ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ ଦିବସ ପ୍ରତିବର୍ଷ ନଭେମ୍ବର ୨୧ ରେ ପାଳନ କରାଯାଏ। ଅନେକ କୋଟି ବିଶ୍ୱବାସୀଙ୍କୁ ଖାଦ୍ୟ ଯୋଗାଉଥିବା ଏକ ବିଶାଳ ଉତ୍ସ ସମୁଦ୍ରର ଗୁରୁତ୍ୱକୁ ଉପଲବ୍ଧି କରିବା ତଥା ମାଛ ଧରା କାର୍ଯ୍ୟକ୍ରମର ପୋଷଣୀୟ ପରିଚାଳନା କେତେଦୂର କାର୍ଯ୍ୟକାରୀ ହୋଇଛି ଓ ଭବିଷ୍ୟତ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି କରିବା ହିଁ ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ଓ ଏକ ଯଥାର୍ଥ ପଦକ୍ଷେପ। ବିଶ୍ୱ ମତ୍ସ୍ୟ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ ବିଶ୍ୱରେ ଥିବା ପ୍ରାକୃତିକ ଜଳଉତ୍ସ ଯଥା ସମୁଦ୍ର, ମଧୁରଜଳ ଓ ଖାରିଜଳରେ ଥିବା ମତ୍ସ୍ୟ ସମ୍ପଦର ଅଭିବୃଦ୍ଧିକୁ ସୁନିଶ୍ଚିତ କରିବା। ବ୍ୟାପକ ମତ୍ସ୍ୟଚାଷ ସତ୍ତ୍ୱେ ବି ପ୍ରାକୃତିକ ଜଳଉତ୍ସରୁ ମାଛ ଧରାଯାଇ ଚାହିଦା ପୂରଣ କରାଯାଉଥିବାରୁ ପ୍ରାକୃତିକ ଜଳଉତ୍ସଗୁଡ଼ିକର ପୋଷଣୀୟ ପରିଚାଳନାର ଆବଶ୍ୟକତା ରହିଛି। ସମୁଦ୍ର, ନଦୀ, ହ୍ରଦ, ନଦୀ ମୁହାଣ, ଆର୍ଦ୍ର ଭୂମି, କୋରାଲ ରିଫ୍‌ ଉପରେ ଆଗାମୀ ଦିନରେ ଅଧିକ ଚାପ ରହିବ। ଏହା ଉପରେ ବହୁ ନିୟୁତ ସ୍ବଳ୍ପ ଆୟକାରୀ ମତ୍ସ୍ୟଜୀବୀ ପରିବାରଙ୍କ ଜୀବନ ଓ ଜୀବିକା ନିର୍ଭର କରିଥାଏ। ଏହି ପ୍ରାକୃତିକ ଜଳଉତ୍ସର ନ୍ୟାୟସଙ୍ଗତ ଓ ପୋଷଣୀୟ ପରିଚାଳନା ସହ ସ୍ବଳ୍ପ ଆୟକାରୀ ମତ୍ସ୍ୟଜୀବୀ ପରିବାରଙ୍କ ଜୀବନ ଓ ଜୀବିକାକୁ ବିଚାରକରିବାକୁ ପଡ଼ିଥାଏ। ଚଳିତବର୍ଷ ପାଳନ କରାଯାଉଥିବା ବିଶ୍ୱ ମତ୍ସ୍ୟଦିବସର ବିଶେଷତ୍ୱ ହେଉଛି ଏକ ସୁସ୍ଥ ସାମୁଦ୍ରିକ ପରିବେଶରେ ପୋଷଣୀୟ ମାଛବଂଶକୁ ସୁନିଶ୍ଚିତ କରିବା ପାଇଁ ମତ୍ସ୍ୟଚାଷ ପରିଚାଳନାରେ ପରିବର୍ତ୍ତନ ଉପରେ କିପରି ଧ୍ୟାନଦେବା।

ଏବେ ବିଶ୍ୱରେ ମାଛ ଖାଉଥିବା ଲୋକଙ୍କ ସଂଖ୍ୟା ପ୍ରାୟ ୩ ଶହ କୋଟି ଓ ବାର୍ଷିକ ପ୍ରାୟ ୧୫୦ ନିୟୁତ ଟନ୍‌ ମାଛ ଖାଦ୍ୟ ଭାବେ ବ୍ୟବହୃତ ହୁଏ। ଗତ ୫୦ବର୍ଷ ମଧ୍ୟରେ ବିଶ୍ବରେ ସାମୁଦ୍ରିକ ଖାଦ୍ୟର ବ୍ୟବହାର ଦ୍ୱିଗୁଣିତ ହୋଇଛି। ପ୍ରତ୍ୟେକ ବିକାଶଶୀଳ ଦେଶର ପ୍ରଗତି ପଛରେ ମତ୍ସ୍ୟସମ୍ପଦର ଭୂମିକା ଉଲ୍ଲେଖନୀୟ। ବିଶ୍ୱରେ ଆବଶ୍ୟକ ପଡୁଥିବା ପ୍ରାଣିଜ ପ୍ରୋଟିନ୍‌ର ଶତକଡ଼ା ୨୫ ଭାଗ କେବଳ ମାଛ ହିଁ ଭରଣା କରିଥାଏ। ଭାରତର ଅର୍ଥନୈତିକ ଅଭିବୃଦ୍ଧିରେ ମତ୍ସ୍ୟସମ୍ପଦର ଭୂମିକା ଗୁରୁତ୍ୱପୂର୍ଣ୍ଣ। ମତ୍ସ୍ୟ ଉତ୍ପାଦନରେ ବର୍ତ୍ତମାନ ବିଶ୍ୱରେ ଭାରତର ସ୍ଥାନ ତୃତୀୟ ଓ ସମଗ୍ର ମାଛ ଉତ୍ପାଦନରେ ପ୍ରାୟ ୯ ଭାଗ ଭାରତର ଅବଦାନ ଥିବା ବେଳେ ବିଶ୍ବରେ ଜଳକୃଷି ଉତ୍ପାଦନରେ ଏହା ଦ୍ୱିତୀୟ ସ୍ଥାନରେ ରହିଛି। ମତ୍ସ୍ୟ ସମ୍ପଦ ୧୪୫ ନିୟୁତ ଲୋକଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ ସହ ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହୋଇପାରିଛି। ମତ୍ସ୍ୟଚାଷ ହେଉଛି ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ କ୍ଷେତ୍ର ଯାହାକି ଦେଶର ୨୮ ନିୟୁତରୁ ଅଧିକ ଲୋକଙ୍କ ଜୀବିକାକୁ ପରିପୁଷ୍ଟକରେ। ବିଶେଷକରି ବଞ୍ଚିତ ତଥା ଅସୁରକ୍ଷିତ ସମ୍ପ୍ରଦାୟ ମଧ୍ୟରେ ଏହା ପ୍ରମୁଖ ଆୟ ପ୍ରଦାନକାରୀ କ୍ଷେତ୍ର। ଭାରତୀୟ କୃଷିର ୫.୩ ଭାଗ ଅଧିକୃତ କରିଥିବା ମତ୍ସ୍ୟ ସମ୍ପଦ ଦେଶର ଖାଦ୍ୟ ନିରାପତ୍ତା ଯୋଗାଇବା ସହ ନିଯୁକ୍ତି ସୁଯୋଗ ସୃଷ୍ଟିକରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ବାର୍ଷିକ ପ୍ରାୟ ୧୭ ନିୟୁତ ଟନ୍‌ ମାଛ ଉତ୍ପାଦନ କରୁଥିବା ଭାରତ ଆଗାମୀ ଦିନରେ ବିଶ୍ବର ପ୍ରଥମ ମତ୍ସ୍ୟ ଉତ୍ପାଦନକାରୀ ଦେଶ ହେବାର ଉଦ୍ୟମ ଜାରିରଖିଛି। ସେହିପରି ଓଡ଼ିଶା ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଏକ ଅଗ୍ରଣୀ ରାଜ୍ୟ। ବାର୍ଷିକ ୧୧.୨୪ ଲକ୍ଷ ମେଟ୍ରିକ୍‌ ଟନ୍‌ ମାଛ ଉତ୍ପାଦନ କରି ଚତୁର୍ଥ ସ୍ଥାନରେ ରହିଛି ଓ ମତ୍ସ୍ୟ କ୍ଷେତ୍ର ମୋଟ ରାଜ୍ୟ ମୂଲ୍ୟ ଯୋଗର୨.୭ % ଯୋଗଦାନ କରିଥାଏ। ଭାରତରେ ମାଛ ଖାଉଥିବା ଲୋକଙ୍କ ସଂଖ୍ୟା ସବୁଠାରୁ ଆଗରେ। ଶତକଡ଼ା ୯୪ ଭାଗ ଲୋକ ମାଛ ଖାଇଥାନ୍ତି ଓ ମୁଣ୍ଡ ପିଛା ବାର୍ଷିକ ମାଛ ବ୍ୟବହାର ବର୍ତ୍ତମାନ ୧୮.୩୩ କି.ଗ୍ରା. ଯାହାକି ଜାତୀୟ ହାରଠାରୁ ବହୁ ଅଧିକ।

ବିଶ୍ୱ ମତ୍ସ୍ୟ ଦିବସ ପାଳନ ଅବସରରେ ଉଭୟ ପ୍ରାକୃତିକ ଜଳଉତ୍ସ, ମତ୍ସ୍ୟ ସମ୍ପଦ, ମତ୍ସ୍ୟଜୀବୀଙ୍କ ଜୀବିକା ସୁରକ୍ଷା ପାଇଁ ସଚେତନତା ତଥା ବିଶ୍ୱ ନେତୃବୃନ୍ଦଙ୍କ ଦୃଷ୍ଟି ଆକର୍ଷଣ କରାଯାଏ। ବିଶ୍ୱ ମତ୍ସ୍ୟ ଦିବସ ପାଳନ କେବଳ ମତ୍ସ୍ୟ ଉତ୍ସ, ମତ୍ସ୍ୟଜୀବୀଙ୍କ ଜୀବିକା ଉପରେ ଆଲୋକପାତ କରିବାରେ ସୀମିତ ନୁହେଁ, ମତ୍ସ୍ୟ ବିବିଧତାର ପରିମାଣ ଦ୍ୱାରା ଜଳଉତ୍ସର ମାନ ବି ନିର୍ଦ୍ଧାରଣ କରାଯିବା ଉଚିତ। ଜଳବାୟୁ ପରିବର୍ତ୍ତନ, ଜଳ ପ୍ରଦୂଷଣ ଯୋଗୁ ନଦୀ, ହ୍ରଦ ଓ ସମୁଦ୍ରରେ ମାଛଙ୍କ ଗଣମୃତ୍ୟୁ ଗତ କିଛି ବର୍ଷ ହେବ ସୂଚିତକରେ ଯେ ମାଛ ବସତି ଅଞ୍ଚଳଗୁଡିକର ମାନ ଠିକ୍‌ ନାହିଁ। ଯଦି ଏହା ପ୍ରତି ଗୁରୁତ୍ୱ ଦିଆ ନ ଯାଏ ତେବେ ଭବିଷ୍ୟତରେ ବିଶ୍ୱ ଏକ ଗୁରୁତର ଖାଦ୍ୟସଙ୍କଟ ଦିଗକୁ ମୁହାଁଇବ।
ବିଶ୍ୱର ବର୍ଦ୍ଧିତ ଜନସଂଖ୍ୟା ପାଇଁ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ସମୁଦ୍ର ଉପରେ ଚାପ ବଢୁଛି। ଆବଶ୍ୟକତାଠାରୁ ଅଧିକ ମାଛ ଧରାହେଉଛି। ସମୁଦ୍ରରୁ ଅତି ନିମ୍ନ ସ୍ତରରୁ ବା ବଟମ ଟ୍ରଲିଂ ଦ୍ୱାରା ବେଆଇନ ମାଛଧରା ବି ମାଛ ବଂଶ ହ୍ରାସର ଏକ ପ୍ରମୁଖ କାରଣ। ମିଳିତ ଜାତିସଂଘ ତଥ୍ୟ ଅନୁଯାୟୀ ସମୁଦ୍ର ଓ ଅନ୍ୟାନ୍ୟ ପ୍ରାକୃତିକ ଜଳଉତ୍ସଗୁଡ଼ିକର ଦୁଇତୃତୀୟାଂଶରେ ମାତ୍ରାଧିକ ମାଛ ଧରାଯାଉଛି। ଏକତୃତୀୟାଂଶ ଅଞ୍ଚଳରେ ପ୍ରଦୂଷଣ, ବିଶ୍ୱତାପନ ଓ ଅସ୍ବାସ୍ଥ୍ୟକର ମାଛ ବସତି ଅଞ୍ଚଳ ଯୋଗୁ ମାଛ ବଂଶବୃଦ୍ଧି ଆଶାନୁରୂପ ହୋଇପାରୁନାହିଁ। ବିଶ୍ୱ ମତ୍ସ୍ୟ ଦିବସ ପାଳନ ଅବସରରେ ଏସବୁ ଉପରେ ଗୁରୁତ୍ୱ ପ୍ରଦାନ ସହ ମତ୍ସ୍ୟ ବିବିଧତା, ମାଛ ବସତି ଅଞ୍ଚଳର ସୁରକ୍ଷା, ସାମୁଦ୍ରିକ ପରିବେଶକୁ ପ୍ରଦୂଷଣମୁକ୍ତ ରଖାଯିବା ସହ ପ୍ରାକୃତିକ ଜଳଉତ୍ସଗୁଡ଼ିକୁ ଉତ୍ପାଦନକ୍ଷମ କରାଯିବା ଉପରେ ଗୁରୁତ୍ୱ ପ୍ରଦାନ ଆବଶ୍ୟକ। ପ୍ରାକୃତିକ ଜଳଉତ୍ସରେ ଜୈବ ବିବିଧତାର ସୁରକ୍ଷା ସହ ସମୁଦ୍ରରେ ମାଛବଂଶର ଅଭିବୃଦ୍ଧି ନିମନ୍ତେ ଅଧିକରୁ ଅଧିକ ମାଛଧରା ନିଷିଦ୍ଧାଞ୍ଚଳ ଘୋଷଣାର ଆବଶ୍ୟକତା ରହିଛି। ଉପକୂଳରେ ଅଲିଭ ରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ ସମୟରେ ଓ ମାଛବଂଶ ବୃଦ୍ଧି ପାଇଁ ପ୍ରଜନନ ସମୟରେ ମାଛଧରା ଉପରେ କଟକଣା ଲାଗୁ କରାଯାଏ। ଏଥିପାଇଁ କ୍ଷତି ସହୁଥିବା ମତ୍ସ୍ୟଜୀବୀଙ୍କୁ ସରକାର ଜୀବିକା ସହାୟତା ପ୍ରଦାନ କରୁଛନ୍ତି। ମାଛଧରା ନିଷିଦ୍ଧାଞ୍ଚଳ, ପାଣିପାଗ, ବଜାର ଦର ତଥା ମତ୍ସ୍ୟ ଯୋଜନା ସମ୍ବନ୍ଧୀୟ ସୂଚନା ଜାଣିବା ପାଇଁ ଓ ସରକାରଙ୍କ ପକ୍ଷରୁ ସାମୁଦ୍ରିକ ମତ୍ସ୍ୟଜୀବୀ ମାନଙ୍କ ପାଇଁ ମୋବାଇଲ ଆପ୍‌ ଏଫ୍‌ଏଫ୍‌ଏମ୍‌ଏ ସହ ସିକ୍ୟୁୟର ଫିସିଂ ଆପ୍‌ ପ୍ରସ୍ତୁତ ହୋଇଛି ଯାହାକି ମତ୍ସ୍ୟଜୀବୀଙ୍କ ପାଇଁ ଅତି ଉପାଦେୟ ସାବ୍ୟସ୍ତ ହୋଇଛି। ସାମୁଦ୍ରିକ ବିପତ୍ତିରେ ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଭେସେଲରେ ଟ୍ରାନ୍ସପଣ୍ଡର ବ୍ୟବସ୍ଥା କରାଯାଉଛି।

ଜଳଭଣ୍ଡାରଗୁଡ଼ିକରେ ଉନ୍ନତ ମାଛ ଯାଁଆଳ ଛଡ଼ାଯିବା ସହ ମାଛ ଉତ୍ପାଦନ ବୃଦ୍ଧି ଓ ଏହା ଉପରେ ନିର୍ଭର କରୁଥିବା ମତ୍ସ୍ୟଜୀବୀ ପରିବାରଗୁଡ଼ିକର ଆର୍ଥିକ ବିକାଶ ଉପରେ ପଦକ୍ଷେପ ନିଆଯାଉଛି। ସେହିପରି ବିଭିନ୍ନ ନଦୀରେ ମାଛ ଯାଆଁଳ ଛାଡ଼ି ମାଛ ବୃଦ୍ଧି ସହ ଏହା ଉପରେ ନିର୍ଭର କରୁଥିବା ପାରମ୍ପରିକ ମତ୍ସ୍ୟଜୀବୀଙ୍କ ଜୀବିକାକୁ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଜଳ ସମ୍ପଦ, ମତ୍ସ୍ୟ ସମ୍ପଦ, ମତ୍ସ୍ୟ ବିବିଧତା ସୁରକ୍ଷା ସହ ଏଥିରେ ସମ୍ପୃକ୍ତ ପ୍ରତ୍ୟେକ ବ୍ୟକ୍ତିବିଶେଷ, ସଙ୍ଗଠନ, ଉଦ୍ୟୋଗୀଙ୍କ ବିକାଶକୁ ଦୃଷ୍ଟିଦିଆଯାଇପାରିଲେ ବିଶ୍ୱ ମତ୍ସ୍ୟଦିବସ ପାଳନ ଯଥାର୍ଥ ହୋଇପାରିବ।
ମୋ: ୯୪୩୭୨୩୨୪୬୩


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri