କ୍ରିପ୍ଟୋ ଆଇନ

କ୍ରିପ୍ଟୋ କରେନ୍ସି ହେଉଛି ଏକ ଡିଜିଟାଲ ବା ଭର୍ଚୁଆଲ ମୁଦ୍ରା। ଏହାକୁ ସ୍ପର୍ଶ କରି ହେଉ ନ ଥିଲେ ମଧ୍ୟ କାରବାର ଦ୍ରୁତଗତିରେ ବଢ଼ି ଚାଲିଛି। ୯ ନଭେମ୍ବରରେ ବିଶ୍ୱ କ୍ରିପ୍ଟୋ ବଜାର ପୁଞ୍ଜି ୩ ଟ୍ରିଲିୟନ ବା ୩ ଲକ୍ଷ କୋଟି ଡଲାରରେ ପହଞ୍ଚିଛି। ଭାରତରେ ଏଥିପ୍ରତି ନିଶା ଏତେ ବଢ଼ିଗଲାଣି ଯେ ରିସ୍କ ନେବା ଲାଗି ପୁଞ୍ଜି ବିନିଯୋଗକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଲାଣି। ବଜାରରେ ମିଳୁଥିବା କ୍ରିପ୍ଟୋ କରେନ୍ସି ମଧ୍ୟରେ ଆଗରେ ବିଟ୍‌କଏନ୍‌ ରହିଥିବା ବେଳେ କାର୍ଡାନୋ ଓ ଡୋଜ୍‌କଏନ୍‌ ପ୍ରତି ଲୋକଙ୍କ ଆକର୍ଷଣ ବଢ଼ିଛି। କ୍ରିପ୍ଟୋଗ୍ରାଫି ବ୍ୟବହାର କରାଯାଇ କେନ୍ଦ୍ରୀକରଣ ବା ସେଣ୍ଟ୍ରାଲାଇଜ୍‌ଡ ପରିବର୍ତ୍ତେ ଡିସେଣ୍ଟ୍ରାଲାଇଜ୍‌ଡ ବା ବିକେନ୍ଦ୍ରୀକରଣ ବ୍ୟବସ୍ଥାରେ ଏହାର କାରବାର ହୋଇଥାଏ। ଏହି ବ୍ୟବସାୟରେ ଅର୍ଥ ବିନିଯୋଗ କରୁଥିବା ବ୍ୟକ୍ତିର ମୁଣ୍ଡ ଉପରେ ବିପଦ ଥାଏ, ଯାହାକି ପୁଞ୍ଜି ବିନିଯୋଗ ହେଉଥିବା ଅନ୍ୟାନ୍ୟ ବେପାରରେ ମଧ୍ୟ ରହିଥାଏ। ଏହା ମଧ୍ୟ ସତ୍ୟ ଯେ, ଯେଉଁ ବ୍ୟବସାୟରେ ଅଧିକ ବିପଦ ରହେ, ସେଠି ଅଧିକ ଲାଭ ରହେ।
କ୍ରିପ୍ଟୋ କରେନ୍ସିର ଆବଶ୍ୟକତା ବିଷୟରେ ଆଲୋଚନା କରିବା ପୂର୍ବରୁ ପ୍ରଥମେ ମୁଦ୍ରାର ପ୍ରଚଳନ ଉପରେ ଦୃଷ୍ଟି ଦେବା। ଅତୀତରେ ଜିନିଷପତ୍ର କିଣିବା ବାର୍ଟାର ସିଷ୍ଟମ ବା ବଦଳ ବେପାର ମାଧ୍ୟମରେ କରାଯାଉଥିଲା। ତାହା ସୁବିଧାଜନକ ନ ହେବାରୁ ସୁନାକୁ ଏହାର ମାଧ୍ୟମ କରାଗଲା। ତେଣୁ ଯେଉଁ ଦେଶ ନିକଟରେ ଅଧିକ ସୁନା ଗଚ୍ଛିତ ଥିଲା ତାହା ଧନୀ ବିବେଚିତ ହେଉଥିଲା। ତଥାପି କେଜି କେଜି ସୁନା ଧରି ସାମଗ୍ରୀ କିଣିବା ସହଜ ନ ହେବାରୁ ମୁଦ୍ରାର ଆବଶ୍ୟକତା ପଡ଼ିଲା। କୁହାଯାଏ ପ୍ରାଚୀନ ଇଜିପ୍ଟରେ ପ୍ରଥମେ ମୁଦ୍ରାର ବ୍ୟବହାର କରାଯାଇଥିଲା। ପରବର୍ତ୍ତୀ ସମୟରେ ପାଶ୍ଚାତ୍ୟରେ ସୁନା ବଦଳରେ ମୁଦ୍ରା ଛପାଗଲା। ସୁନାର ଗଚ୍ଛିତ ପରିମାଣ ନିର୍ଦ୍ଧାରଣ କରିଥାଏ କେତେ ନୋଟ୍‌ ଛପାଯିବ। ଉଲ୍ଲେଖଯୋଗ୍ୟ ଯେ, ଚାଇନା ପ୍ରଥମେ କାଗଜ ମୁଦ୍ରା ପ୍ରଚଳନ କରିଥିଲା। ପରବର୍ତ୍ତୀ ସମୟରେ ବିଶ୍ୱବ୍ୟାପୀ ବଜାରରେ କାରବାର ଲାଗି କାଗଜ ମୁଦ୍ରାର ଚାହିଦା ବୃଦ୍ଧି ପାଇଲା। ତେବେ ପ୍ରତ୍ୟେକ ଦେଶ ଏହା ଉପରେ ନିୟନ୍ତ୍ରଣ ରଖିବା ଲାଗି ସରକାରୀ ସ୍ତରରେ ବ୍ୟବସ୍ଥା କଲେ। ଭାରତ କଥା ଦେଖିଲେ କେନ୍ଦ୍ର ସରକାର ଏକ ଟଙ୍କିଆ ନୋଟ୍‌ ଛପାଇବା ଲାଗି ସମସ୍ତ କ୍ଷମତା ରଖିଥିବା ବେଳେ ଅନ୍ୟ ନୋଟ୍‌ଗୁଡ଼ିକ ପ୍ରିଣ୍ଟ୍‌ କରିବାର କର୍ତ୍ତୃତ୍ୱ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ରହିଛି। ମୁଦ୍ରାକୁ ନିୟନ୍ତ୍ରଣ କରିବା ଲାଗି ଭାରତ ଭଳି ସବୁ ଦେଶର ସରକାର ନିର୍ଦ୍ଦିଷ୍ଟ ସଂସ୍ଥା ରଖିଛନ୍ତି। ତେବେ ଭାରତ ଯେଉଁଭଳି ଭାବେ ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ କଲା, ସେବେଠାରୁ ଭାରତୀୟ ମୁଦ୍ରା ଉପରେ ଜନସାଧାରଣଙ୍କ ବିଶ୍ୱାସ କମିଗଲା। ଅର୍ଥାତ୍‌ ମୋଦି ସରକାର କାରସାଦି କରି ଲୋକଙ୍କ ଅର୍ଥକୁ ଅକାମୀ କରିଦେଲେ। ଏହାଦ୍ୱାରା ଜନସାଧାରଣ ନିଜ ଅର୍ଥ ଉଠାଇବା ଲାଗି କଲବଲ ହେଲେ। କଷ୍ଟାର୍ଜିତ ଧନ ଉପରେ ସରକାର ନିୟନ୍ତ୍ରଣ କରିବାରୁ ସେହି ମୁଦ୍ରା ଉପରେ ଅବିଶ୍ୱାସ ଜନ୍ମିଲା। କେବଳ ସାଧାରଣ ଭାରତୀୟ ନାଗରିକ ନୁହନ୍ତି, ମୁକେଶ ଅମ୍ବାନୀଙ୍କ ପରି ବିଶିଷ୍ଟ ଶିଳ୍ପପତି ଏବେ ଲଣ୍ଡନରେ ରହିବାକୁ ପସନ୍ଦ କଲେଣି। ଆହୁରି ସମ୍ବେଦନଶୀଳ ଘଟଣା ହେଉଛି ଯେ, ଭାରତରେ ସବୁ କ୍ଷେତ୍ରରେ ଅଧିକ ଟିକସ ନିଆଯାଉଥିବାରୁ ଅନେକେ ତାହାକୁ ଫାଙ୍କିବାକୁ ଚେଷ୍ଟା କରୁଛନ୍ତି। ଏପରି କି ଟାକ୍ସ ହାଭେନ୍‌ ବା ଟିକସର ସ୍ବର୍ଗ କୁହାଯାଉଥିବା କେତେକ ଦେଶରେ ଲୋକେ ବ୍ୟବସାୟ କରିବାକୁ ଚାଲିଯାଉଛନ୍ତି। କେନ୍ଦ୍ର ସରକାର ଏହିଭଳି ଅସ୍ବାଭାବିକ ସ୍ଥିତି ସୃଷ୍ଟି କରୁଥିବାରୁ ନାଗରିକମାନେ ଧରିନେଲେଣି ପାରମ୍ପରିକ ଭାରତୀୟ ଟଙ୍କା ବଦଳରେ ଭର୍ଚୁଆଲ ମୁଦ୍ରାରେ କାରବାର କରିବା ଭଲ। କାରଣ ଏହା ଉପରେ କାହାରି ନିୟନ୍ତ୍ରଣ ରହି ନ ଥାଏ। ଫଳରେ ନିଜେ ଯେତେ ବିନିଯୋଗ କଲେ ସେହି ଅନୁଯାୟୀ ଲାଭ ମିଳିପାରୁଛି। ଏକ ତଥ୍ୟ ଅନୁଯାୟୀ ଭାରତରେ ଏବେ ଦେଢ଼ କୋଟିରୁ ଅଧିକ ଲୋକ କ୍ରିପ୍ଟୋ କରେନ୍ସିରେ ନିବେଶ କରିଛନ୍ତି।
ଭାରତରେ ଭର୍ଚୁଆଲ କରେନ୍ସିକୁ ଲିଗାଲ ଟେଣ୍ଡର ବା ବୈଧ ମୁଦ୍ରାର ଅନୁମତି ମିଳିବାର ସମ୍ଭାବନା ଏବେ ଦେଖାଯାଉ ନାହିଁ। ଏଭଳି ସ୍ଥିତିରେ ଭର୍ଚୁଆଲ ଆସେଟ୍‌ ଉପରେ ଏକ ଆଇନ ଆଣିବା ପାଇଁ ଭାରତ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଶୀତକାଳୀନ ଅଧିବେଶନରେ ଏହା ପାର୍ଲାମେଣ୍ଟରେ ଉପସ୍ଥାପିତ ହୋଇପାରେ ବୋଲି କୁହାଯାଉଛି। ଏଠାରେ ଉଲ୍ଲେଖ କରାଯାଇପାରେ, ସରକାରଙ୍କ ଅଧୀନରେ ନ ରହି ସ୍ବାଧୀନ ଭାବେ ନିଜ ମୁଦ୍ରା କାରବାର ଲାଗି କ୍ରିପ୍ଟୋ କରେନ୍ସି ସହାୟକ ହେବ ବୋଲି କେତେକେ କହିଲେଣି। ବିମୁଦ୍ରୀକରଣ ଭଳି ତ୍ରୁଟିପୂର୍ଣ୍ଣ ଅର୍ଥନୈତିକ ପଦକ୍ଷେପ ଜନସାଧାରଣଙ୍କୁ ସରକାରଙ୍କ ନିୟନ୍ତ୍ରଣାଧୀନ ଅର୍ଥ ବ୍ୟବସ୍ଥାଠାରୁ ଦୂରେଇ ଯିବାକୁ ବାଧ୍ୟ କରୁଛି। ଏଭଳି ସ୍ଥିତି ଲାଗି ରହିଲେ ଦେଶରେ ଟିକସ ଆଦାୟର ପରିମାଣ ହ୍ରାସ ପାଇପାରେ। ଶେଷରେ ଏହା ଦେଶର ପ୍ରଗତି ଏବଂ ଉନ୍ନତିକୁ ଯଦି ବାଧା ପହଞ୍ଚାଏ, ତେବେ ସେଥିପାଇଁ ସରକାରଙ୍କ ତ୍ରୁଟିପୂର୍ଣ୍ଣ ଆଭିମୁଖ୍ୟ କେବଳ ଦାୟୀ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri