ଆଜିଠୁ କଟକ, ଭୁବନେଶ୍ୱରରେ ପାର୍ବଣ କର୍ଫ୍ୟୁ: ରାତି ୮ରୁ ବଜାର ବନ୍ଦ

ଭୁବନେଶ୍ୱର,୧୧ା୧୦(ବ୍ୟୁରୋ): ରାଜ୍ୟ ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ ଆଜିଠୁ ଟୁଇନ ସିଟିରେ ରାତି ୮ଟାରୁ ରାତ୍ରିକାଳୀନ କର୍ଫ୍ୟୁ ଲାଗିବ। ଆସନ୍ତା ୨୦ ତାରିଖ ଯାଏ ଏହି କଟକଣା ବଳବତ୍ତର ରହିବ।

ଅସାମାଜିକଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ସ୍କ୍ବାଡ ଗଠନ କରିଛି କମିଶନରେଟ ପୋଲିସ। ବେଆଇନ ମଦ କାରବାର ଉପରେ ବି କମିଶନରେଟ ପୋଲିସ କଡ଼ା ନଜର ରଖିଛି। ପୂଜାରେ ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ନାଇଟ କର୍ଫ୍ୟୁ କଟକଣାକୁ କଡ଼ାକଡ଼ି ପାଳନ କରିବା ପାଇଁ ଟୁଇନ ସିଟିର ଜନସାଧାରଣଙ୍କୁ ଅନୁରୋଧ କରିଛି କମିଶନରେଟ ପୋଲିସ। ସୁରକ୍ଷା ଓ ଆଇନଶୃଙ୍ଖଳା ଦାୟିତ୍ୱରେ ଶହେ ପୋଲିସ ଅଧିକାରୀ ରହିବେ। ୩୨ ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ।