Posted inଖେଳ

ସିଏସ୍‌ଏ ଶ୍ରେଷ୍ଠ ପୁରସ୍କାର: ନର୍ଜେ, ମାରକ୍ରାମଙ୍କ ନାମ ସୁପାରିସ

ଜୋହାନ୍ସବର୍ଗ,୨୫।୫(ପି.ଟି.): କ୍ରିକେଟ ସାଉଥ୍‌ ଆଫ୍ରିକା (ସିଏସ୍‌ଏ) ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି ଦ୍ରୁତ ବୋଲର ଏନରିଚ୍‌ ନର୍ଜେ ଓ ବ୍ୟାଟ୍ସମ୍ୟାନ ଏଡେନ ମାରାକ୍ରାମ। ପୁରୁସ୍କାର ପାଇଁ ଏହି ଦୁଇ ଖେଳାଳିଙ୍କ ନାମ ସୁପାରିସ କରାଯାଇଛି। ଏହି ହୁହିଁଙ୍କୁ ବାଦ ଦେଲେ ଦକ୍ଷିଣ ଆଫ୍ରିକା ସୀମିତ ଓଭର ଅଧିନାୟକ ଟେମ୍ବା ବଭୁମା ଓ ଟପ୍‌- ଅର୍ଡର ବ୍ୟାଟ୍ସମ୍ୟାନ ରାସି ଭାନ ଡେର ଡୁସେନ ପୁରୁଷ ବିଭାଗ ପ୍ଲେୟାର ଅଫ୍‌ ଦି ଇୟର ବର୍ଗ ପୁରସ୍କାର ପାଇଁ ସୁପାରିସ କରାଯାଇଛି।
ସେହିପରି ଟେଷ୍ଟ ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି ମାରାକ୍ରାମ, ନର୍ଜେ ଓ ବଭୁମା। ଦିନିକିଆ କ୍ରିକେଟର ଅଫ୍‌ ଇୟର ପୁରସ୍କାର ଦୌଡ଼ରେ ଅଭିଜ୍ଞ ହାର୍ଡ ହିଟିଂ ବ୍ୟାଟ୍ସମ୍ୟାନ ଡେଭିଡ ମିଲର, ଅଲରାଉଣ୍ଡର ଆଣ୍ଡିଲ ଫେଲୁକ୍ୱାଓ ଓ ଭାନ ଡେର ଡୁସେନ ସାମିଲ ହୋଇଛନ୍ତି। ସେହିପରି ଟି୨୦ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ଦୌଡ଼ରେ ଜାନେମନ ମଲାନ, ମାରାକ୍ରାମ, ସ୍ପିନର ତାବ୍ରେଜ ଶାମ୍‌ସି ଓ ଭାନ ଡେର ଡୁସେନ ସାମିଲ ହୋଇଛନ୍ତି।
ଅପରପକ୍ଷରେ ଓମ୍ୟାନ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ଦୌଡ଼ରେ ଅଲରାଉଣ୍ଡର ଶବନିମ ଇସ୍‌ମାଇଲ ସବୁଠାରୁ ଆଗରେ ରହିଛନ୍ତି। ଏହି ପୁରସ୍କାର ପାଇଁ ସୁପାରିସ ତାଲିକାରେ ରହିଛନ୍ତି ବ୍ୟାଟର ଲିଜେଲ ଲି, ଲେଗ୍‌ସ୍ପିନ ଅଲରାଉଣ୍ଡର ସୁନ ଲୁସ ଓ ଓପନର ଲୌରା ଉଲଭାରଡଟଙ୍କ ଭଳି ମହିଳା କ୍ରିକେଟର।
ମହିଳା ଟି୨୦ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ପାଇଁ ଆନେକ ବୋସ୍କ, ତାଜମିନ ବ୍ରିଟ୍ସ, ଶବନିମ ଇସ୍‌ମାଇଲ ଓ ସୁନ ଲୁସଙ୍କ ନାମ ସୁପାରିସ କରାଯାଇଛି। ମହିଳା ଦିନିକିଆ ପୁରସ୍କାର ଦୌକ୍ଷରେ ସବନିମ ଇସ୍‌ମାଇଲ, ମାରିଜନେ କ୍ୟାପ୍ପ, ଲିଜେଲେ ଲି ଓ ଲୌରା ଉଲଭାରଡଟ୍‌। ସେହିପରି ପୂର୍ବତନ କ୍ରିକେଟର ମଖୟା ଏନ୍‌ଟିନିଙ୍କ ନାମରେ ମଧ୍ୟ ଏକ ପୁରସ୍କାର ପ୍ରଦାନ କରିବାକୁ ସିଏସ୍‌ଏ ଘୋଷଣା କରିଛି। ଏହାର ନାମ ରଖାଯାଇଛି ‘ମଖୟା ଏନ୍‌ଟିନି ପାଓ୍ବାର ଅଫ୍‌ କ୍ରିକେଟ ଆଓ୍ବାର୍ଡ’।
ବିଭିନ୍ନ ପୁରସ୍କାର ପାଇଁ ସୁପାରିଶ କରାଯାଇଥିବା କ୍ରିକେଟରଙ୍କୁ ସିଏସ୍‌ଏ କାର୍ଯ୍ୟନିର୍ବାହୀ ଫୋଲେସି ମୋସେକି ଅଭିନନ୍ଦନ ଜଣାଇଛନ୍ତି। ମେ ୩୧ ତାରିଖରେ ବିଜେତା ଖେଳାଳିଙ୍କ ନାମ ଘୋଷଣା କରାଯିବ। କୋଭିଡ୍‌-୧୯ ପାଇଁ ଏବର୍ଷ ଏକାଧିକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଛି। ତେବେ ଏହା ସତ୍ତ୍ୱେ କ୍ରିକେଟ ଖେଳ ସଫଳତାର ସହ ଆୟୋଜନ ହୋଇଛି। ଏଥିପାଇଁ ଆମର ମେଡିକାଲ ଟିମ୍‌କୁ କୃତଜ୍ଞତା ଜଣାଉଛୁ ବୋଲି ମୋସେକି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଟି-୨୦ ବିଶ୍ୱକପ୍‌ରୁ ଅଷ୍ଟ୍ରେଲିଆ ଆଉଟ୍: ବର୍ଷା ସାଜିଲା ବାଧକ, ସୁପର-୮ରେ ଜିମ୍ବାୱେ

ନୂଆଦିଲ୍ଲୀ,୧୭।୨: ଟି-୨୦ ବିଶ୍ୱକପ୍‌ରେ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପାଲେକେଲେରେ ଜିମ୍ବାୱେ ଏବଂ ଆୟରଲାଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଯାଇଛି।…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri