Categories: ଗଞ୍ଜାମ

ଭାସିଯାଉଥିଲେ ଦୁଇ ବାର୍‌ହା ଛୁଆ, ଉଦ୍ଧାର କଲା ଅଗ୍ନିଶମ ବାହିନୀ

ଦିଗପହଣ୍ଡି,୨୬ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଘୋଡ଼ାହାଡ଼ କେନାଲରେ ଭାସିଯାଉଥିବା ଦୁଇଟି ବାର୍‌ହା ଛୁଆଙ୍କୁ ଦିଗପହଣ୍ଡି ଅଗ୍ନିଶମ ବାହିନୀର କର୍ମଚାରୀମାନେ ଉଦ୍ଧାର କରିଥିବା ଜଣାପଡ଼ିଛ।

ସୂଚନାଯୋଗ୍ୟ, ବାର୍‌ହା ଛୁଆ ଧାନଫସଲ ଖାଇବାକୁ ଆସି ବୁଧବାର ପାହାନ୍ତିଆ ସମୟରେ ଘୋଡ଼ାହାଡ଼ ନାଳ ପାର ହୋଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଉଥିବା ବେଳେ କୌଣସି କାରଣବଶତଃ ପ୍ରଖର ସ୍ରୋତରେ ଭାସିଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଖବର ପାଇ ଦିଗପହଣ୍ଡି ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି କୌଶଳକ୍ରମେ ବାର୍‌ହା ଛୁଆ ଦୁଇଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡ଼ିଥିବା ଜଣାପଡ଼ିଛି।