ସେବାରେ ଗ୍ରାହକ ସନ୍ତୁଷ୍ଟ: ଶ୍ଳୋକ ସେନ

କୋଭିଡ୍‌ ପରଠାରୁ ଗାଡ଼ି ବ୍ୟବସାୟ ନାନା ସମସ୍ୟା ମଧ୍ୟ ଦେଇ ଗତିକରୁଛି। ଏପରିକି ଯାନବାହନ ଉତ୍ପାଦନ କମିଯାଇଥିବାବେଳେ ନିର୍ମାଣ ଲାଗି ଆବଶ୍ୟକ ଉପକରଣର ଦର ବୃଦ୍ଧି ମଧ୍ୟ ସମସ୍ୟାକୁ ବହୁଗୁଣିତ କରିଛି। ଏଭଳି ଏକ ଚ୍ୟାଲେଞ୍ଜିଂ ସମୟରେ ଗ୍ରାହକଙ୍କୁ ଉତ୍ତମ ସେବା ଦେଇ ସନ୍ତୋଷ କରିବାକୁ ଉଦ୍ୟମ କରିଛି ରାଜଧାନୀର ଜଣାଶୁଣା ଗାଡ଼ି ବିକ୍ରେତା ସୁପର ସେଲ୍ସ। ବାଣିଜ୍ୟ ଓ ମ୍ୟାନେଜ୍‌ମେଣ୍ଟ ଶିକ୍ଷା ପରେ ଏହି ବ୍ୟବସାୟିକ ପ୍ରତିଷ୍ଠାନକୁ ଆଗେଇ ନେଇଥିବା ଯୁବ ଉଦ୍ୟୋଗୀ ତଥା ସୁପର ସେଲ୍ସର ପରିଚାଳନା ନିର୍ଦ୍ଦେଶକ ଶ୍ଳୋକ ସେନ ଧରିତ୍ରୀକୁ ସାକ୍ଷାତ୍‌କାର ଦେବାବେଳେ ନିଜ ବିଜ୍‌ନେସ କ୍ୟାରିୟର ଓ ସାମ୍ପ୍ରତିକ ବଜାର ଉପରେ ଅବତାରଣା କରିଛନ୍ତି।

ଚାକିରି ନ କରି ବ୍ୟବସାୟ ପ୍ରତି ମନ ବଳାଇଲେ କାହିଁକି?
ନିଯୁକ୍ତିକୁ ନେଇ ନାନା ସମସ୍ୟା ରହିଥାଏ। ତେଣୁ ଚାକିରି କରିବା ବଦଳରେ ଯୋଗାଇବା ପାଇଁ ବ୍ୟବସାୟ କରିବାକୁ ଭାବିଥିଲି। ବାଣିଜ୍ୟ ଓ ମ୍ୟାନେଜମେଣ୍ଟ ଶିକ୍ଷା ପରେ କିଛି ନୂଆ କରିବା ଆଶାରେ ବ୍ୟବସାୟରେ ପ୍ରବେଶ କରିଥିଲି। ମୁଁ ଜଣେ ବାଇକ୍‌ପ୍ରେମୀ ଏବଂ ରାଇଡିଂରେ ରୁଚି ରଖୁଥିବାରୁ ବାଇକ୍‌ ବ୍ୟବସାୟ ପ୍ରତି ଆଗ୍ରହୀ ଥିଲି। ପରିବାରର ସହଯୋଗ ଓ ପରିଜନଙ୍କ ଶୁଭେଚ୍ଛା ଫଳରେ ବ୍ୟବସାୟ ନିଷ୍ପତ୍ତି ଅନେକ ମାତ୍ରାରେ ଠିକ୍‌ ଥିଲା ବୋଲି ଅନୁଭବ କରୁଛି।

ସୁଜୁକି ବ୍ରାଣ୍ଡ୍‌ ଆଉ ସୁପର ସେଲ୍ସସର ପରିକଳ୍ପନା ଓ ଏହାର ଯାତ୍ରା ସମ୍ପର୍କରେ କ’ଣ କହିବେ?
ଓଡ଼ିଶା ବଜାରରେ ୨ ଚକିଆ ଯାନ ବିକ୍ରି ପାଇଁ କମ୍ପାନୀ ଯୋଜନା କରୁଥିବା ସମୟରେ ସୁଜୁକି ପକ୍ଷରୁ ମୋ ଜେଜେ ବାପାଙ୍କୁ ଏକ ସୁଯୋଗ ମିଳିଥିଲା। ୨୦୦୬ରେ ଭୁବନେଶ୍ୱର ବଜାର ପାଇଁ କମ୍ପାନୀ ପକ୍ଷରୁ ସ୍ବୀକୃତି ମିଳିବା ସହ ସୁପର ସେଲ୍ସର ଆରମ୍ଭ ହୋଇଥିଲା। ଏହାରି ମଧ୍ୟରେ ମୋର ଉଚ୍ଚଶିକ୍ଷା ଶେଷ ହୋଇଯାଇଥିଲା। ପରିବାର ଲୋକଙ୍କ ସହଯୋଗରେ ମୁଁ ୨୦୧୬ରେ ସୁପର ସେଲ୍ସର ଦାୟିତ୍ୱ ବହନ କରିଥିଲି। ଏହା ପରଠାରୁ ସଂସ୍ଥା ଅନେକ ପଥ ଅତିକ୍ରମ କରିସାରିଥିଲେ ବି ମୂଳ ଲକ୍ଷ୍ୟ ହାସଲ ପାଇଁ ପ୍ରୟାସ ଜାରି ରଖିଛି। ଏହାର ଗ୍ରାହକ ଏବଂ କମ୍ପାନୀ କର୍ତ୍ତୃପକ୍ଷ ମଧ୍ୟ ସୁପର ସେଲ୍ସର ବିକ୍ରି ଓ ବିକ୍ରି ପର ସେବାରେ ସନ୍ତୁଷ୍ଟ। ଲୋକସମ୍ପର୍କ ଓ ବଜାର ପ୍ରତିଦ୍ୱନ୍ଦ୍ୱିତାକୁ ନେଇ ବ୍ୟବସାୟ କରାଯାଇଥାଏ। ହେଲେ କଠିନ ପରିଶ୍ରମ ଓ ଗ୍ରାହକ ଚାହିଦାକୁ ଗୁରୁତ୍ୱ ଦେବାକୁ ପଡ଼ିବ।

ବ୍ୟବସାୟିକ ସଫଳତାର ଶ୍ରେୟ କାହାକୁ ଦେବେ?
ମୁଁ ନିମିତ୍ତ ମାତ୍ର। ସଫଳ ବ୍ୟବସାୟୀ ବୋଲି କେବେ କହିନାହିଁ। ହେଲେ ପରିବାର ଲୋକଙ୍କ ଆଶୀର୍ବାଦ, ମା’ଙ୍କ ଶୁଭେଚ୍ଛା ଓ ଭଗବାନଙ୍କର ଦାନ ଯୋଗୁ ସବୁ ସମ୍ଭବ ହୋଇଛି। ଏହି ସଫଳତା ମୁଁ ମୋ ମାଆ ଓ କର୍ମଚାରୀ ଏବଂ ଗ୍ରାହକଙ୍କ ଯୋଗୁ ପାଇପାରିଛି। ବ୍ୟବସାୟ ପାଇଁ ଧୈର୍ଯ୍ୟର ଆବଶ୍ୟକତା ରହିଛି। ଧୈର୍ଯ୍ୟ ଧରି ସମାଧାନର ବାଟ ବାହାର କରିବା ମୁଁ ମୋ ମା’ଙ୍କ ଠାରୁ ଶିଖିଛି।

କୋଭିଡ୍‌ ପରଠାରୁ ଗାଡ଼ି ବ୍ୟବସାୟ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। କିଭଳି ସମାଧାନ କରୁଛନ୍ତି?
ଗାଡ଼ି ବ୍ୟବସାୟରେ ସବୁ ସମୟରେ ସମସ୍ୟା ରହିଥାଏ। ହେଲେ ସେ ସବୁର ସମାଧାନ କରାଯାଉଛି। ହେଲେ କୋଭିଡ୍‌ ପରଠାରୁ ସେହି ସମସ୍ୟା ବଢ଼ିଯାଇଛି। ଗାଡ଼ି ଉତ୍ପାଦନ କମିଥିବାବେଳେ ନିର୍ମାଣ ଲାଗି ଆବଶ୍ୟକ ସାମଗ୍ରୀର ଦର ମଧ୍ୟ ବୃଦ୍ଧି ପାଇଛି। ଚାଇନା ସହ ବାଣିଜି୍ୟକ କଟକଣା ଜାରି ହେବା ଦିନରୁ ଚିପ୍‌ ଭଳି ଅନେକ ପ୍ରକାରର ସାମଗ୍ରୀର ଘୋର ଅଭାବ ଭାରତ ବଜାରରେ ପରିଲକ୍ଷିତ ହୋଇଛି। ଫଳରେ ଗ୍ରାହକଙ୍କ ଚାହିଦା ପୂରଣରେ ବିଳମ୍ବ ହେଉଛି। କମ୍ପାନୀର ଗୁଣାତ୍ମକ ସାମଗ୍ରୀ ଏବଂ ଶୋ’ରୁମ୍‌ର ସେବା ଓ ସର୍ଭିସ୍‌ରେ ଗ୍ରାହକ ସନ୍ତୁଷ୍ଟ ଅଛନ୍ତି।

