ବାରଙ୍ଗ,୨୪।୧୧(ଲିଙ୍ଗରାଜ ରାଉତ) ଆଜିଠୁ ଭୁବନେଶ୍ୱର ବାଲିଯାତ୍ରା ଆରମ୍ଭ ହେବାକୁଯାଉଛି। ଏହା ନଭେମ୍ବର ୨୪ରୁ ଆରମ୍ଭ ହୋଇ ଡିସେମ୍ବର ୩ ପର୍ଯ୍ୟନ୍ତ ୧୦ଦିନ ଧରି ଚାଲିବ। ଏହି ଅବସରରେ ନାମୀଦାମୀ କଳାକାରମାନଙ୍କ ଦ୍ୱାରା ଆୟୋଜିତ ସାଂସ୍କୃତିକ ସା ବେଶ୍ ମନୋରମ ହେବ ବୋଲି ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ମହୋତ୍ସବ ସମିତି ସାଧାରଣ ସମ୍ପାଦକ ସୁବାସ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।
ପାତ୍ରଙ୍କ ସୂଚନା ଅନୁଯାୟୀ ଏଥର ଭୁବନେଶ୍ୱର ବାଲିଯାତ୍ରା ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ। ୧୦ ଦିନ ଧରି ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ନାମୀଦାମୀ କଳାକାରମାନଙ୍କୁ ନେଇ ମେଲୋଡ଼ି ଓ ଓଡ଼ିଶାର କଳା ସଂସ୍କୃତିକୁ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯିବ।
ଶାନ୍ତିଶୃଙ୍ଖଳାର ସହ ଏହାକୁ ସମ୍ପନ୍ନ କରିବା ପାଇଁ ବ୍ୟାପକ ପୋଲିସ ଫୋର୍ସ ଓ ଟ୍ରାଫିକ ପୋଲିସ ମୁତୟନ ସହ ଅଗ୍ନିଶମ ବିଭାଗ, ଓଡ୍ରାଫ୍ଟ ଟିମ୍, ସ୍ବାସ୍ଥ୍ୟ ଟିମ୍ ଉପସ୍ଥିତ ରହିବେ। ଜରୁରୀକାଳୀନ ସେବା ପାଇ ପ୍ରାଥମିକ ଚିକିତ୍ସା, ଆମ୍ବୁଲାନ୍ସ ବ୍ୟବସ୍ଥା ରହିବ।
ଗାଡ଼ି ମୋଟର ରଖିବା ପାଇଁ ପର୍ଯ୍ୟାପ୍ତ ପରିମାଣର ପାର୍କିଂ ବ୍ୟବସ୍ତା, କୌଣସି ପ୍ରକାର ଅସୁବିଧାକୁ ସୁଧାରିବା ପାଇଁ ସୂଚନା କେନ୍ଦ୍ର କରାଯିବ। ଏଥିସହ ସମସ୍ତ ବାଲିଯାତ୍ରା ପଡ଼ିଆକୁ ସିସିଟିଭି କ୍ୟାମେରା ନଜରରେ ରଖାଯିବ। ବିଭିନ୍ନ ପ୍ରକାର ଷ୍ଟଲରେ ଲୋକମାନେ କିପରି ଶାନ୍ତି ଶୃଙ୍ଖଳା ସହ ବୁଲି କିଣା କିଣି କରିପାରିବେ ସେ ବ୍ୟବସ୍ଥା କରାଯିବା ସହ ମିନାବଜାରର ମଜା ଲୋକମାନେ ଉଠାଇବେ।
ଏ ବର୍ଷ ୭୦୦ ଷ୍ଟଲ ହେବାପାଇଁ ସ୍ଥିର କରାଯାଇଛି ବୋଲି ସମିତି ତରଫରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଯଶୋବନ୍ତ ଓଝା, ଜ୍ଞାନରଞ୍ଜନ ରାଉତ, ର୍ନିମଳ ରାଉତ, ସନ୍ତୋଷ ନାଥ ପ୍ରମୁଖ ଉପସ୍ଥିତ ଥିଲେ।