ଟସ୍‌ ଜିତିଲା ସିଏସ୍‌କେ, ବ୍ୟାଟିଂ ନିଷ୍ପତ୍ତି…

ମୁମ୍ବାଇ, ୧୫।୫: ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୬୨ତମ ମ୍ୟାଚ୍‌ରେ ରବିବାର ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ଗୁଜରାଟ ଟାଇଟନ୍ସ୍‌୍‌(ଜିଟି୍‌) ବିପକ୍ଷରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ସିଏସ୍‌କେ ଅଧିନାୟକ ଏମଏସ ଧୋନି ଟସ ଜିଣିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜିଟି ଟିମ୍‌ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟିମ୍‌ ବୋଲିଂ ଆରମ୍ଭ କରିଛି।

ଜିଟି ଟିମ୍‌ରେ ରିଦ୍ଧିମାନ ସାହା (ଓ୍ବିକେଟ କିପର), ଶୁବମାନ ଗିଲ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଅଭିନାଭ ମନୋହର, ଡେଭିଡ ମିଲର, ରାହୁଲ ଟିୱାଟିଆ, ରସିଦ ଖାନ, ଅଲଜାରି ଜୋସେଫ, ଲକି ଫର୍ଗୁସନ, ୟଶ ଦିନଲ, ମହମ୍ମଦ ଶାମି ଖେଳୁଛନ୍ତି।

ସେହିପରି ସିଏସ୍‌କେ ଟିମ୍‌ରେ ଋତୁରାଜ ଗାଇକୱାଡ, ଡିଭନ କନୱେ, ମୋଇନ ଅଲି, ଶିବମ ଦୁବେ, ଏନ ଜାଗାଦେସନ, ଏମଏସ ଧୋନି (ଅଧିନାୟକ ଏବଂ ଓ୍ବିକେଟ କିପର), ମିଚେଲ ସାଣ୍ଟନର୍‌, ପ୍ରଶାନ୍ତ ସୋଲଙ୍କି, ସିମରଜିତ ସିଂ, ମାଥେଶା ପାଥିରାନା, ମୁକେଶ ଚୌଧରୀ ପ୍ରମୁଖ ଖେଳୁଛନ୍ତି।

Share