ସୁଜୁକି ଓ ଜାଓ୍ବାର ଚାହିଦା କିଭଳି ରହିଛି, କେଉଁ ମଡେଲ ସର୍ବାଧିକ ବିକ୍ରି ହେଉଛି?
ଗ୍ରାହକଙ୍କ ପସନ୍ଦ ଓ ଆବଶ୍ୟକତା ପୂରଣ କରିବା ହେଉଛି ଆମର ପ୍ରଥମ କର୍ତ୍ତବ୍ୟ। କମ୍ପାନୀର ଉତ୍ପାଦ ଓ ଗ୍ରାହକଙ୍କ ଇଚ୍ଛାକୁ ନେଇ ବ୍ୟବସାୟ ଚାଲିଥାଏ। ୨ଟି ମଡେଲ ପାଇଁ କମ୍ପାନୀର ଭିନ୍ନ ଗ୍ରାହକ ଥିବାରୁ ବିକ୍ରିରେ ମଧ୍ୟ ଫରକ୍‌ ରହିଥାଏ। ବର୍ତ୍ତମାନ ସମୟରେ ସୁଜୁକିର ପ୍ରତି ୧୦୦ ୟୁନିଟ୍‌ ଗାଡ଼ି ବିକ୍ରି ପାଇଁ ଯେତିକି ସମୟ ଲାଗିଥାଏ ସେହି ଅନୁସାରେ ଜାଓ୍ବାର ଗାଡ଼ି ପ୍ରାୟ ୪୦% ଆଗୁଆ ଶେଷ ହୋଇଯାଏ। ଯୁବବର୍ଗଙ୍କ ପାଇଁ ଉଭୟ ମଡେଲର ଭଳିକି ଭଳି ଗାଡ଼ି ଶୋ’ରୁମ୍‌ରେ ଉପଲବ୍ଧ। ଉଭୟ ଗାଡ଼ିର ବିକ୍ରି ସମ ପରିମାଣରେ ନ ହେଲେ ମଧ୍ୟ ଉପର ତଳ କାରବାର ପ୍ରତିମାସରେ ହେଉଛି।

ଗାଡ଼ି ବ୍ୟବସାୟରେ ଜିଏସ୍‌ଟି ଏବଂ ଆର୍‌ଟିଓକୁ କିଭଳି ଦେଖୁଛନ୍ତି?
ଗାଡ଼ି ବ୍ୟବସାୟୀ ଉଭୟ ଟିକସ ଓ ପରିବହନ ବିଭାଗ ସହ ଭଲ ଭାବରେ ଜଡ଼ିତ ରହିଥାନ୍ତି। ନ ହେଲେ ବିକ୍ରି ପରେ ଅନେକ ସମସ୍ୟା ଲାଗି ରହିଥିବ। ୨୦୧୦ରେ ଉଭୟ ବିଭାଗର କାର୍ଯ୍ୟକଳାପ ଓ ପଦକ୍ଷେପ ୨୦୨୦ ବେଳକୁ ଅନେକ ପରିବର୍ତ୍ତନ ହୋଇଯାଇଛି। ସେହିପରି ଜିଏସ୍‌ଟି ଲାଗୁ ହେବା ପରଠାରୁ ବ୍ୟବସାୟୀମାନେ ସହଳ ଓ ସୁବିଧାରେ ଟିକସ ପ୍ରଦାନ କରିପାରୁଛନ୍ତି। ସରକାର ପରିବହନ ବ୍ୟବସ୍ଥାକୁ ଡିଜିଟାଲ କରିବା ଫଳରେ ଆର୍‌ଟିଓ କାର୍ଯ୍ୟ ଶୀଘ୍ର ହୋଇପାରୁଛି। ଫଳରେ ଗ୍ରାହକ ଅତି ସହଜରେ ଗାଡ଼ି ସହ ଆବଶ୍ୟକ କାଗଜପତ୍ର ପାଇପାରୁଛନ୍ତି।

ଅବସର ସମୟରେ କ’ଣ କରିବାକୁ ପସନ୍ଦ କରିଥାନ୍ତି?
ଅବସର ବୋଲି କିଛି ସମୟ ନ ଥାଏ ହେଲେ ବ୍ୟସ୍ତ ବହୁଳ ସମୟ ମଧ୍ୟରେ କିଛି ସମୟ ବାହାର କରି ପରିବାର ଓ ପରିଜନ ସହ ସାଙ୍ଗସାଥୀଙ୍କୁ ଦେବା ପାଇଁ ପ୍ରୟାସ କରିଥାଏ। ସବୁ ପରେ ମଧ୍ୟ ପ୍ରତି ରବିବାର ସାଙ୍ଗମାନଙ୍କ ସହ ବାଇକ୍‌ ରାଇଡିଂରେ ବିଭିନ୍ନ ସ୍ଥାନକୁ ଯାଏ। ଘରେ ଥିଲେ ଟିଭି ଦେଖେ, କ୍ରୀଡ଼ା ଓ ମନୋରଞ୍ଜନରେ ସମୟ ଅତିବାହିତ କରିଥାଏ। ସୁବିଧା ଦେଖି ବିଦେଶ ପରିଭ୍ରମଣରେ ମଧ୍ୟ ଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାହକଙ୍କୁ ଆଶ୍ୱସ୍ତି: ୧୨ ହଜାର କମିଲା ସୁନା ଦର

ନୂଆଦିଲ୍ଲୀ,୨୦।୧୨: ରେକର୍ଡ ବୃଦ୍ଧି ପରେ, ଭାରତରେ ୨୪-କ୍ୟାରେଟ, ୨୨-କ୍ୟାରେଟ ଏବଂ ୧୮-କ୍ୟାରେଟ ସୁନାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଗୋଟିଏ ସପ୍ତାହରେ ୧୦ ଗ୍ରାମ ୨୪-କ୍ୟାରେଟ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି େଓ଼୍ବଟିଂ ଟିକେଟ୍‌ ବିନା କରିପାରିବେ ଯାତ୍ରା!

ନୂଆଦିଲ୍‌ଲୀ,୧୯।୧୨: ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ େଓ଼୍ବଟିଂ ତାଲିକା କିମ୍ୱା RAC ଟିକେଟ ବିଷୟରେ ଚିନ୍ତିତ ଅଛନ୍ତି,...

ପ୍ରାଇଭେଟ୍‌ ଚାକିରି କରୁଥିବା ଲୋକଙ୍କ ପାଇଁ ବଡ଼ଖବର: EPFO ନେଲା ବଡ଼ ପଦକ୍ଷେପ, ଏବେ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୧୯।୧୨: ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ବଡ଼ ଖବର ଆସିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ EDLI ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି।...

ମହଙ୍ଗା ହେବ ମୋବାଇଲ୍ ରିଚାର୍ଜ, ୨୦% ପର୍ଯ୍ୟନ୍ତ ବଢ଼ିପାରେ ଦାମ୍

ନୂଆଦିଲ୍ଲୀ,୧୯ା୧୨:   ଭାରତର ପ୍ରମୁଖ ଟେଲିକମ୍ କମ୍ପାନୀଗୁଡ଼ିକ ରିଲାଏନ୍ସ ଜିଓ, ​​ଭାରତୀ ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆ, ଆସନ୍ତା ବର୍ଷ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଉଭୟ ପ୍ଲାନର...

ଆଉ ହାତ ମାରିହେବନି, ପୁଣି ଏତେ ବଢିଗଲା ସୁନା ଦର

ନୂଆଦିଲ୍ଲୀ,୧୮।୧୨: ଗୁରୁବାର, ଡିସେମ୍ବର ୧୮ ତାରିଖ, ଭାରତରେ ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଗୁରୁବାର ରୂପା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୨.୧୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri