କ୍ରିପ୍ଟୋ ଆଇନ

କ୍ରିପ୍ଟୋ କରେନ୍ସି ହେଉଛି ଏକ ଡିଜିଟାଲ ବା ଭର୍ଚୁଆଲ ମୁଦ୍ରା। ଏହାକୁ ସ୍ପର୍ଶ କରି ହେଉ ନ ଥିଲେ ମଧ୍ୟ କାରବାର ଦ୍ରୁତଗତିରେ ବଢ଼ି ଚାଲିଛି। ୯ ନଭେମ୍ବରରେ ବିଶ୍ୱ କ୍ରିପ୍ଟୋ ବଜାର ପୁଞ୍ଜି ୩ ଟ୍ରିଲିୟନ ବା ୩ ଲକ୍ଷ କୋଟି ଡଲାରରେ ପହଞ୍ଚିଛି। ଭାରତରେ ଏଥିପ୍ରତି ନିଶା ଏତେ ବଢ଼ିଗଲାଣି ଯେ ରିସ୍କ ନେବା ଲାଗି ପୁଞ୍ଜି ବିନିଯୋଗକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଲାଣି। ବଜାରରେ ମିଳୁଥିବା କ୍ରିପ୍ଟୋ କରେନ୍ସି ମଧ୍ୟରେ ଆଗରେ ବିଟ୍‌କଏନ୍‌ ରହିଥିବା ବେଳେ କାର୍ଡାନୋ ଓ ଡୋଜ୍‌କଏନ୍‌ ପ୍ରତି ଲୋକଙ୍କ ଆକର୍ଷଣ ବଢ଼ିଛି। କ୍ରିପ୍ଟୋଗ୍ରାଫି ବ୍ୟବହାର କରାଯାଇ କେନ୍ଦ୍ରୀକରଣ ବା ସେଣ୍ଟ୍ରାଲାଇଜ୍‌ଡ ପରିବର୍ତ୍ତେ ଡିସେଣ୍ଟ୍ରାଲାଇଜ୍‌ଡ ବା ବିକେନ୍ଦ୍ରୀକରଣ ବ୍ୟବସ୍ଥାରେ ଏହାର କାରବାର ହୋଇଥାଏ। ଏହି ବ୍ୟବସାୟରେ ଅର୍ଥ ବିନିଯୋଗ କରୁଥିବା ବ୍ୟକ୍ତିର ମୁଣ୍ଡ ଉପରେ ବିପଦ ଥାଏ, ଯାହାକି ପୁଞ୍ଜି ବିନିଯୋଗ ହେଉଥିବା ଅନ୍ୟାନ୍ୟ ବେପାରରେ ମଧ୍ୟ ରହିଥାଏ। ଏହା ମଧ୍ୟ ସତ୍ୟ ଯେ, ଯେଉଁ ବ୍ୟବସାୟରେ ଅଧିକ ବିପଦ ରହେ, ସେଠି ଅଧିକ ଲାଭ ରହେ।
କ୍ରିପ୍ଟୋ କରେନ୍ସିର ଆବଶ୍ୟକତା ବିଷୟରେ ଆଲୋଚନା କରିବା ପୂର୍ବରୁ ପ୍ରଥମେ ମୁଦ୍ରାର ପ୍ରଚଳନ ଉପରେ ଦୃଷ୍ଟି ଦେବା। ଅତୀତରେ ଜିନିଷପତ୍ର କିଣିବା ବାର୍ଟାର ସିଷ୍ଟମ ବା ବଦଳ ବେପାର ମାଧ୍ୟମରେ କରାଯାଉଥିଲା। ତାହା ସୁବିଧାଜନକ ନ ହେବାରୁ ସୁନାକୁ ଏହାର ମାଧ୍ୟମ କରାଗଲା। ତେଣୁ ଯେଉଁ ଦେଶ ନିକଟରେ ଅଧିକ ସୁନା ଗଚ୍ଛିତ ଥିଲା ତାହା ଧନୀ ବିବେଚିତ ହେଉଥିଲା। ତଥାପି କେଜି କେଜି ସୁନା ଧରି ସାମଗ୍ରୀ କିଣିବା ସହଜ ନ ହେବାରୁ ମୁଦ୍ରାର ଆବଶ୍ୟକତା ପଡ଼ିଲା। କୁହାଯାଏ ପ୍ରାଚୀନ ଇଜିପ୍ଟରେ ପ୍ରଥମେ ମୁଦ୍ରାର ବ୍ୟବହାର କରାଯାଇଥିଲା। ପରବର୍ତ୍ତୀ ସମୟରେ ପାଶ୍ଚାତ୍ୟରେ ସୁନା ବଦଳରେ ମୁଦ୍ରା ଛପାଗଲା। ସୁନାର ଗଚ୍ଛିତ ପରିମାଣ ନିର୍ଦ୍ଧାରଣ କରିଥାଏ କେତେ ନୋଟ୍‌ ଛପାଯିବ। ଉଲ୍ଲେଖଯୋଗ୍ୟ ଯେ, ଚାଇନା ପ୍ରଥମେ କାଗଜ ମୁଦ୍ରା ପ୍ରଚଳନ କରିଥିଲା। ପରବର୍ତ୍ତୀ ସମୟରେ ବିଶ୍ୱବ୍ୟାପୀ ବଜାରରେ କାରବାର ଲାଗି କାଗଜ ମୁଦ୍ରାର ଚାହିଦା ବୃଦ୍ଧି ପାଇଲା। ତେବେ ପ୍ରତ୍ୟେକ ଦେଶ ଏହା ଉପରେ ନିୟନ୍ତ୍ରଣ ରଖିବା ଲାଗି ସରକାରୀ ସ୍ତରରେ ବ୍ୟବସ୍ଥା କଲେ। ଭାରତ କଥା ଦେଖିଲେ କେନ୍ଦ୍ର ସରକାର ଏକ ଟଙ୍କିଆ ନୋଟ୍‌ ଛପାଇବା ଲାଗି ସମସ୍ତ କ୍ଷମତା ରଖିଥିବା ବେଳେ ଅନ୍ୟ ନୋଟ୍‌ଗୁଡ଼ିକ ପ୍ରିଣ୍ଟ୍‌ କରିବାର କର୍ତ୍ତୃତ୍ୱ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ରହିଛି। ମୁଦ୍ରାକୁ ନିୟନ୍ତ୍ରଣ କରିବା ଲାଗି ଭାରତ ଭଳି ସବୁ ଦେଶର ସରକାର ନିର୍ଦ୍ଦିଷ୍ଟ ସଂସ୍ଥା ରଖିଛନ୍ତି। ତେବେ ଭାରତ ଯେଉଁଭଳି ଭାବେ ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ କଲା, ସେବେଠାରୁ ଭାରତୀୟ ମୁଦ୍ରା ଉପରେ ଜନସାଧାରଣଙ୍କ ବିଶ୍ୱାସ କମିଗଲା। ଅର୍ଥାତ୍‌ ମୋଦି ସରକାର କାରସାଦି କରି ଲୋକଙ୍କ ଅର୍ଥକୁ ଅକାମୀ କରିଦେଲେ। ଏହାଦ୍ୱାରା ଜନସାଧାରଣ ନିଜ ଅର୍ଥ ଉଠାଇବା ଲାଗି କଲବଲ ହେଲେ। କଷ୍ଟାର୍ଜିତ ଧନ ଉପରେ ସରକାର ନିୟନ୍ତ୍ରଣ କରିବାରୁ ସେହି ମୁଦ୍ରା ଉପରେ ଅବିଶ୍ୱାସ ଜନ୍ମିଲା। କେବଳ ସାଧାରଣ ଭାରତୀୟ ନାଗରିକ ନୁହନ୍ତି, ମୁକେଶ ଅମ୍ବାନୀଙ୍କ ପରି ବିଶିଷ୍ଟ ଶିଳ୍ପପତି ଏବେ ଲଣ୍ଡନରେ ରହିବାକୁ ପସନ୍ଦ କଲେଣି। ଆହୁରି ସମ୍ବେଦନଶୀଳ ଘଟଣା ହେଉଛି ଯେ, ଭାରତରେ ସବୁ କ୍ଷେତ୍ରରେ ଅଧିକ ଟିକସ ନିଆଯାଉଥିବାରୁ ଅନେକେ ତାହାକୁ ଫାଙ୍କିବାକୁ ଚେଷ୍ଟା କରୁଛନ୍ତି। ଏପରି କି ଟାକ୍ସ ହାଭେନ୍‌ ବା ଟିକସର ସ୍ବର୍ଗ କୁହାଯାଉଥିବା କେତେକ ଦେଶରେ ଲୋକେ ବ୍ୟବସାୟ କରିବାକୁ ଚାଲିଯାଉଛନ୍ତି। କେନ୍ଦ୍ର ସରକାର ଏହିଭଳି ଅସ୍ବାଭାବିକ ସ୍ଥିତି ସୃଷ୍ଟି କରୁଥିବାରୁ ନାଗରିକମାନେ ଧରିନେଲେଣି ପାରମ୍ପରିକ ଭାରତୀୟ ଟଙ୍କା ବଦଳରେ ଭର୍ଚୁଆଲ ମୁଦ୍ରାରେ କାରବାର କରିବା ଭଲ। କାରଣ ଏହା ଉପରେ କାହାରି ନିୟନ୍ତ୍ରଣ ରହି ନ ଥାଏ। ଫଳରେ ନିଜେ ଯେତେ ବିନିଯୋଗ କଲେ ସେହି ଅନୁଯାୟୀ ଲାଭ ମିଳିପାରୁଛି। ଏକ ତଥ୍ୟ ଅନୁଯାୟୀ ଭାରତରେ ଏବେ ଦେଢ଼ କୋଟିରୁ ଅଧିକ ଲୋକ କ୍ରିପ୍ଟୋ କରେନ୍ସିରେ ନିବେଶ କରିଛନ୍ତି।
ଭାରତରେ ଭର୍ଚୁଆଲ କରେନ୍ସିକୁ ଲିଗାଲ ଟେଣ୍ଡର ବା ବୈଧ ମୁଦ୍ରାର ଅନୁମତି ମିଳିବାର ସମ୍ଭାବନା ଏବେ ଦେଖାଯାଉ ନାହିଁ। ଏଭଳି ସ୍ଥିତିରେ ଭର୍ଚୁଆଲ ଆସେଟ୍‌ ଉପରେ ଏକ ଆଇନ ଆଣିବା ପାଇଁ ଭାରତ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଶୀତକାଳୀନ ଅଧିବେଶନରେ ଏହା ପାର୍ଲାମେଣ୍ଟରେ ଉପସ୍ଥାପିତ ହୋଇପାରେ ବୋଲି କୁହାଯାଉଛି। ଏଠାରେ ଉଲ୍ଲେଖ କରାଯାଇପାରେ, ସରକାରଙ୍କ ଅଧୀନରେ ନ ରହି ସ୍ବାଧୀନ ଭାବେ ନିଜ ମୁଦ୍ରା କାରବାର ଲାଗି କ୍ରିପ୍ଟୋ କରେନ୍ସି ସହାୟକ ହେବ ବୋଲି କେତେକେ କହିଲେଣି। ବିମୁଦ୍ରୀକରଣ ଭଳି ତ୍ରୁଟିପୂର୍ଣ୍ଣ ଅର୍ଥନୈତିକ ପଦକ୍ଷେପ ଜନସାଧାରଣଙ୍କୁ ସରକାରଙ୍କ ନିୟନ୍ତ୍ରଣାଧୀନ ଅର୍ଥ ବ୍ୟବସ୍ଥାଠାରୁ ଦୂରେଇ ଯିବାକୁ ବାଧ୍ୟ କରୁଛି। ଏଭଳି ସ୍ଥିତି ଲାଗି ରହିଲେ ଦେଶରେ ଟିକସ ଆଦାୟର ପରିମାଣ ହ୍ରାସ ପାଇପାରେ। ଶେଷରେ ଏହା ଦେଶର ପ୍ରଗତି ଏବଂ ଉନ୍ନତିକୁ ଯଦି ବାଧା ପହଞ୍ଚାଏ, ତେବେ ସେଥିପାଇଁ ସରକାରଙ୍କ ତ୍ରୁଟିପୂର୍ଣ୍ଣ ଆଭିମୁଖ୍ୟ କେବଳ ଦାୟୀ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?