ସୁନ୍ଦରଗଡ଼ ଗସ୍ତରେ ମୁଖ୍ୟ ଶାସନ

ରାଉରକେଲା ଅଫିସ,୧୪।୫: ଦୁଇ ଦିନିଆ ସୁନ୍ଦରଗଡ଼ ଜିଲା ଗସ୍ତରେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଶୁକ୍ରବାର ଅପରାହ୍ନ୍ଣରେ ପହଞ୍ଚି କୋପସିଂଙ୍ଗା ଗାଁରେ ନିର୍ମାଣଧିନ ଆଇଏସଏସ ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିବା ସହ ସୁନ୍ଦରଗଡ଼ ମେଡ଼ିକାଲ କଲେଜ ଏଣ୍ଡ ହସ୍ପଟିଲ ପରିଦର୍ଶନ କରିଥିଲେ। ସେହିପରି ଶନିବାର ସକାଳ ସମୟରେ ମୁଖ୍ୟ ଶାସନ ସଚିବ ବିପିୟୁଟି ପରିସରରେ ନିର୍ମାଣଧିନ ଦେଶର ବୃହତ୍ତ ହକି ଷ୍ଠାଡ଼ୟିମ ପରିଦର୍ଶନ କରିବା ସହ ରାଉରକେଲାରେ ଚାଲିଥିବା ସ୍ମାର୍ଟ ସିଟି କାମର ସମୀକ୍ଷା କରିବେ । ସାଢେ ୧୧ଟାରେ ଟେନସାରେ ପହଞ୍ଚି ଇକୋ ଟୁରିଜିୟମ ସାଇଟ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।