରେ ନୌବାହିନୀରେ ସାମିଲ ହେବାର ଥିଲେ ମଧ୍ୟ ବିସ୍ତୃତ ପରୀକ୍ଷା ନିରୀକ୍ଷା ପରେ ଏହାର ଜଳାବତରଣ ହୁଏ ୨୯ ଅଗଷ୍ଟ ୨୦୨୪ରେ। ଅଧୁନା ଆଉ ଦୁଇଟି ଆଣବିକ ଶକ୍ତିସମ୍ପନ୍ନ ବୁଡ଼ାଜାହାଜ(୭,୦୦୦ଟନ୍‌ କ୍ଷମତାବିଶିଷ୍ଟ)ର ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇଚାଲିଛି।

ଜୟନ୍ତ ପଟ୍ଟନାୟକ
ମୋ: ୯୦୯୦୧୯୦୦୬୯


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri