ପ୍ରଥମ ପ୍ରତିକ୍ରିୟାରେ ଏମିତି କହିଲେ କ୍ୟାପଟେନ ଜାଡେଜା

ମୁମ୍ବାଇ,୨୫।୩: ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ଆଗାମୀ ଆଇପିଏଲ ଲାଗି ଅଧିନାୟକ ଘୋଷଣା କରିଛି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)। ଆଇପିଏଲ ଆରମ୍ଭରୁ ସିଏସ୍‌କେର ଗୁରୁଦାୟିତ୍ୱ ସମ୍ଭାଳୁ ଥିବା ମହେନ୍ଦ୍ର ସିଂ ଧୋନୀ ଅଧିନାୟକ ପଦରୁ ହଟିବା ସହ ଜାଡେଜାଙ୍କୁ ତାଙ୍କ ଉତ୍ତରାଧିକାରୀ ବାଛିଛନ୍ତି। ଉଇକେଟକିପର-ବ୍ୟାଟରଙ୍କ ନେତୃତ୍ୱରେ ଚେନ୍ନାଇ ୪ ଆଇପିଏଲ ଟ୍ରଫି ସହିତ ଦୁଇ ଚାମ୍ପିୟନ୍ସ ଲିଗ୍‌ ଟି୨୦ ଟାଇଟଲ ଜିତିଥିଲା। ଜାଡେଜାଙ୍କୁ ଅଧିନାୟକ କରାଯିବା ନେଇ ଘୋଷଣା କରାଯିବା ପରେ ତାଙ୍କର ପ୍ରଥମ ପ୍ରତିକ୍ରିୟାର ଭିଡିଓ ଶେୟାର କରିଛି ସିଏସ୍‌କେ।

“ଭଲ ଅନୁଭବ କରୁଛି। କିନ୍ତୁ ମୋତେ ମାହି ଭାଇଙ୍କ ଭଳି ମହାନ ଅଧିନାୟକଙ୍କ ସ୍ଥାନ ପୁରଣ କରିବାକୁ ପଡ଼ିବ। ସେ ଏକ ବଡ଼ ଲେଗାସି ସ୍ଥିର କରିଛନ୍ତି। ମୋତେ ତାହାକୁ ଆଗକୁ ନେବାକୁ ପଡ଼ିବ। ମୋତେ ଅଧିକ ଚିନ୍ତିତ ହେବାର ଆବଶ୍ୟକତା ନାହିଁ। କାରଣ ସେ ଏବେ ବି ଅଛନ୍ତି। ଯେ କୌଣସି ସମସ୍ୟା ହେଲେ ମୁଁ ପ୍ରଥମେ ତାଙ୍କ ପାଖକୁ ଯାଏ। ଏଣୁ ମୋତେ ଚିନ୍ତିତ ହେବାର ଆବଶ୍ୟକତା ନାହିଁ। ଆପଣଙ୍କ ଶୁଭେଚ୍ଛା ଏବଂ ଭଲ ପାଇବା ପାଇଁ ଧନ୍ୟବାଦ। ଆମକୁ ଏଭଳି ସମର୍ଥନ ଜାରି ରଖନ୍ତୁ” ବୋଲି ସିଏସ୍‌କେ ଦ୍ୱାରା ଶେୟାର କରାଯାଇଥିବା ଭିଡିଓରେ ଜାଡେଜା କହିଛନ୍ତି।

Share