Posted inଫୁରସତ

ଟଙ୍କିକିଆ ମୁଦ୍ରାରେ କିଣିଲେ ୨.୬ ଲକ୍ଷ ଟଙ୍କାର ବାଇକ୍‌

ସାଧାରଣତଃ ଯେତେବେଳେ ଜଣେ ଗ୍ରାହକ ଗାଡି କିଣିବାକୁ ଯାଆନ୍ତି, ଶୋ’ରୁମର ସମସ୍ତ କର୍ମଚାରୀ ଖୁସି ହୁଅନ୍ତି। କିନ୍ତୁ ଅନେକ ଥର ଗ୍ରାହକ କର୍ମଚାରୀଙ୍କୁ ଅସୁବିଧାରେ ପକାଇଥାନ୍ତି। ତାମିଲନାଡୁରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଗ୍ରାହକ ତାଙ୍କ ପ୍ରିୟ ବାଇକ କିଣିବାକୁ ଯାଇ ଶୋ’ରୁମ କର୍ମଚାରୀଙ୍କ ଝାଳ ବୁହାଇଥିଲେ। ଏହି ଗ୍ରାହକ ୧-୧ର ମୁଦ୍ରା ସଂଗ୍ରହ କରି ପ୍ରାୟ ୨.୬ ଲକ୍ଷ ଟଙ୍କା ଧରି ବାଇକ୍‌ କିଣିବାକୁ ପହଞ୍ଚିଥିଲେ।
୨୯ ବର୍ଷିୟ ଭି. ଭୁପତି ତାମିଲନାଡୁର ସାଲେମରେ ରୁହନ୍ତି। ନିକଟରେ ସେ ଏକ ବାଇକ କିଣିବା ପାଇଁ ଏକ ବାଇକ ଶୋ’ରୁମ୍‌ରେ ପହଞ୍ଚିଥିଲେ। ତାଙ୍କୁ ବଜାଜ ଡୋମିନାର ୪୦୦ ମଡେଲର ଏକ ବାଇକ କିଣିବାର ଥିଲା। ପ୍ରଥମେ ସେ ବାଇକ ବିଷୟରେ ଶୋ’ରୁମ କର୍ମଚାରୀଙ୍କ ସହ କଥାବାର୍ତ୍ତା ହେଲେ। ପେମେଣ୍ଟ ପାଇଁ ଟ୍ରଲିରେ ଆଣିଥିବା ଏକ ବଡ ବ୍ୟାଗ ବାହାର କଲେ। ଏହା ଦେଖି ଶୋ’ରୁମ ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ଭୁପତି ପେମେଣ୍ଟ ଦେବା ପାଇଁ ଟଙ୍କିକିଆ ମୁଦ୍ରା ଆଣିଥିଲେ। ଏହି ମୁଦ୍ରାଗୁଡ଼ିକ ମୋଟ ୨ ଲକ୍ଷ ୬୦ ହଜାର ଟଙ୍କା ଥିଲା। ଏହି ମୁଦ୍ରା ଗୁଡ଼ିକୁ ଗଣିବା ପାଇଁ ଶୋ’ରୁମଗୁଡିକ ପାଇଁ ୧୦ ଘଣ୍ଟା ସମୟ ଲାଗିଥିଲା। ଭୂପତି କହିଥିଲେ, ସେ ଏହି ମୁଦ୍ରାକୁ ୩ ବର୍ଷ ଧରି ସଂଗ୍ରହ କରୁଥିଲେ। ଯେତେବେଳେ ବି ସେ ଚା ଷ୍ଟଲରେ କିମ୍ବା ଅନ୍ୟାନ୍ୟ ଜିନିଷ କିଣିବା ସମୟରେ ୧ର ମୁଦ୍ରା ପାଆନ୍ତି ସେ ଏହାକୁ ସଂଗ୍ରହ କରି ରଖନ୍ତି।
ଶୋ’ରୁମ ମ୍ୟାନେଜର ମହାଭିକାନ୍ତ କହିଛନ୍ତି, ପ୍ରଥମେ ସେ ଏହି ମୁଦ୍ରା ନେବାକୁ ମନା କରିବାକୁ ଚାହୁଁଥିଲେ କିନ୍ତୁ ସେ ଭୂପତିଙ୍କୁ ନିରାଶ କରିବାକୁ ଚାହୁଁ ନ ଥିଲେ। ତେଣୁ ସେ ମୁଦ୍ରା ନେବାକୁ ରାଜି ହୋଇଥିଲେ। ମୁଦ୍ରା ପାଇବା ପରେ ସେ ଏହାକୁ ଗଣିବା ଆରମ୍ଭ କଲେ। ଏଥିରେ ଭୂପତି. ତାଙ୍କର ଚାରିଜଣ ସାଙ୍ଗ ଏବଂ ଶୋ’ରୁମର ୫ ଜଣ କର୍ମଚାରୀ ସମୟ ନେଇଥିଲେ। ୧୦ ଘଣ୍ଟାର କଠିନ ପରିଶ୍ରମ ପରେ, ଗଣନା ରାତି ୯ଟାରେ ସମାପ୍ତ ହେଲା ଏବଂ ଆମେ ତାଙ୍କୁ ବାଇକ ଦେଲୁ।
ଗାନ୍ଧୀ ମୈଦାନ ଆମ୍ମାପେଟରେ ରହୁଥିବା ଭୂପତି ଏକ ଘରୋଇ କମ୍ପାନୀରେ କମ୍ପ୍ୟୁଟର ଅପରେଟର ଭାବରେ କାର୍ଯ୍ୟ କରନ୍ତି। ସେ ମଧ୍ୟ ଜଣେ ୟୁଟ୍ୟୁବର୍‌। ସେ କହିଥିଲେ, ତିନି ବର୍ଷ ପୂର୍ବେ ସେ ଏହି ବାଇକର ମୂଲ୍ୟ ଜାଣିଥିଲେ। ସେତେବେଳେ ଏହାର ମୂଲ୍ୟ ଏହାର ମୂଲ୍ୟ ୨ ଲକ୍ଷ ଟଙ୍କା ଥିଲା । ସେହି ସମୟରେ ତାଙ୍କ ପାଖରେ ଟଙ୍କା ନ ଥିଲା। ପରେ ସେ ସ୍ଥିର କଲେ, ଗୋଟିଏ ଗୋଟିଏ ଟଙ୍କା ସଞ୍ଚୟ କରି ଏହି ବାଇକ୍‌ କିଣିବେ। ପରେ ତାଙ୍କ ସ୍ବପ୍ନ ସାକାର ହୋଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶ ନିର୍ବାଚନରେ ପୁରୁଣା ହୋଇଗଲା ‘ବ୍ୟାଟେଲ ଅଫ ବେଗମ୍ସ’, ଏବେ ରହମାନଙ୍କ ମଧ୍ୟରେ ସିଧା ଟକ୍କର

ଢାକା,୧୧।୨: ବାଂଲାଦେଶରେ ଫେବୃଆରୀ ୧୨, ୨୦୨୬ ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥର, ପାରମ୍ପରିକ ‘ଦୋ ବେଗମ’ ରାଜନୀତି ପରିବର୍ତ୍ତେ, ଦୁଇ ରହମାନଙ୍କ ମଧ୍ୟରେ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ବର ସାଜିବେ ସଚିନ ତେନ୍ଦୁଲକରଙ୍କ ପୁଅ: ଜାଣନ୍ତୁ ଅର୍ଜନୁଙ୍କ ମୋଟ ସମ୍ପତ୍ତି କେତେ

ନୂଆଦିଲ୍ଲୀ,୧୧।୨:ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ବିବାହ କାର୍ଡ ବଣ୍ଟାଉଛି। ସଚିନ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ପ୍ରମୁଖ…

ଟ୍ରେଡ ଡିଲରେ ଆମେରିକା ଚୁପଚାପ କରିଦେଲା ଘୋଟାଲା! କ’ଣ ପରିବର୍ତ୍ତନ ହେଲା? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଓ୍ବାଶିଂଟନ,୧୧।୨: ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପ୍ରତି ଘୋଷିତ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମାକୁ ନେଇ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ହ୍ବାଇଟ ହାଉସ ଚୁପ ଚାପ…

ବିଜେଡିରୁ ଇସ୍ତଫା ଦେଲେ ଜିଲା ଉପସଭାପତି, ଏହି କାରଣ ଦର୍ଶାଇ…

ରାୟଗଡା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ଜିଲାରେ ବିଜେଡି ପାଇଁ ବଢୁଛି ଅଡ଼ୁଆ। ଜିଲା କମିଟି ଘୋଷଣା ହେବା ପରେ ଦାୟିତ୍ୱ ପାଇଥିବା ଜଣେ ଉପସଭାପତି ତାଙ୍କ ପଦବୀରୁ ଇସ୍ତଫା…

ଆସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ: ବାହାରକୁ ଯିବା ପୂର୍ବରୁ କ’ଣ ଖୋଲା, କ’ଣ ବନ୍ଦ, ଦେଖନ୍ତୁ…

ନୂଆଦିଲ୍ଲୀ/ଭୁବନେଶ୍ୱର,୧୧।୨: ଆସନ୍ତାକାଲି ଭାରତ ବନ୍ଦ ଡାକରା। କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି କେନ୍ଦ୍ର ସରକାର ବିରୋଧରେ ଦେଶବ୍ୟାପୀ ହରତାଳ ଓ ଧର୍ମଘଟ କରିବେ ବିଭିନ୍ନ ଶ୍ରମିକ…

ପୁଇଁହେବା ବେଳେ ବୃଦ୍ଧାଙ୍କ ଦେହରେ ଲାଗିଲା ନିଆଁ

ଆନନ୍ଦପୁର ୧୧।୨(ସୁଶାନ୍ତ କୁମାର ସାହୁ): ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ପୁଇଁବା ବେଳେ ପୋଡିହୋଇ ବୃଦ୍ଧା ଜଣକ ଗୁରୁତର ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି…

ଟ୍ରମ୍ପଙ୍କ ସାଂସଦ ଆଣିଲେ H1B ଭିଜା ଶେଷ କରିବାର ପ୍ଲାନ, ଜାଣନ୍ତୁ ଭାରତୀୟଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ

ଓ୍ବାଶିଂଟନ,୧୧।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟତର ଜଣେ ସାଂସଦ ଏକ ବିଲ ଆଗତ କରିଛନ୍ତି ଯାହା ଭାରତୀୟମାନଙ୍କ ପାଇଁ ଏକ ବଡ଼ ଆଘାତ। ସୋମବାର (ଫେବୃଆରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri