Posted inଫୁରସତ

ପର୍ଦ୍ଦା ଉପରେ ପରଦା

ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ପର୍ଦ୍ଦା କଳାର ଗ୍ରାମ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକର ଧଳାପଥର। ଏହି ମାଟିରୁ ଦିନେ ଆରମ୍ଭ ହୋଇଥିଲା ପର୍ଦ୍ଦା କଳାର ସୂକ୍ଷ୍ମ କାରୁକାର୍ଯ୍ୟ। କିନ୍ତୁ ଏବେ ପର୍ଦ୍ଦା କଳା ଉପରେ ଅନ୍ଧାର ଢାଙ୍କି ହୋଇଯାଇଛି। ବୟନଶିଳ୍ପ ବିଭାଗ ପକ୍ଷରୁ ଉପଯୁକ୍ତ ପ୍ରୋତ୍ସାହନ ଅଭାବରୁ ଏହି କାରିଗରି ବିଲୁପ୍ତ ହେବାକୁ ବସିଛି। ବହୁ ବୁଣାକାର ଏହି ସୂକ୍ଷ୍ମ କାରୁକାର୍ଯ୍ୟଠାରୁ ମୁହଁ ଫେରାଇ ନେଇଛନ୍ତି। ପେଟପାଟଣା ପାଇଁ ପର୍ଦ୍ଦା କାରିଗରମାନେ ଏବେ ତନ୍ତରେ ଗାମୁଛା, ଲୁଗା, ବସ୍ତ୍ର ଏବଂ ବାନ୍ଧ ପ୍ରଭୃତି ବୁଣୁଛନ୍ତି।
ଓଡ଼ିଶାର ଇତିହାସ ସହ ଜଡ଼ିତ ହୋଇ ରହିଛି ଏହି ଧଳାପଥର ଗାଁ। ଆଜିକୁ ୮୦ବର୍ଷ ତଳେ ହସ୍ତତନ୍ତରେ ଏହି କଳାକୁ ଅତି ନିଖୁଣ ଭାବେ ସାଉଁଟି ଥିଲେ ଏହାର ଜନକ ଉଦୟନାଥ ସାହୁ। ପର୍ଦ୍ଦାରେ ଶ୍ରୀମନ୍ଦିର, କୋଣାର୍କ, ଖଣ୍ଡଗିରି, ଉଦୟଗିରି, ଧଉଳି ସ୍ତୂପ, ତାଜମହଲ, ଅଶୋକ ଚକ୍ର, ଓଡ଼ିଶାର ମାନଚିତ୍ର ଆଦି କଳା ସ୍ଥାପତ୍ୟ, ମହାପ୍ରଭୁଙ୍କ ବିଭିନ୍ନ ବେଶ, ନବଗୁଞ୍ଜର, କଳସ ଏବଂ ବିଭିନ୍ନ ପାରମ୍ପରିକ ଦେବଦେବୀ, ପଶୁପକ୍ଷୀ, ଗଛଲତା, ଅଶୋକ ସ୍ତମ୍ଭ, ଜୟହିନ୍ଦ୍‌, କୋଣାର୍କ ଘୋଡ଼ା, କଳସହଂସ ପ୍ରଭୃତି ପ୍ରାକୃତିକ ଦୃଶ୍ୟପଟ, ଡାଳି, ଫୁଲ ଆଦି ବିଭିନ୍ନ ସୂକ୍ଷ୍ମ କାରୁକାର୍ଯ୍ୟ ସୂତାରେ ବୁଣି ବୁଣାକାରମାନେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ପର୍ଦ୍ଦାରେ ରହିଥିଲା ଏକ ବିଶେଷ ଆକର୍ଷଣ। ବିଶେଷତଃ ମହାପ୍ରଭୁଙ୍କ ଶ୍ରୀମନ୍ଦିର ସଂସ୍କୃତି, ରଥାରୂଢ଼ ଚତୁର୍ଦ୍ଧାବିଗ୍ରହ, ତିନି ଠାକୁରଙ୍କ ପର୍ଦ୍ଦା କଳାକୃତି ସାଧାରଣରେ ଲୋକପ୍ରିୟତା ହାସଲ କରିଥିଲା। ଶ୍ରୀକ୍ଷେତ୍ରର ସଂସ୍କୃତିର ପ୍ରଚାର ଦିଗରେ ଏହା ସହାୟକ ମଧ୍ୟ ହେଉଥିଲା। ଯାହାକି ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରୁଥିଲା।
ପିତା ବିଦ୍ୟାଧର ଏବଂ ମାତା ଲକ୍ଷ୍ମୀଙ୍କ ଏକମାତ୍ର ପୁତ୍ର ଉଦୟନାଥ ଅଧିକ ପାଠ ପଢ଼ିି ନ ଥିଲେ ବି ପିଲାବେଳୁ ତାଙ୍କ ଐଶ୍ୱରୀୟ କଳାର ପରିଚୟ ମିଳିଥିଲା। ଉଚ୍ଚାଭିଳାଷୀ ଏବଂ ସର୍ବଦା ନୂତନ ଚିନ୍ତାଧାରା ନେଇ ସ୍ବପ୍ନ ଦେଖୁଥିବା ଉଦୟନାଥ ଦିନେ ପର୍ଦ୍ଦା କଳା ପ୍ରତି ଆଗ୍ରହ ପ୍ରକାଶ କରିଥିଲେ। ପରବର୍ତ୍ତୀ ସମୟରେ ସଫଳତାର ଶିଡି ଚଢ଼ି ଚାଲିଥିଲେ। ତେବେ ଏହି ପର୍ଦ୍ଦା ପ୍ରସ୍ତୁତି ଶୈଳୀରେ ମଧ୍ୟ ଭିନ୍ନତା ରହିଛି। ବିଭିନ୍ନ ଗଛର ଛେଲି, ପତ୍ର, ଫଳ ଆଦିର ଭିନ୍ନ ରଙ୍ଗ ପ୍ରସ୍ତୁତ କରିବାରେ ସେ ସିଦ୍ଧହସ୍ତ ଥିଲେ। ତାଙ୍କର ଏହି ଦକ୍ଷତା ବଳରେ ସେ ସୂତାକୁ ଭିନ୍ନ ରୂପ ଦେବାରେ ସଫଳ ହୋଇଥିଲେ। ସେ ବିଭିନ୍ନ କିସମର ଶାଢି, ପାଟଲୁଗା, ବସ୍ତ୍ର ଆଦି ଭିନ୍ନ ଷ୍ଟାଇଲରେ ବୁଣୁଥିଲେ। ଅବଶ୍ୟ ସେହି ସମୟରେ ହସ୍ତତନ୍ତ ଏବଂ ହାତ ତିଆରି ଶାଢିର ଚାହିଦା କମିବା ବେଳେ ସେ ପରଦା କଳା ପ୍ରତି ବିଶେଷ ଆଗ୍ରହ ସୃଷ୍ଟି କରିଥିଲେ। ଏହି ପର୍ଦ୍ଦା କଳାକୁ ଅଧିକ ଆକର୍ଷଣୀୟ ତଥା ଲୋକପ୍ରିୟ କରିବା ଲାଗି ଉଦୟନାଥ ସେ ସମୟରେ ବୁଣାକାରଙ୍କୁ ଧରି ବିଭିନ୍ନ ସ୍ଥାନରେ ପ୍ରଦର୍ଶନୀ ଆୟୋଜନ କରି ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥିଲେ। ତାଙ୍କର ଏହି ଅନନ୍ୟ କଳାକୃତି ଲାଗି ସେ ୧୯୪୬ ମସିହାରେ ତତ୍‌କାଳୀନ ଓଡ଼ିଶା ଗଭର୍ନର ତାଙ୍କୁ ସମ୍ମାନିତ କରିଥିଲେ। ଏଥିସହିତ ସେ ୧୯୫୫ ସୌରାଷ୍ଟ୍ର ଖଦି ବୋର୍ଡ ଏବଂ ୧୯୫୬ରେ ବନାରସ ଖଦି ବୋର୍ଡଠାରୁ ସ୍ବତନ୍ତ୍ର ସମ୍ମାନରେ ସମ୍ମାନିତ ହୋଇଥିଲେ। ସେହି ସମୟରେ ହସ୍ତତନ୍ତକୁ ଉଜ୍ଜୀବିତ କରିବା ଲାଗି ସେ ଧଳାପଥର ତନ୍ତବାୟ ସହଯୋଗ ସମିତି ପ୍ରତିଷ୍ଠା କରିଥିଲେ। ଉଦୟନାଥଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି କଳା ଦେଶରେ ତା’ର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି।
– ପ୍ରଭାତ କୁମାର ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri