Posted inଫୁରସତ

ପର୍ଦ୍ଦା ଉପରେ ପରଦା

ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ପର୍ଦ୍ଦା କଳାର ଗ୍ରାମ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକର ଧଳାପଥର। ଏହି ମାଟିରୁ ଦିନେ ଆରମ୍ଭ ହୋଇଥିଲା ପର୍ଦ୍ଦା କଳାର ସୂକ୍ଷ୍ମ କାରୁକାର୍ଯ୍ୟ। କିନ୍ତୁ ଏବେ ପର୍ଦ୍ଦା କଳା ଉପରେ ଅନ୍ଧାର ଢାଙ୍କି ହୋଇଯାଇଛି। ବୟନଶିଳ୍ପ ବିଭାଗ ପକ୍ଷରୁ ଉପଯୁକ୍ତ ପ୍ରୋତ୍ସାହନ ଅଭାବରୁ ଏହି କାରିଗରି ବିଲୁପ୍ତ ହେବାକୁ ବସିଛି। ବହୁ ବୁଣାକାର ଏହି ସୂକ୍ଷ୍ମ କାରୁକାର୍ଯ୍ୟଠାରୁ ମୁହଁ ଫେରାଇ ନେଇଛନ୍ତି। ପେଟପାଟଣା ପାଇଁ ପର୍ଦ୍ଦା କାରିଗରମାନେ ଏବେ ତନ୍ତରେ ଗାମୁଛା, ଲୁଗା, ବସ୍ତ୍ର ଏବଂ ବାନ୍ଧ ପ୍ରଭୃତି ବୁଣୁଛନ୍ତି।
ଓଡ଼ିଶାର ଇତିହାସ ସହ ଜଡ଼ିତ ହୋଇ ରହିଛି ଏହି ଧଳାପଥର ଗାଁ। ଆଜିକୁ ୮୦ବର୍ଷ ତଳେ ହସ୍ତତନ୍ତରେ ଏହି କଳାକୁ ଅତି ନିଖୁଣ ଭାବେ ସାଉଁଟି ଥିଲେ ଏହାର ଜନକ ଉଦୟନାଥ ସାହୁ। ପର୍ଦ୍ଦାରେ ଶ୍ରୀମନ୍ଦିର, କୋଣାର୍କ, ଖଣ୍ଡଗିରି, ଉଦୟଗିରି, ଧଉଳି ସ୍ତୂପ, ତାଜମହଲ, ଅଶୋକ ଚକ୍ର, ଓଡ଼ିଶାର ମାନଚିତ୍ର ଆଦି କଳା ସ୍ଥାପତ୍ୟ, ମହାପ୍ରଭୁଙ୍କ ବିଭିନ୍ନ ବେଶ, ନବଗୁଞ୍ଜର, କଳସ ଏବଂ ବିଭିନ୍ନ ପାରମ୍ପରିକ ଦେବଦେବୀ, ପଶୁପକ୍ଷୀ, ଗଛଲତା, ଅଶୋକ ସ୍ତମ୍ଭ, ଜୟହିନ୍ଦ୍‌, କୋଣାର୍କ ଘୋଡ଼ା, କଳସହଂସ ପ୍ରଭୃତି ପ୍ରାକୃତିକ ଦୃଶ୍ୟପଟ, ଡାଳି, ଫୁଲ ଆଦି ବିଭିନ୍ନ ସୂକ୍ଷ୍ମ କାରୁକାର୍ଯ୍ୟ ସୂତାରେ ବୁଣି ବୁଣାକାରମାନେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ପର୍ଦ୍ଦାରେ ରହିଥିଲା ଏକ ବିଶେଷ ଆକର୍ଷଣ। ବିଶେଷତଃ ମହାପ୍ରଭୁଙ୍କ ଶ୍ରୀମନ୍ଦିର ସଂସ୍କୃତି, ରଥାରୂଢ଼ ଚତୁର୍ଦ୍ଧାବିଗ୍ରହ, ତିନି ଠାକୁରଙ୍କ ପର୍ଦ୍ଦା କଳାକୃତି ସାଧାରଣରେ ଲୋକପ୍ରିୟତା ହାସଲ କରିଥିଲା। ଶ୍ରୀକ୍ଷେତ୍ରର ସଂସ୍କୃତିର ପ୍ରଚାର ଦିଗରେ ଏହା ସହାୟକ ମଧ୍ୟ ହେଉଥିଲା। ଯାହାକି ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରୁଥିଲା।
ପିତା ବିଦ୍ୟାଧର ଏବଂ ମାତା ଲକ୍ଷ୍ମୀଙ୍କ ଏକମାତ୍ର ପୁତ୍ର ଉଦୟନାଥ ଅଧିକ ପାଠ ପଢ଼ିି ନ ଥିଲେ ବି ପିଲାବେଳୁ ତାଙ୍କ ଐଶ୍ୱରୀୟ କଳାର ପରିଚୟ ମିଳିଥିଲା। ଉଚ୍ଚାଭିଳାଷୀ ଏବଂ ସର୍ବଦା ନୂତନ ଚିନ୍ତାଧାରା ନେଇ ସ୍ବପ୍ନ ଦେଖୁଥିବା ଉଦୟନାଥ ଦିନେ ପର୍ଦ୍ଦା କଳା ପ୍ରତି ଆଗ୍ରହ ପ୍ରକାଶ କରିଥିଲେ। ପରବର୍ତ୍ତୀ ସମୟରେ ସଫଳତାର ଶିଡି ଚଢ଼ି ଚାଲିଥିଲେ। ତେବେ ଏହି ପର୍ଦ୍ଦା ପ୍ରସ୍ତୁତି ଶୈଳୀରେ ମଧ୍ୟ ଭିନ୍ନତା ରହିଛି। ବିଭିନ୍ନ ଗଛର ଛେଲି, ପତ୍ର, ଫଳ ଆଦିର ଭିନ୍ନ ରଙ୍ଗ ପ୍ରସ୍ତୁତ କରିବାରେ ସେ ସିଦ୍ଧହସ୍ତ ଥିଲେ। ତାଙ୍କର ଏହି ଦକ୍ଷତା ବଳରେ ସେ ସୂତାକୁ ଭିନ୍ନ ରୂପ ଦେବାରେ ସଫଳ ହୋଇଥିଲେ। ସେ ବିଭିନ୍ନ କିସମର ଶାଢି, ପାଟଲୁଗା, ବସ୍ତ୍ର ଆଦି ଭିନ୍ନ ଷ୍ଟାଇଲରେ ବୁଣୁଥିଲେ। ଅବଶ୍ୟ ସେହି ସମୟରେ ହସ୍ତତନ୍ତ ଏବଂ ହାତ ତିଆରି ଶାଢିର ଚାହିଦା କମିବା ବେଳେ ସେ ପରଦା କଳା ପ୍ରତି ବିଶେଷ ଆଗ୍ରହ ସୃଷ୍ଟି କରିଥିଲେ। ଏହି ପର୍ଦ୍ଦା କଳାକୁ ଅଧିକ ଆକର୍ଷଣୀୟ ତଥା ଲୋକପ୍ରିୟ କରିବା ଲାଗି ଉଦୟନାଥ ସେ ସମୟରେ ବୁଣାକାରଙ୍କୁ ଧରି ବିଭିନ୍ନ ସ୍ଥାନରେ ପ୍ରଦର୍ଶନୀ ଆୟୋଜନ କରି ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥିଲେ। ତାଙ୍କର ଏହି ଅନନ୍ୟ କଳାକୃତି ଲାଗି ସେ ୧୯୪୬ ମସିହାରେ ତତ୍‌କାଳୀନ ଓଡ଼ିଶା ଗଭର୍ନର ତାଙ୍କୁ ସମ୍ମାନିତ କରିଥିଲେ। ଏଥିସହିତ ସେ ୧୯୫୫ ସୌରାଷ୍ଟ୍ର ଖଦି ବୋର୍ଡ ଏବଂ ୧୯୫୬ରେ ବନାରସ ଖଦି ବୋର୍ଡଠାରୁ ସ୍ବତନ୍ତ୍ର ସମ୍ମାନରେ ସମ୍ମାନିତ ହୋଇଥିଲେ। ସେହି ସମୟରେ ହସ୍ତତନ୍ତକୁ ଉଜ୍ଜୀବିତ କରିବା ଲାଗି ସେ ଧଳାପଥର ତନ୍ତବାୟ ସହଯୋଗ ସମିତି ପ୍ରତିଷ୍ଠା କରିଥିଲେ। ଉଦୟନାଥଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି କଳା ଦେଶରେ ତା’ର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି।
– ପ୍ରଭାତ କୁମାର ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri