କ୍ଷେତରେ ଦିଶୁନି ଧଣିଚା, ନଳିତା ଚାଷ

କେନ୍ଦ୍ରାପଡ଼ା,୨୩ା୯ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାର ଅର୍ଥନୀତି କୃଷିଭିତ୍ତିକ। ଏବେ ଖରିଫ ଧାନ ଚାଷ ହେଉଥିବା ବେଳେ ଏହି ସମୟରେ କ୍ଷେତରେ ଧଣିଚା ଓ ନଳିତା ଚାଷ ଦେଖିବାକୁ ମିଳୁଥିଲା। ତେବେ ଚଳିତ ବର୍ଷ କ୍ଷେତରେ ଏହି ଦୃଶ୍ୟ ଦେଖିବାକୁ ମିଳୁନାହିଁ। କେନ୍ଦ୍ରାପଡା ବ୍ଲକ ଅଧୀନ ଜଜାଙ୍ଗସ୍ଥ ଝୋଟ ଗବେଷଣା କେନ୍ଦ୍ର ଅସ୍ତିତ୍ୱ ହରାଇବାକୁ ବସିଛି। କୃଷି ବିଭାଗ ପକ୍ଷରୁ ଉପଯୁକ୍ତ ସମୟରେ ବିହନ ମିଳୁନାହିଁ। ସେହିପରି ବଜାରରୁ ମିଳୁଥିବା ମଞ୍ଜି ଚଢ଼ା ଦରରେ ମିଳୁଥିବା ବେଳେ ଅଧିକାଂଶ ବିହନ ଉତ୍ପାଦନକ୍ଷମ ନୁହେଁ ବୋଲି ଚାଷୀମାନେ ମତ ଦେଇଛନ୍ତି।
ଏ ସମ୍ପର୍କରେ କେନ୍ଦ୍ରାପଡ଼ା ବ୍ଲକ ଜଜାଙ୍ଗ ଗ୍ରାମର ଚାଷୀ ହରିହର ବେହେରା କହିଛନ୍ତି, ଏହି ଜିଲା ଏକଦା ଝୋଟ ଉତ୍ପାଦନ  କ୍ଷେତ୍ରରେ ସୁନାମ ଆଣିଥିଲା। ଏପରିକି ଏହାର ପ୍ରଚାର, ପ୍ରସାର ସହିତ ଆର୍ଥିକ ସ୍ବାବଲମ୍ବିତା ପାଇଁ କେନ୍ଦ୍ରାପଡ଼ା ବ୍ଲକ ଜଜାଙ୍ଗଠାରେ ଝୋଟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା। ଏଠାରେ ମଧ୍ୟ ନୂତନ ୩ ପ୍ରକାର ନଳିତା ମଞ୍ଜି ସୃଷ୍ଟି କରି ବୈଜ୍ଞାନିକମାନେ ଚାଷୀଙ୍କ ଅର୍ଥନୀତିକୁ ସଚଳ କରିଥିଲେ। ତେବେ ଏହି ଗବେଷଣା କେନ୍ଦ୍ର ଏବେ ନାମକୁ ମାତ୍ର ରହିଛି। ପ୍ଲାଷ୍ଟିକର ଚାହିଦା ଓ ସରକାରୀ ପ୍ରୋତ୍ସାହନ ଅଭାବରୁ ଚାଷୀ ନଳିତା ଚାଷ ପ୍ରତି ଆଗ୍ରହ ଦେଖାଉନାହାନ୍ତି । ଚଢ଼ା ଦରରେ ଖୋଲା ବଜାରରୁ ମଞ୍ଜି କ୍ରୟ ହେଉଥିବା ବେଳେ ଗତ ବର୍ଷ ତୁଳନାରେ ୯୦ ପ୍ରତିଶତ ଚାଷ କମିଛି ବୋଲି ଚାଷୀମାନେ ମତ ଦେଇଛନ୍ତି। ଏସମ୍ପର୍କରେ କୃଷକନେତା ବିଧୁଭୂଷଣ ମହାପାତ୍ର କୁହନ୍ତି, ୨୦୦୫ରେ କେନ୍ଦ୍ରାପଡ଼ା ଜିଲାର ମୋଟ ୨୧୫୨ ହେକ୍ଟର ଅଞ୍ଚଳରେ ଲଳିତା ଚାଷ ହୋଇଥିଲା। ଜଳବାୟୁ, ମୂର୍ତ୍ତିକା ଏହି ଚାଷ ପାଇଁ ଉପଯୁକ୍ତ ଥିବାରୁ ୨୦୧୦ରେ ଏହାର ପ୍ରସାର ହୋଇ ୮ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ କ୍ଷେତରେ ଚାଷ ହୋଇଥିଲା। ଏହାକୁ ଲକ୍ଷ୍ୟ କରି ସହର ନିକଟସ୍ଥ ଜଜାଙ୍ଗଠାରେ ୪୬ ଏକର ଜମିରେ ଝୋଟ ଗବେଷଣାଗାର ପ୍ରତିଷ୍ଠା ହୋଇଥିଲା। ବିଭିନ୍ନ କିସମର ବିହନ ସହଯୋଗରେ ଏହି ଲଳିତା ଚାଷ ୨୦୧୪ରେ ୧୪ ହଜାର ହେକ୍ଟରକୁ ବୃଦ୍ଧି ପାଇଥିବା ବେଳେ ଗତ ୫ ବର୍ଷ ଧରି ଏହି ଗବେଷଣା କେନ୍ଦ୍ରରୁ ବିହନ ବିକ୍ରି ବନ୍ଦ ହୋଇଯାଇଛି। ଜିଲା ପାଇଁ ପ୍ରତିବର୍ଷ ପ୍ରାୟ ୩୦ କୁଇଣ୍ଟାଲ ବିହନ ଆବଶ୍ୟକ ଥିବା ବେଳେ ୨୦୧୮ରେ ମାତ୍ର ୨ କୁଇଣ୍ଟାଲ ବିହନ ଯୋଗାଣ ହୋଇଛି। ଗତ ୪ ବର୍ଷ ଧରି ଗବେଷଣା କେନ୍ଦ୍ରର ବିକ୍ରୟ କେନ୍ଦ୍ରକୁ ବିହନ ଆସିବା ବନ୍ଦ ହୋଇଯାଇଛି। ପ୍ରାୟ ୯୦ ପ୍ରତିଶତ ଚାଷ ଜିଲାରେ କମିଛି ବୋଲି ସେ ପ୍ରକାଶ କରିଛନ୍ତି। ଡେରାବିଶର ହଳଧର ଦାଶ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ, ଖଣି ଅଥବା ବୃହତ୍‌ ମଧ୍ୟମ ଧରଣର ଉଦ୍ୟୋଗ ନାହିଁ। କୃଷି ହିଁ ଜିଲାବାସୀଙ୍କ ପାଇଁ ଏକମାତ୍ର ଅର୍ଥନୀତି ହୋଇଛି। ଏହି ଅର୍ଥକାରୀ ଫସଲ ଲଳିତା ଚାଷ ପ୍ରତି ସରକାରୀ ପ୍ରୋତ୍ସାହନ ଅଭାବ ଝୋଟ ଚାଷକୁ ବିମୁଖ କରୁଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ପ୍ଲାଷ୍ଟିକ ଅଖା ପ୍ରଚଳନ ବନ୍ଦ କରାଯାଇ ଝୋଟ ବ୍ୟାଗକୁ ପ୍ରୋତ୍ସାହିତ କରାଯିବ। ଏହାସତ୍ତ୍ୱେ ସରକାରୀ ସହଯୋଗ ମିଳୁ ନ ଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ୧୨ ଏକର ଜମିରେ ଲଳିତା ଚାଷ କରିଥିବା କେନ୍ଦ୍ରାପଡ଼ା ବ୍ଲକ କଂସାର ପଞ୍ଚାୟତର ନିରଞ୍ଜନ ପରିଡା କୁହନ୍ତି, କେନ୍ଦ୍ରାପଡ଼ାର ମାଟି ଲଳିତା ଚାଷ ପାଇଁ ଉପଯୁକ୍ତ। ଏହି ଚାଷ କରି କଲିକତାକୁ ଝୋଟ ପଠାଇବା ସହିତ ମିଠା ଓ ପିତା ଲଳିତା ବିକ୍ରି ହେଉଥିଲା। ଏଥିସହିତ ଦୀପାବଳିରେ କାଉଁରିଆ କାଠି ବିକ୍ରି କରାଯାଇ ହାତକୁ ବେଶ ଦୁଇ ପଇସା ଆସୁଥିଲା। ତେବେ କୃଷି ବିଭାଗର ଅପାରଗତା ଯୋଗୁ ଚଳିତ ବର୍ଷ ବିହନ ମିଳିବା ସମ୍ଭବ ହେଲାନାହିଁ। ଫଳରେ ଖୋଲା ବଜାରରୁ ଆଣିଥିବା ବିହନରୁ ଉପଯୁକ୍ତ ଅମଳ ମିଳିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ପାରିପଙ୍ଗରାର ସରସ୍ବତୀ ସାମଲ କୁହନ୍ତି, ଝୋଟକୁ ବ୍ୟବହାର କରି ଏକ କୁଟୀର ଶିଳ୍ପ ଅଛି। ସ୍ବୟଂ ସହାୟକ ଗୋଷ୍ଠୀର ୬୦ରୁ ଊର୍ଦ୍ଧ୍ୱ ମହିଳା ଏହାକୁ ପରିଚାଳନା କରୁଛନ୍ତି। ସ୍ଥାନୀୟ ଅଞ୍ଚଳରେ ଝୋଟ ନ ଥିବାରୁ ବାହାର ଜିଲାରୁ ଏହାକୁ କ୍ରୟ କରିବାକୁ ପଡୁଛି। ଝୋଟ ତିଆରି ସାମଗ୍ରୀ ପ୍ରତିଦ୍ୱନ୍ଦୀ ବଜାରରେ ସୁଲଭ ମୂଲ୍ୟରେ ଯୋଗାଇ ଦେଇ ପାରୁନାହୁଁ।  ଗୋଷ୍ଠୀ ଉତ୍ପାଦର ଲାଭାଂଶ କମିଯାଉଛି ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋମଗାର୍ଡ ପରୀକ୍ଷାବେଳେ ଯୁବକ ଗୁରୁତର: ଗଞ୍ଜାମର ୪ ସ୍ଥାନରେ ଚାଲିଛି ପରୀକ୍ଷା

ଭଞ୍ଜନଗର,୭।୨(ବାବୁଲା ପ୍ରଧାନ): ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ଶନିବାର ଖାଲିଥିବା ୧୩୫ ଟି ଗୃହରକ୍ଷୀ (ହୋମଗାର୍ଡ) ପଦବୀ ପୂରଣ ପାଇଁ ବିଭିନ୍ନ କେନ୍ଦ୍ରରେ ସାଧାରଣ ଡ୍ୟୁଟି ପାଇଁ…

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ରୁଷିଆ ତେଲ କ୍ରୟ ଉପରେ ହଟିଲା ଟାରିଫ, ଭାରତ -ଆମେରିକା ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଜାରି

ନୂଆଦିଲ୍ଲୀ,୭।୨: ଆମେରିକା ଏବଂ ଭାରତ ଏକ ମଧ୍ୟବର୍ତ୍ତୀ ବାଣିଜ୍ୟ ଚୁକ୍ତିନାମା ପାଇଁ ଶୁକ୍ରବାର ଢାଞ୍ଚା ପ୍ରକାଶ କରିଛନ୍ତି। ଏହି ଚୁକ୍ତିନାମା ଦୁଇ ଦେଶ ମଧ୍ୟରେ ଏକ ବ୍ୟାପକ…

ଟ୍ରେଡ୍‌ ନୁହେଁ, ଟ୍ରାପ୍‌ ଡିଲ୍‌: କଂଗ୍ରେସ

ନୂଆଦିଲ୍ଲୀ,୭ା୨: ଆମେରିକା ସହ ବାଣିଜ୍ୟ ଚୁକ୍ତିନାମା, ପୂର୍ବତନ ସେନାମୁଖ୍ୟ ଏମ୍‌.ଏମ୍‌. ନରଓ୍ବଣେଙ୍କ ଅପ୍ରକାଶିତ ପୁସ୍ତକର ବିବାଦୀୟ ପ୍ରସଙ୍ଗ ଏବଂ ବିରୋଧୀ ଦଳର ୮ ଏମ୍‌ପିଙ୍କ ନିଲମ୍ବନକୁ ବିରୋଧ…

ଆମେରିକାର ‘ବେଆଇନ ବିଦେଶୀ’ ତାଲିକାରେ ୮୯ ଭାରତୀୟ

ନୂଆଦିଲ୍ଲୀ,୭ା୨: ବେଆଇନ ବିଦେଶୀ ଅପରାଧୀଙ୍କ ତାଲିକା ଶେୟାର କରିବା ପାଇଁ ଆମେରିକାର ହୋମ୍‌ଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ ପକ୍ଷରୁ ‘ଆରେଷ୍ଟେଡ୍‌: ଓ୍ବର୍ଷ୍ଟ ଅଫ୍‌ ଓ୍ବର୍ଷ୍ଟ’ ନାମରେ ଏକ ପବ୍ଲିକ୍‌…

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଢାଞ୍ଚା ପ୍ରକାଶିତ, କୃଷକ, ମତ୍ସ୍ୟଜୀବୀଙ୍କ ପାଇଁ…

ନୂଆଦିଲ୍ଲୀ,୭।୨: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଏବେ ଜିନିଷଗୁଡ଼ିକ ସ୍ପଷ୍ଟ ହୋଇଯାଇଛି। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri