Categories: ଖେଳ

ସିଏସ୍‌କେ ଦଳରେ ନୂଆ ବିଦେଶୀ ଖେଳାଳି

ମୁମ୍ବାଇ, ୯ା୪- ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଦଳରେ ସାମିଲ ହୋଇଛନ୍ତି ଅଷ୍ଟ୍ରେଲିଆନ ପେସର ଜାସନ ବେହେରେଣ୍ଡର୍ଫ। ତାଙ୍କୁ ଜୋସ ହାଜେଲଉଡଙ୍କ ବଦଳ ଖେଳାଳି ଭାବେ ଦଳରେ ନେଇଛି ସିଏସ୍‌କେ। ତେବେ ବ୍ୟକ୍ତିଗତ କାରଣ ଦର୍ଶାଇ ଚଳିତ ଆଇପିଏଲରୁ ଓହରି ଯାଇଥିଲେ ହାଜେଲଉଡ୍‌।

ବେହେରେଣ୍ଡର୍ଫ ଅଷ୍ଟ୍ରେଲିଆ ପାଇଁ ଅନ୍ତର୍ଜାତୀୟ ସ୍ତରରେ ୧୧ ଦିନିକିଆ ଓ ୭ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ୨୦୧୯ରେ ସେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆଇପିଏଲ ପଦାର୍ପଣ କରିଥିଲେ। ଆଇପିଏଲରେ ୫ଟି ମ୍ୟାଚ୍‌ ଖେଳିଥିବା ଏହି ବୋଲରଙ୍କ ନାମରେ ରହିଛି ସମାନ ସଂଖ୍ୟକ ଉଇକେଟ। ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ସିଏସ୍‌କେ ୧୦ ତାରିଖରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ।

Share