ଜାନୁୟାରୀ ୩୧ରେ ସିଟିଇଟି

ଭୁବନେଶ୍ୱର,୫।୧୧(ବ୍ୟୁରୋ): ସିବିଏସ୍‌ଇ ଦ୍ୱାରା ପରିଚାଳିତ ସେଣ୍ଟ୍ରାଲ ଟିଚର ଏଲିଜିବିଲିଟି ଟେଷ୍ଟ (ସିଟିଇଟି) ୨୦୨୧ ଜାନୁୟାରୀ ୩୧ରେ ଅନୁଷ୍ଠିତ ହେବ। କୋଭିଡ୍‌ ସଂକ୍ରାନ୍ତ ସୁରକ୍ଷା ଓ ଗାଇଡ୍‌ଲାଇନ୍‌କୁ ଗୁରୁତ୍ୱ ଦିଆଯାଇ ଦେଶର ୧୩୫ ସହରରେ ଏହି ପରୀକ୍ଷା କରାଯିବ। ପୂର୍ବରୁ ଏହି ପରୀକ୍ଷା ଗତ ଜୁଲାଇ ୫ରେ ୧୧୨ ସହରରେ ହେବାର ଥିଲା। କିନ୍ତୁ କରୋନା ପରିସ୍ଥିତି ପାଇଁ ବହୁ ପରିକ୍ଷାର୍ଥୀ ପରୀକ୍ଷା କେନ୍ଦ୍ର ବଦଳାଇବା ପାଇଁ ନିବେଦନ କରିବା ପରେ ପରୀକ୍ଷାକୁ ସ୍ଥଗିତ ରଖାଯିବା ସହ କେନ୍ଦ୍ରକୁ ବଢ଼ାଇ ଦିଆଯାଇଛି। ଏପରି କି ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରିବା ପାଇଁ ଆଉ ଗୋଟିଏ ସୁଯୋଗ ଦେଇଛି ସିବିଏସ୍‌ଇ। ଆସନ୍ତା ୭ରୁ ୧୬ତାରିଖ ରାତି ୧୧ଟା ୫୯ ମଧ୍ୟରେ ପରୀକ୍ଷାର୍ଥୀମାନେ ଅନ୍‌ଲାଇନ୍‌ ମାଧ୍ୟମରେ ସେମାନଙ୍କ ପରୀକ୍ଷା କେନ୍ଦ୍ର ବଦଳାଇ ଦେଇପାରିବେ। ଅଧିକ ତଥ୍ୟ ଜାଣିବା ପାଇଁ ପରୀକ୍ଷାର୍ଥୀମାନେ www.ctet.nic.in ଓ୍ବେବ୍‌ସାଇଟ୍‌ରେ ଦେଖିପାରିବେ।