ପାହାଡ଼ିଆ ପନିପରିବା ପାଇ ଗ୍ରାହକ ଖୁସି, ସ୍ବାଭାବିକ ଅବସ୍ଥା ଫେରୁଛି

କେନ୍ଦୁଝର, ୧୭ା୯ (ସ୍ବ.ପ୍ର.)-କରୋନା କଟକଣା କୋହଳ ହେବା ପରେ ଏବଂ ଯାତ୍ରୀବାହୀ ଗାଡି ଚଳାଚଳ କରିବା ଫଳରେ ଜିଲାରେ ସ୍ବାଭାବିକ ଅବସ୍ଥା ଫେରୁଛି। ମଲ, ଦୋକାନବଜାର ଆଦି ଖୋଲିବା ଫଳରେ ଜନଗହଳି ହେଉଛି। ଗ୍ରାମାଞ୍ଚଳର ଚାଷୀ, ମୂଲିଆ ତଥା ଛୋଟଛୋଟ ବ୍ୟବସାୟ କରୁଥିବା ଲୋକଙ୍କ ଯାତାୟାତ ବଢୁଛି। ଏଭଳି ପରିସ୍ଥିତିରେ ଖାଲି ଖାଲି ଲାଗୁଥିବା କେନ୍ଦୁଝର ସହରର ରାସ୍ତାଘାଟ ଏବେ ବନବାସୀଙ୍କ ଆଗମନ ଯୋଗୁ ସକାଳୁ ସେମାନଙ୍କ ଆବଶ୍ୟକତା ପୂରଣ ହେଲାଭଳି ଲାଗୁଛି। କେନ୍ଦୁଝର ଜିଲାରୁ ସରକାର କୋଟି କୋଟି ଟଙ୍କା ରାଜସ୍ବ ପାଉଥିଲେ ମଧ୍ୟ ଆଜିବି ଏହି ଜିଲାର ଅନେକ ଅଞ୍ଚଳ ବିକାଶଠାରୁ ବହୁତ ପଛରେ। କେନ୍ଦୁଝରବାସୀ ପାହାଡ଼ି ଲୋକଙ୍କଠାରୁ ଜୈବିକ ପନିପରିବା ପାଉଛନ୍ତି। କିନ୍ତୁ ବନବାସୀମାନେ କୌଣସି ସୁବିଧା ପାଉନାହାନ୍ତି।
ବନବାସୀମାନେ ପାହାଡ ଜଙ୍ଗଲରୁ ସଂଗୃହୀତ ଫଳମୂଳ, ଜଙ୍ଗଲଜାତ ଦ୍ରବ୍ୟ ଓ ଚାଷ କରିଥିବା ବିଭିନ୍ନ ପ୍ରକାରର ପତ୍ର, ଦାନ୍ତକାଠି, ମକା, କାକୁଡ଼ି, ଜହ୍ନି, କଲରା, ଅମୃତଭଣ୍ଡା, କଦଳୀ ଆଦି ଧରି ଆସି ସହରର ବିଭିନ୍ନ ସ୍ଥାନରେ ବସି ବିକ୍ରି କରଥିବା ଦେଖିବାକୁ ମିଳୁଛି। ଖାଉଟୀମାନେ ମଧ୍ୟ ବିନା ସାରରେ ଉତ୍ପାଦିତ ପାହାଡ଼ିଆ ଫଳମୂଳ ଓ ପନିପରିବା ପାଇ ବେଶ ଖୁସି ବ୍ୟକ୍ତ କରୁଛନ୍ତି। ତେବେ ପ୍ରଶାସନର କୋହଳ ବ୍ୟବସ୍ଥା ଯୋଗୁ ବେପାରୀଙ୍କ ପ୍ରାଦୂର୍ଭାବ ବଢ଼ୁଥିବାରୁ ବନବାସୀମାନେ କ୍ଷତିଗ୍ରସ୍ତ ହେଉଥିବାରୁ ସେମାନଙ୍କୁ ସେମାନେ କିଭଳି ଉଚିତମୂଲ୍ୟ ପାଇବେ ସେଥିପାଇଁ ସରକାର ବ୍ୟବସ୍ଥା କରିବାକୁ ଖାଉଟି ତଥା ସାମାଜିକ କର୍ମୀମାନେ ଦାବି କରୁଛନ୍ତି ା ସେହିପରି ଶୀତଳ ଭଣ୍ଡାର ନ ଥିବାରୁ ବନବାସୀମାନେ ବଳକା ଫଳମୂଳ, ପନିପରିବା ସାଇତି ରଖିପାରୁନାହାନ୍ତି। ବଳକା ସାମଗ୍ରୀକୁ ପୁଣି ଥରେ ବୋହିକି ନେବା କଷ୍ଟକର ହେଉଛି। ଏଣୁ ବାଧ୍ୟ ହୋଇ ସେମାନେ କମ ଦରରେ ବିକିଦେଉଛନ୍ତି କିମ୍ବା ବାହାରେ ଫୋପାଡ଼ି ପଳାଇଯାଉଛନ୍ତି। ସେମାନେ ସେଭଳି ପରିଶ୍ରମ ମୁତାବକ ଲାଭ ପାଇପାରୁନାହାନ୍ତି ବୋଲି ବନବାସୀ ରମେଶ ନାଏକ କହିଛନ୍ତି। ଏପରିକି ବର୍ଷା ଖରାରେ ବିଶ୍ରାମ ନେବାକୁ ଜାଗା ନାହିଁ। ରାତି ହେଲେ ଆଶ୍ରୟ ପାଇଁ ବ୍ୟବସ୍ଥା ନାହିଁ। ଏଣୁ ଅନେକ ସମୟରେ ନିର୍ଯାତିତ ଓ ହଇରାଣ ହରକତ ହେବାକୁ ପଡୁଛି ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri