Categories: ଖେଳ

୪ ବଲରେ ନେଲେ ୪ ଉଇକେଟ

ଆବୁଧାବି,୧୮।୧୦: ଆୟର୍ଲାଣ୍ଡ ପେସର କର୍ଟିସ କାମଫେର ସୋମବାର ନେଦରଲାଣ୍ଡ ବିପକ୍ଷ ବିଶ୍ୱକପ୍‌ ମ୍ୟାଚ୍‌ରେ ୪ ବଲରେ ୪ ଉଇକେଟ ନେଇଛନ୍ତି। ୧୦ମ ଓଭରରେ କାମଫେର କ୍ରମାଗତ ବଲରେ କଲିନ ଅକରମ୍ୟାନ, ରିଆନ ଟେନ ଡେସଚେଟ, ସ୍କଟ ଏଡଓ୍ବାଡର୍‌ସ ଓ ରୋଲଫ ଭାନ ଡର ମରଓ୍ବେଙ୍କୁ ଆଉଟ୍‌ କରି ନେଦରଲାଣ୍ଡର ବ୍ୟାଟିଂ ଲାଇନ୍‌ ଅପ୍‌ର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଅକରମ୍ୟାନ କ୍ୟାଚ୍‌ ଆଉଟ୍‌ ହୋଇଥିବା ବେଳେ ଡସଚେଟ ଓ ଏଡଓ୍ବାଡର୍‌ସଙ୍କୁ ଏଲବିଡବ୍ଲ୍ୟୁ ଆଉଟ୍‌ କରିଥିଲେ। ଏହାର ପରବର୍ତ୍ତୀ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ ଭାନ ଡର ମରଓ୍ବେ।

ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ କ୍ରମାଗତ ୪ ବଲରେ ୪ ଉଇକେଟ ନେବାରେ କାମ୍‌ଫେର ତୃତୀୟ ବୋଲର। ତାଙ୍କ ପୂର୍ବରୁ ଶ୍ରୀଲଙ୍କାର ଲାସିଥ ମଲିଙ୍ଗା ଓ ଆଫଗାନିସ୍ତାନର ରଶିଦ ଖାନ ଏହି ସଫଳତା ହାସଲ କରିଥିଲେ।

Share