ଆଜିଠାରୁ ରାତି ୯ରୁ କର୍ଫୁ

ଅନୁଗୋଳ ଅଫିସ,୭।୧- ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ୭ ତାରିଖରୁ ସମସ୍ତ ସହରାଞ୍ଚଳରେ ରାତି ୯ଟାରୁ କର୍ଫୁ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କୋଭିଡ୍‌ କଟକଣାକୁ ଅଧିକ କଡ଼ାକଡ଼ି କରିବାକୁ କହିଛନ୍ତି। ତଦନୁଯାୟୀ ଅନୁଗୋଳ ଜିଲାରେ ଏହାକୁ ଲାଗୁ କରାଯିବାକୁ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରେସ୍‌ ବିଜ୍ଞପ୍ତି ଜାରି କରିଛନ୍ତି। ପୂର୍ବରୁ ଲାଗୁ ହୋଇଥିବା ରାତ୍ରିକାଳୀନ କର୍ଫୁ ରାତି ୧୦ ପରିବର୍ତ୍ତେ ଏଣିକି ୯ଟାରୁ ସକାଳ ୫ ଘଟିକା ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ। କେବଳ ଅତ୍ୟାବଶ୍ୟକ ସେବା ଚାଲୁ ରହିବ। ମଲ୍‌ ଓ ଶପିଂ କମ୍ପ୍ଲେକ୍ସରେ ଭିଡ଼ ହେଲେ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଫୁଡ୍‌ କୋଟ ଓ ଫୁଡ୍‌ ପ୍ଲାଜା କେବଳ ପାର୍ସଲ ନେବା ପାଇଁ ଖୋଲା ରହିବ। ମାର୍କେଟ, ହାଟ, ସିନେମା ହଲ, ସୁଇମିଂ ପୁଲ, ପାର୍କ ଓ ଅଡିଟୋରିଅମରେ ଅଧିକ ଜନ ସମାଗମକୁ ବାରଣ କରାଯାଇଛି। ସାମାଜିକ, ଧାର୍ମିକ ସମାବେଶ ହୋଇପାରିବ ନାହିଁ। ବିବାହ, ବ୍ରତପୋନୟନ କାର୍ଯ୍ୟରେ ୧୦୦ ଲୋକ ଯୋଗଦେଇପାରିବେ ଏବଂ ଏଥିପାଇଁ ଅନୁମତି ଆଣିବାକୁ ପଡ଼ିବ। ବିବାହ ଶୋଭାଯାତ୍ରାରେ ସମୁଦାୟ ୩୦ ଜଣ ଯାଇପାରିବେ। ଅନ୍ତ୍ୟେଷ୍ଟିକ୍ରିୟାରେ ୫୦ ଜଣ ଅଂଶଗ୍ରହଣ କରିପାରିବେ। ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ, ଢାବା, ବାର ଆଦି ୫୦ ପ୍ରତିଶତରେ କୋଭିଡ ନିୟମାବଳୀ ଆଧାରରେ ଚାଲିପାରିବ। ସରକାରୀ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରାଯିବ। ସମସ୍ତ ସ୍କୁଲ କଲେଜ ବନ୍ଦ ରହିବ ବୋଲି ନିର୍ଦ୍ଦେଶରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ଧାନମଳା ମେଶିନରେ ପଶିଗଲା ଯୁବକଙ୍କ ହାତ, ଆଉ ତା’ ପରେ…

ମୋହନା,୧୩ା୧୨(ମନ୍ମଥ ମିଶ୍ର): ଧାନମଳା ମେଶିନରେ ହାତକଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା...

ଧାନ ଉଠାଇବା ପାଇଁ ଜିଲାପାଳଙ୍କୁ ଗୁହାରି: ଗୋଡ଼ତଳେ ଧାନ ପକାଇ ମୁଣ୍ଡିଆ ମାରିଲେ ଚାଷୀ

ପଦ୍ମପୁର,୧୩ା୧୨(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ସ୍ବାଭାବିକ ହୋଇ ପାରିନାହିଁ। ଜିଲାର ବିଭିନ୍ନ ମଣ୍ଡିରେ ବହୁ ପରିମାଣରେ ଧାନ ପଡ଼ିରହିଛି। ଏହାକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri