Posted inଫୁରସତ

କ୍ୟୁବ୍‌ କୁଇନ୍‌ କାଓ କିଜିଆନ, କଣ୍ଢେଇ ସହ ଖେଳିବା ବୟସରେ କଲେ ଓ୍ବାର୍ଲଡ ରେକର୍ଡ

ଯେଉଁ ବୟସରେ କଣ୍ଢେଇ ସହ ଖେଳିବା କଥା ସେଇ ବୟସରେ ୬ ବର୍ଷୀୟା କାଓ କିଜିଆନ କରିଛନ୍ତି ଓ୍ବାର୍ଲଡ ରେକର୍ଡ। ସେପୁଣି କଠିନ ବ୍ରେନ୍‌ ଗେମ୍‌ ରୁବିକ୍‌ କ୍ୟୁବ୍‌କୁ ସବୁଠୁ କମ୍‌ ସମୟରେ ସମାଧାନ କରି। ମାତ୍ର ୩ ବର୍ଷ ବୟସରୁ ସେ କ୍ୟୁବ୍‌ ଖେଳିବା ଆରମ୍ଭ କରିଥିଲେ। ଜଣେ ସମ୍ପର୍କୀୟ ଭାଈ ତାଙ୍କୁ ସ୍ପିଡ କ୍ୟୁବିଂ ଆର୍ଟ ଶିଖାଇଥିଲେ। ଗୋଟିଏ ବର୍ଷ ଭିତରେ ଖୁବ କମ୍‌ ସମୟରେ ସେ କ୍ୟୁବ୍‌ ସଲ୍‌ଭ କରିପାରିଲେ। ଏହାପରେ କାଓଙ୍କ ମା’ବାପା ତାଙ୍କ ପାଇଁ କୋଚ୍‌ ବି ରଖିଲେ। କାଓଙ୍କୁ କ୍ୟୁବ ସଲ୍‌ଭ କରିବାକୁ ଏତେ ଭଲ ଲାଗୁଥିଲା ଯେ, ଦିନକୁ ୨-୩ ଘଣ୍ଟା ଯେମିତି ବି ହେଉ ଅଭ୍ୟାସ କରୁଥିଲେ। ଫଳରେ ଦିନକୁ ଦିନ ତାଙ୍କର କ୍ୟୁବ୍‌ ସଲ୍‌ଭ କରିବା ଦକ୍ଷତା ବଢିବାକୁ ଲାଗିଲା। ପ୍ରଥମେ ଯେଉଁଠି ତାଙ୍କୁ ୧୨ ସେକେଣ୍ଡ ଲାଗୁଥିଲା ସଲ୍‌ଭ କରିବାକୁ ପରେ ତାହା କମି ୧୦ ସେକେଣ୍ଡକୁ ଆସିଲା। ହେଲେ ଦୁଃଖର ବିଷୟ ମଝିରେ ସେ ଏକ ଦୁର୍ଘଟଣାର ଶିକାର ହେଲେ। ତାଙ୍କର ମନୋବଳ ଭାଙ୍ଗିଗଲା। ପରିବାର ଲୋକେ ନିଜେ କ୍ୟୁବ୍‌ ଧରି ତାଙ୍କ ପାଖରେ କ୍ୟୁବ୍‌ ସଲ୍‌ଭ କରି କାଓଙ୍କ ମନୋବଳ ବଢାଇବାକୁ ଚେଷ୍ଟା କଲେ। ଏମିତିକି ପରିବାର ଲୋକେ ବିଭିନ୍ନ କ୍ୟୁବ ସଲ୍‌ଭିଂ ପ୍ରତିଯୋଗିତାରେ ଅଂଶ ଗ୍ରହଣ ବି କଲେ। ଏମିତିରେ କାଓଙ୍କର ପୁଣିଥରେ କ୍ୟୁବ୍‌ ସଲ୍‌ଭ କରିବାର ଝୁଙ୍କ ବଢିଲା। ଆଉ ମାତ୍ର ୬ ବର୍ଷ ବୟସରେ ସିଙ୍ଗାପୁରରେ ଓ୍ବାର୍ଲଡ କ୍ୟୁବ୍‌ ଆସୋସିଏସନ୍‌ ତରଫରୁ ଆୟୋଜିତ ର୍ୟୁବିକ କ୍ୟୁବ୍‌ ଇଣ୍ଟରନ୍ୟାଶନାଲ ଓପନ ଟୁର୍ନାମେଣ୍ଟରେ ଭାଗ ନେଇ ମାତ୍ର ୫.୯୭ ସେକେଣ୍ଡରେ କ୍ୟୁବ୍‌ ସଲ୍‌ଭ କଲେ। ଫଳରେ ସବୁଠୁ କମ୍‌ ସମୟରେ କ୍ୟୁବ୍‌ ସଲ୍‌ଭ କରିଥିବା ପ୍ରଥମ ମହିଳାର ରେକର୍ଡ କଲେ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ଅଧିକ ପଢିଛନ୍ତି ରାହୁଲ ନା ପ୍ରିୟଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୧୨: ଗାନ୍ଧୀ ପରିବାର ଭାରତୀୟ ରାଜନୀତିରେ ସବୁଠାରୁ ଚର୍ଚ୍ଚିତ ପରିବାର ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଏହି ପରିବାରର ଦୁଇ ପ୍ରମୁଖ ବ୍ୟକ୍ତି, ରାହୁଲ ଗାନ୍ଧୀ ଏବଂ...

ଫ୍ରିଜ୍‌ରେ ଅଣ୍ଡା ରଖିଲେ ପଚିଯାଏ ନା ସତେଜ ରହେ, ପ୍ରକୃତ ଉତ୍ତର ଜାଣିଲେ…

ଅଣ୍ଡା ପୁଷ୍ଟିସାରର ଏକ ବଡ଼ ଉତ୍ସ, ତେଣୁ ଏହାକୁ ଅଧିକାଂଶ ଘରେ ରଖାଯାଇଥାଏ। କିନ୍ତୁ ଏହାକୁ କେଉଁଠାରେ ରଖିବେ ସେନେଇ ଚିନ୍ତାରେ ଥାନ୍ତି ଗୃହିଣୀମାନେ। ଫ୍ରିଜ୍‌ରେ...

୨୦୨୬ଆରମ୍ଭରୁ ଯୁଦ୍ଧ ନୁହେଁ ହେବ ପ୍ରଳୟ! ସଙ୍କେତ ଦେଲାଣି ଗ୍ରହ ଚଳନ, ଭାରତରେ ପଡିବ ପଡ଼ ପ୍ରଭାବ

ନୂଆଦିଲ୍ଲୀ,୧୧।୧୨: ୨୦୨୬ ହେଉଛି ଏପରି ଏକ ବର୍ଷ ଯାହାକୁ ବିଶ୍ୱ ଅଣଦେଖା କରିପାରିବ ନାହିଁ। ଅନେକ ସୀମା ଏପରି ଏକ ସମୟରେ ଆସିବ ଯେଉଁଠାରେ ଏକ...

ଅଜବ ପରମ୍ପରା:ପ୍ରେମ କରୁଥିଲେ ଏମିତି ଜଣାନ୍ତି….

ବେଜିଂ:ସାରା ବିଶ୍ୱରେ ପ୍ରେମ ପ୍ରକାଶର ଉପାୟ ପ୍ରାୟତଃ ଭିନ୍ନ। କିଏ ଫୁଲ ଦେଇ ପ୍ରପୋଜ୍‌ କରନ୍ତି ତ ଆଉ କିଏ ପ୍ରେମପତ୍ର ଦିଅନ୍ତି। ଆଉ କେହି...

ଅନ୍ତର୍ଜାତୀୟ ପର୍ବତ ଦିବସ: ହିମବାହର ଆବଶ୍ୟକତାକୁ ଗୁରୁତ୍ୱ

ପ୍ରତିବର୍ଷ ଡିସେମ୍ବର ୧୧ରେ ପାଳିତ ହୋଇଥାଏ ‘ଅନ୍ତର୍ଜାତୀୟ ପର୍ବତ ଦିବସ’। ପର୍ବତର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି, ପର୍ବତ ବିକାଶରେ ସୁଯୋଗ ଓ ପ୍ରତିବନ୍ଧକକୁ ଉଜାଗର...

୨୦୨୬ରେ ୧୨ମାସ ନୁହେଁ ପଡିବ ୧୩ମାସ, ଘଟିବ ଅଦ୍ଭୁତ ଜିନିଷ…

୨୦୨୬ ବର୍ଷ ଆରମ୍ଭ ହେବାକୁ ଆଉ ଅଧିକ ସମୟ ବାକି ନାହିଁ। ଆଗାମୀ ବର୍ଷ ବହୁତ ସ୍ବତନ୍ତ୍ର ହେବାକୁ ଯାଉଛି, କାରଣ ୨୦୨୬ ରେ ୧୨...

ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ୨୦୨୬ ମାର୍ଚ୍ଚରୁ ଆରମ୍ଭ ହେବ ତାଣ୍ଡବ! ଡିସେମ୍ୱରରେ…

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀରେ କୋଭିଡ-୧୯ ମହାମାରୀ, ୯/୧୧ ଆକ୍ରମଣ ଏବଂ ରାଜକୁମାରୀ ଡାଏନାଙ୍କ ମୃତ୍ୟୁ ଭଳି ଘଟଣା ଅନ୍ତର୍ଭୁକ୍ତ। ତାଙ୍କର କିଛି ଭବିଷ୍ୟବାଣୀ ୨୦୨୬ ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri